ହେଡଲାଇନସ୍:

ଶୈଳେଶଙ୍କ ବଦାନ୍ୟତା, କ୍ୟାନସର ପୀଡିତାଙ୍କୁ ଦେଲେ ଆର୍ଥିକ ସହଯୋଗ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ମହାନଗର ନିଗମ  ଗୋବିନ୍ଦତୋଳାର  ପୋଲିସ କଲୋନୀ ନିବାସୀ ଜଣେ ମହିଳା କ୍ୟାନସର ରୋଗ ରେ ପୀଡିତ ଅଛନ୍ତି I ଏହି  ମହିଳା ଜଣଙ୍କ  ଆର୍ଥିକ ଅବସ୍ଥା ସୁଦୃଢ ନୁହେଁ l ଏ ସମ୍ପର୍କ ରେ  ଖବର ପାଇ ଯୁବ ସମାଜସେବୀ ତଥା ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ତାଙ୍କ ଘରକୁ ପହଞ୍ଚି ସୁଖ ଦୁଃଖ ବୁଝିବା ପରେ ଆର୍ଥିକ ସହାୟତା କରିଛନ୍ତି I ଏହା ସହିତ ଏହି ପରିବାରକୁ ଅନିଦ୍ଧିଷ୍ଟ କାଳପାଇଁ ମାସିକ ୨  ହଜାର ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି I ଏହି ଅବସରରେ ସତେନ୍ଦ୍ର ଦାସ, ଦୁଲାଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ଶୈଳେଶ ଙ୍କ ଏପରି ବଦାନ୍ୟତା କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି ।

0
0
0
s2sdefault