ହେଡଲାଇନସ୍:

ଭାଡ଼ିକିଳା ଓ ରାବରାରେ  ନୂତନ ପଂଚାୟତ ଗୃହ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨ ପଂଚାୟତରେ ଖର୍ଚ୍ଚ ହୋଇଛି ୩କୋଟି ୪୮ଲକ୍ଷ ୨୪ହଜାର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : : ଓଡ଼ିଶା ସରକାରଙ୍କ ୨୦୧୬ ମସିହାରେ ନୂତନ ପଂଚାୟତ ଗଠନ ପ୍ରକ୍ରିୟା ଦ୍ୱାରା ଓଡ଼ଗାଁ ବ୍ଲକରେ ଭାଡ଼ିକିଳା ଓ ରାବରାକୁ ନୂତନ କରି ପଂଚାୟତର ମାନ୍ୟତା ମିଳିଥିବା ବେଳେ ଉଭୟ ପଂଚାୟତର ବିକାଶ ପାଇଁ ଓଡ଼ଗାଁ ବ୍ଲକ ପ୍ରଶାସନ ୪ବର୍ଷରେ ୩କୋଟି ୪୮ଲକ୍ଷ ୨୪ହଜାର ବ୍ୟୟ କରିଥିବା ଜଣାଯାଇଛି । ଆଜି ଉଭୟ ପଂଚାୟତର ନୁତନ ଗୃହ ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୟାଗଡ଼ ବିଧାୟକ ତଥା କୃଷି, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପୁରୁଷ କହିଥିଲେ ଯେ  ପୁରୁଷମାନଙ୍କ ସହିତ ଯେଉଁଦିନ ମହିଳାମାନେ ସମାନ ଭାବରେ ପାଦମିଳାଇ ଆଗେଇ ଚାଲିବେ ସେହିଦିନ ଏକ ସୁସ୍ଥ ପ୍ରଗତିଶିଳ ସମାଜ ଗଠନ ହୋଇପାରିବ  । ୧କୋଟି ୬୭ଲକ୍ଷ ୪୪ହଜାର ଟଙ୍କା ବ୍ୟୟରେ ଭାଡିକିଳା ପଂଚୟତଗୃହ ଏବଂ ୧କୋଟି ୮୦ଲକ୍ଷ ୮୦ହଜାର ଟଙ୍କା ବ୍ୟୟରେ ରାବରା ପଂଚାୟତ  ପାଇଁ ନୂତନ ଗୃହ ନିର୍ମାଣ କରାଯିବା ସହିତ ଅଙ୍ଗନଓାଡି ଗୃହ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯାଇଛି । ୩୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରି ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ ୩୫ଲକ୍ଷ ବ୍ୟୟରେ କଲ୍ୟାଣମଣ୍ଡପ ମଧ୍ୟ ନିର୍ମାଣ କରାଯାଇଛି । ଏଥି ସହିତ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତି ପଂଚାୟତରେ ଏବଂ ବ୍ଲକରେ ମିସନ ଶକ୍ତିଗୃହ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମନ୍ତ୍ରୀ କହିଥିଲେ । ପରେ ମନ୍ତ୍ରୀ ଶ୍ରୀ ସାହୁ ନନ୍ଦିଘୋର ଠାରେ ଏକ ଯୁବକ ସଂଘ ଗୃହ ଉଦଘାଟନ କରିଥିଲେ । ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ବ୍ଳକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ବିଜେଡ଼ି ବ୍ଳକ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ବିଡିଓ ସ୍ୱାତିଲେଖା ଦାସଙ୍କ ସହିତ ଭାଡିକିଳାରେ ସରପଂଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟ ସୁସଙ୍ଗୀତା ନାୟକ ଏଂବ ରାବରାରେ ସରପଂଚ ବିଳାସିନୀ ସେନାପତି , ସମିତି ସଭ୍ୟ ସୁନୀତା ଭୋଳ, ଆଇନିଜୀବୀ ପ୍ରତାପ ନନ୍ଦ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । 

 

0
0
0
s2sdefault