ହେଡଲାଇନସ୍:

ମାନବସେବା କଲେ ମାଧବ ପ୍ରାପ୍ତି ହୋଇଥାଏ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଭୁବନେଶ୍ୱର ୬ନମ୍ବର ହସ୍ପିଟାଲର ହୃଦରୋଗ ବିଭାଗ ନିର୍ଦ୍ଦେଶକ  ତଥା ଶ୍ରୀ ସତ୍ୟସାଇ ସୁପର ହସ୍ପିଟାଲ ପ୍ରାକ୍ତନ ହୃଦରୋଗ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଭାତ କୁମାର ଦାସ ଓଡ଼ଗାଁ ଠାରେ ଶ୍ରୀସତ୍ୟସାୟୀ ଆଧ୍ୟାତ୍ମୀତ ଶିକ୍ଷା ଓ ସାମୁହିକ ସେବାକେନ୍ଦ୍ର ପରିଦର୍ଶନ କରିଥିଲେ । ଓଡ଼ଗାଁ ଆସିବା ପଥରେ ଶରଣକୁଳ ଠାରେ ଲଡ଼ୁବାବା ଏବଂ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କରିଥିଲେ । ଆଜି ଶ୍ରୀ ସତ୍ୟସାଇ ସେବାକେନ୍ଦ୍ର ଠାରେ ଆୟୋଜିତ ବାଲ ନାରାୟଣ ସେବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଭଗବାନ ଶ୍ରୀସତ୍ୟସାଇଙ୍କ ଉଦେଶ୍ୟରେ ଆଳତି ପ୍ରଦାନ କରିଥିଲେ । ସେବାକେନ୍ଦ୍ର ତରଫରୁ ଶ୍ରୀରଘୁନାଥଙ୍କ ଫଟୋଚିତ୍ର ସହ ଉପଢୈାକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଡାକ୍ଟର ଦାସ ଭୁବନେଶ୍ୱର ଫେରିଯାଇଥିଲେ । ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକଙ୍କ ସହଯୋଗରେ ସଂଯୋଜକ ଚନ୍ଦନ କୁମାର ପାତ୍ର କାର୍ଯ୍ୟ ପରିଚାଳନା କରିଥିଲେ ।  

0
0
0
s2sdefault