ହେଡଲାଇନସ୍:

ଜଙ୍ଗଲ ନିଆଁ ଲିଭା ଉପରେ ୱେବିନlର ମାଧ୍ୟମରେ  ସମୀକ୍ଷା କଲେ ଜିଲ୍ଲାପାଳ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଆଁ ଲଗାଇବା ଅଭିଯୋଗରେ ଦୁଇଜଣବ୍ୟକ୍ତିଙ୍କୁ ଗିରଫ କରାଯାଇଛି 

ରାୟଗଡ଼ :(ସରୋଜ କୁମାର ସାହୁ)- ଜିଲ୍ଲାର  ବିଭିନ୍ନ ଜଙ୍ଗଲରେ ଗତ କିଛିଦିନ ହେବ  ନିଆଁ ଲାଗି ଖବର ପାଇ ରାୟଗଡ଼  ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ବନ କର୍ମଚାରୀ, ଓ ଅଗ୍ନିଶମ୍ମ ଅଧିକାରୀ ମାନଙ୍କୁ ନେଇ  ତୁରନ୍ତ  ବୈଠକ ଡାକି  ଗ୍ରାମବାସୀଙ୍କୁ  ସଚେତନତା କରିବା ସହ ନିଆଁ ଲିଭାଇବା ପାଇଁ ପଦ୍ଧକ୍ଷେପ ନେବାକୁ ଗତ 9 ତାରିଖରେ  ନିର୍ଦ୍ଦେଶ   ଦେଇଥିଲେ l ସେହି ଦିନ ହିଁ ସମସ୍ତ ବିଡିଓ ମାନେ ନିଜ ନିଜ ବ୍ଲକରେ ବୈଠକ କରିଥିଲେ l ଏଥିରେ ପଂଚାୟତ ଜନପ୍ରତିନିଧି ମାନେ ମଧ୍ୟ  ସାମିଲ ହେଇଥିଲେ l  ଜଙ୍ଗଲ ସଂଲଗ୍ନ ଗ୍ରାମ ଗୁଡିକରେ ଲୋକମାନଙ୍କୁ  ବ୍ୟାପକ ଭାବେ   ସଚେତନ କରାଯାଇ ଥିଲା l ବନ  କର୍ମଚାରୀ , ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ଭାବରେ ନିଆଁ ଲିଭାଯାଇଥିଲା l ପ୍ରକାଶଥାଉକି ଗତ ସପ୍ତାହ ପୂର୍ବରୁ ଜିଲ୍ଲାର  ବିଭିନ୍ନ ଜଙ୍ଗଲରେ ପ୍ରାୟ ୫୭୬ ଟି ସ୍ଥାନରେ ନିଆଁ  ଲାଗିଥିଲା l

ଜିଲ୍ଲାପାଳ  ଶ୍ରୀ ମିଶ୍ର ଏଥି ନିମନ୍ତେ ଆଜି ଓ୍ୱେବିନlର ମlଧ୍ୟମରେ ଏକ ସମୀକ୍ଷା ବୈଠକ ଡାକି ନିଆଁ ଲିଭା କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ l ଏହି ବୈଠକରେ ଜିଲ୍ଲା ବନ ଅଧିକାରୀ ଅଶ୍ବିନୀ କର, ସମସ୍ତ ବିଡିଓ, ତହସିଲଦାର ମାନେ ଯୋଗଦେଇଥିଲେ l ଆଜିର ଏହି ବୈଠକରୁ ଜିଲ୍ଲାର ସ୍ଥିତି  ଜଣlଗଲା ଯେ   ବର୍ତ୍ତମାନ ଜିଲ୍ଲାର ୧୯ ଟି ସ୍ଥାନରେ ନିଆଁ ଲାଗିଥିଲା ସେଥିରୁ ଆଜିସୁଦ୍ଧା ସମସ୍ତ  ସ୍ଥାନରେ ନିଆଲିଭା ଟିମ ପହଁଚି ନିଆଁକୁ ଆୟୋତ କରାଯାଇଛି l

            ସେହିପରି   ଜଙ୍ଗଲରେ ନିଆଁ ଲିଭାଇବାନିମନ୍ତେ ସରକାର ଜିଲ୍ଲାକୁ ଦୁଇଗୋଟି ଓଡ୍ରାଫ  ଟିମ ପଠାଇଛନ୍ତି l ଗୋଟିଏ ଟିମ ରାୟଗଡ଼ର ଗୁମା ଅଞ୍ଚଳରେ ନିୟୋଜିତ କରାଯାଇଥିବା ବେଳେ  ଆଉଗୋଟିଏ ଚନ୍ଦ୍ରପୁର ବ୍ଲକର ଡାଙ୍ଗସାରଡ଼l ଠାରେ ନିୟୋଜିତ କରାଯଇଛି  ଓ ନିଆଁ ଲଗାଇବା ଅଭିଯୋଗରେ ରାୟଗଡା ଓ ଗୁଣପୁର  ଦୁଇଜଣ ବ୍ୟକ୍ତିଙ୍କୁ   ଗିରଫ କଯାଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି l

0
0
0
s2sdefault