ହେଡଲାଇନସ୍:

କେବେ ମିଳିବ ଆବାସ ଓ ଭତ୍ତା, ଦୃଷ୍ଟି ଦେବ କି ପ୍ରଶାସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ ସୁଶାନ୍ତ ରାଉତ: ଅତି ନିରୀହ ଗରିବ ବାସହୀନ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା  | ଏବେବି  ପ୍ରକୃତ ହିତାଧିକାରୀ ବହୁ ସଂଖ୍ୟାରେ ବଂଚିତ | ପ୍ରଶାସନିକ କର୍ମଚାରୀମାନଙ୍କ ଅବହେଳା,ମନମୁଖୀ କାର୍ଯ୍ୟ ଯୋଗୁଁ ଏବେବି ଅବହେଳିତ ହୋଇ ପଡିରହିଛନ୍ତି ଅତି ନିରୀହ,ଗରିବ ଶ୍ରେଣୀର ଲୋକେ । ଏପରି ଏକ ନଜୀର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଡୁମେରଗୁଡା ଗ୍ରାମ ପଂଚାୟତ କୀର୍କାକାନୀ । ଗ୍ରାମର ବୁଡୁ ବିଶି ବୟସ (୪୪) ବିଧବା ଭାଉଜଙ୍କ ସାଙ୍ଗେ ଏକଛୋଟ  କୁଡ଼ିଆରେ ବସବାସ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।  ଛୋଟ କୁଡ଼ିଆରେ ଜୀବନ ଯାପନ କରୁଛନ୍ତି। ତାହା ଏ ଦୃଶ୍ୟ ଦେଖିଲେ ଜଣା ପଡ଼େ ଓ ପ୍ରଶ୍ନ ଉଠେ ଏ ଆବାସ ଯୋଜନା କାହାପାଇଁ । ଘର ଖଣ୍ଡିଏ ଓ ଭତ୍ତା ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବୁଡୁ ବିସି ମାନସିକ ସ୍ଥିତି ଭଲ ନଥିବା  ବିବାହ ମଧ୍ୟ କରିନାହାନ୍ତି | ଏହି ପରିବାରକୁ ଆବାସ ଘର ଓ ଭତ୍ତା ଯୋଗାଇ ଦେବାପାଇଁ ସରକାରଙ୍କ ପାଖରେ ଗ୍ରାମବାସୀ ନିବେଦନ କରିଛନ୍ତି ।

 

0
0
0
s2sdefault