ହେଡଲାଇନସ୍:

ଶ୍ରୀମନ୍ଦିରରେ ନାଗାସାଧୁଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,: ପୁରୀର ଚର୍ଚ୍ଚିତ ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଭିତରେ ଆକ୍ରମଣ କରାଯାଇଥିବା ନାଗାସାଧୁ କହିଛନ୍ତି । ଆହତ ନାଗାସାଧୁ ଏବେ ମୁଖ୍ୟ  ଚିକିତ୍ସାଳୟରେ ଚିକିତ୍ସିତ । ଭକ୍ତଙ୍କୁ ରୋହିଣୀକୁଣ୍ଡ ଦର୍ଶନ କରିବାର ସୁଯୋଗ ଦେଇ ନାଗାସାଧୁ ଶ୍ରୀ ପୁରୀ ଜଗନ୍ନାଥ ପୋଲିସର ଦୁର୍ବ୍ୟବହାରର ଶୀକାର ହୋଇଥିବା କହିଛନ୍ତି ବୈଷ୍ଣବ ପୁରୀ । 

ରୋହିଣୀକୁଣ୍ଡ ବନ୍ଦ ଅବସ୍ଥାରେ ଥିଲା । ଅନେକ ଭକ୍ତ ଦର୍ଶନ କରିବାକୁ କହିବାରୁ ନାଗାସାଧୁ କୁଣ୍ଡର ଢାଙ୍କୁଣୀକୁ କାଢିଦେଇଥିଲେ । ଫଳରେ କିଛି ସମୟ ପରେ ଜଗନ୍ନାଥ ମନ୍ଦିର ପୋଲିସ ଓ କିଛି କର୍ମଚାରୀଙ୍କ ସହ ବୈଷ୍ଣବ ପୁରୀଙ୍କ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀମାନେ ନାଗାସାଧୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ନାଗାସାଧୁ । ଅନ୍ୟପଟେ, ଆକ୍ରମଣ ଘଟଣାକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଛି । ଶ୍ରୀମନ୍ଦିର ଭିତରେ ନାଗାସାଧୁ ଜଣକ ନିୟମ ଅମାନ୍ଯ କରିଥିବା ପାଲଟା ଅଭିଯୋଗ କରାଯାଇଛି । ସୂଚନାଥାଉକି, ସାଧୁ ବୈଷ୍ଣବ ପୁରୀ ଅନେକ ସମୟରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଅନେକ ସମୟରେ ବିରୋଧ କରିଆସୁଛନ୍ତି ।

0
0
0
s2sdefault