ହେଡଲାଇନସ୍:

ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲ୍ ଫି ଛାଡ ପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଏଓବିଏସ୍ଓ ଛାତ୍ରସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) :  କରୋନା ମହାମାରୀ ଯୋଗୁ ଏପ୍ରିଲ୍ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଛାତ୍ରଛାତ୍ରୀମାନେ ହଷ୍ଟେଲର ସୁବିଧା ଉପଯୋଗକରି ନଥିଲେ ।ତେଣୁ ମୁଖ୍ୟମନ୍ତ୍ରୀ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନନରତ ୧୭୦୧୨ ଛାତ୍ରଛାତ୍ରୀମାନଙ୍କର ହଷ୍ଟେଲ୍ ଫିସ୍ ଆନୁମାନିକ ୫କୋଟି ୧୦ଲକ୍ଷ ଟଙ୍କା ଛାଡ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କରଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ଅଲ୍ଓଡିଶାବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ(ଏଓବିଏସ୍ଓ) ତରଫରୁ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକଙ୍କ ଭୂବନେଶ୍ୱରସ୍ଥିତ ବାସଭବନଠାରେ ସଂଘର କର୍ମକର୍ତ୍ତାମାନେ ଦେଖାକରି ମୁଖ୍ୟମନ୍ତ୍ରୀଙ୍କଏହି ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।

ଏଓଡିଏସ୍ଓ ର ମୁଖ୍ୟ ସଂଗଠକ ଅନନ୍ତ ନାରାୟଣ ଜେନା ଓ ଏଓବିଏସ୍ଓର ମୁଖ୍ୟସଂଗଠକ ପବନ ସ୍ୱାଇଁଙ୍କ ନେତୃତ୍ୱରେ ସ୍ମୁତିରାଜ ମହାନ୍ତି , ଶୁଭମ୍ ସ୍ବାଇଁ  ନିତିଶ୍, ଅର୍ବିନ୍ଦ, ହିରକଜ୍ୟେତି, ସୌମ୍ୟ, ରାମ, ଜ୍ଞାନ, ଅଭିସେକ୍, ଶୁଭ୍ରାଂଶୁ, ରୋମିଓ, ଶିବ, ସବ୍ୟଜ୍ୟୋତିଂକ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

0
0
0
s2sdefault