ହେଡଲାଇନସ୍:

 ବେଳ ଥାଉ ବନ୍ଧ ବାନ୍ଧ...ଚରଦାପାଲି ବାସୀ କଣ ସରକାରଙ୍କ ସାବତ ସନ୍ତାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶୋଇ ରହିଥିବ ପ୍ରଶାସନ, ଏମିତି କଣ ଖଣ୍ଡେ ଖଣ୍ଡେ ଚାଲିଯିବ !!!

  • ପ୍ରଶାସନର ଅପାରଗତା ହେଉ କି ଉଦାସୀନତା, ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ କି !! 

  • ଲୋକଙ୍କ ଅସନ୍ତୋଷର ନିଆଁରେ ଘିଅ ଢାଲୁଛନ୍ତି ଛତିଶଗଡ଼ ବିଧାୟକ 

  •  ଛତିଶଗଡ଼ରେ ମିଶିବା ପାଇଁ   ଚର୍ଦାପାଲିବାସୀ ଭେଟିଲେ ସରେଇପାଲି ବିଧାୟକଙ୍କୁ 

 ବରଗଡ଼ :-ପ୍ରଶାସନ ନିଘୋଡ଼ ନିଦରେ | ଲୋକଙ୍କ ଅସନ୍ତୋଷ ଚରମସୀମାରେ | ବାରମ୍ବାର କହିବା ପରେ ବି ପ୍ରଶାସନ ଆଡ ନଜରରେ ଚାହୁଁନି | ବାଧ୍ୟ ହୋଇ ଓଡ଼ିଶା ସରକାରଙ୍କ ଉପରୁ ଆସ୍ଥା ତୁଟାଉଛନ୍ତି ଉପାଂତବାସୀ | ଆଉ ସେପଟେ ସୁଯୋଗ ନେଇ ଅସନ୍ତୋଷର ନିଆଁରେ ଘିଅ ଢାଲୁଛନ୍ତି ଛତିଶଗଡ଼ ବିଧାୟକ | ତେବେ ସରକାର କଣ ଏମିତି ଚାହିଁ ବସିଥିବେ ! ଏମିତି କଣ ଖଣ୍ଡେ ଖଣ୍ଡେ ଚାଲିଯିବ ଓଡିଶାରୁ ! ବେଳ ଥାଉ ଥାଉ ବନ୍ଧ ନବାନ୍ଧିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି | ଏଦିଗରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | 

  ଆଜି ଏକ ଅଭାବନୀୟ ଘଟଣାକ୍ରମରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ଅଧିନସ୍ଥ ଚର୍ଦାପାଲି ଗ୍ରାମ ପଞ୍ଚାୟତବାସୀ ଛତିଶଗଡରେ ମିଶିବା ପାଇଁ ଛତିଶଗଡ ରାଜ୍ୟ ସୀମା ନିକଟରେ ଘଣ୍ଟେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରୀତ ହୋଇଥିଲେ । ଲୁହୁରାକୋଟ,ଗୁଣ୍ତିଚାଡିହି,ଚଙ୍ଗରିଆ,ଲହଣ୍ତିପୁର,ଚର୍ଦାପାଲି ଗ୍ରାମର ଶତାଧିକ ପୁରୁଷ ମହିଳା ଏଥିରେ  ସାମିଲ ହୋଇଥିଲେ । ଏହି ଅଂଚଳର ମୁଖ୍ୟ ସମସ୍ୟା ରାସ୍ତା ସଂଯୋଗ ଓ ଅଙ୍ଗ ନଦୀରେ ପୋଲ ନ ଥିବାରୁ ଲୋକମାନେ ବିଶେଷ ହଇରାଣ ହେଉଛନ୍ତି । ସରକାର ଙ୍କୁ ଅସୁବିଧା ସଂପର୍କରେ ବାରମ୍ବାର ଜଣାଇଥିଲେ ସୁଦ୍ଧା ଆଜି ପର୍ଯନ୍ତ କୋଣସି ପୋଲ ନିର୍ମାଣ ହୋଇ ପାରିନାହିଁ । ତେଣୁ ଆଜି ସ୍ଥାନିୟ ଲୋକେ ଛତିଶଗଡ଼ ରାଜ୍ୟରେ ମିଶିବା ପାଇଁ ସରାଇପାଲି  ବିଧାୟକ କିସ୍ମତଲାଲ ନନ୍ଦ ଙ୍କୁ ଭେଟିଥିଲେ ଓ ଛତିଶଗଡ଼ ରାଜ୍ୟରେ ସେମାନଙ୍କୁ ମିଶାଇବା ପାଇଁ ଅନୁରୋଧ କରିଥିଲେ । ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରି ସୁବିଧା କରାଯିବ ବୋଲି ସେ କହିଥିଲେ । 

ନିଜର ଭାଷଣରେ ବିଧାୟକ ଚରଦାପାଲିର ସମସ୍ୟାକୁ ଉଭୟ ରାଜ୍ୟର ସମସ୍ୟା ବୋଲି କହିବା ସହିତ ଲୋକଙ୍କୁ ଆନ୍ଦୋଳନ କରିବା ପାଇଁ ଉସୁକାଉଥିବା  ଦେଖା ଯାଉଛି । ତାଙ୍କ ଭାଷାରେ ସେ କହିଥିଲେ ଯେ ଆପଣ ମାନେ ସମସ୍ତେ ଏଠି ବସି ରୁହନ୍ତୁ , ଆପଣ ମାନଙ୍କର ଖାଇବା ବ୍ୟବସ୍ଥା ମୁଁ କରିବି । ଯେତେଦିନ ପର୍ଯନ୍ତ ଆପଣଙ୍କର ସରକାର ରାସ୍ତା , ପୋଲ ଓ ଡାକ୍ତରଖାନା ନିର୍ମାଣ ପାଇଁ ପଦକ୍ଷେପ ନ ନେବେ । ଏକଥା ଶହେ ପ୍ରତିଶତ ସତ ଯେ ଗୋଟିଏ ପୋଲ ପାଇଁ ଚରଦାପାଲି ବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତାଙ୍କର ଦାବି ଉପରେ ଯଥା ସମ୍ଭବ ଶୀଘ୍ର ପଦକ୍ଷେପ ଗ୍ରହଣ କରାନଗଲେ ଏହି ଭଳି ଆହୁରି କିଛି ଲୋକ ଏହି ଭଳି ଆମ ରାଜ୍ୟର ଆଭ୍ୟନ୍ତରୀଣ ସମସ୍ୟା କୁ ଦୁଇ ରାଜ୍ୟର ସମସ୍ୟା ବୋଲି କହିବାକୁ କୁଣ୍ଠାବୋଧ କରିବେ ନାହିଁ ।

 

0
0
0
s2sdefault