ହେଡଲାଇନସ୍:

ସାନ୍ତାଳୀ ପିଲ୍ମ କୁଲ କୁରି ବାହାମୋନିର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-  ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ପିଙ୍କି ପ୍ରଡ଼ାକ୍ସନ ହାଉସ ଦ୍ୱାରା ପ୍ରଯୋଜିତ ଓ ହାଉସର ପ୍ରଥମ ସାନ୍ତାଳୀ ଫିଚର ଫିଲ୍ମ କୁଲ କୁରି ବାହାମୋନି ଶୁଭାରମ୍ଭ ହୋଇଛି ।  ଓଡ଼ିଆ ସିନେ ଜଗତର ସୁନାମଧନ୍ୟ କଳାକାର ତଥା ନିଦେ୍ର୍ଧଶକ ଓ ପ୍ରଯୋଜକ ଅସିତ୍ ପତି ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । 

           ୨୦୨୦ରେ ଭାରତର କେବଳ ଗୋଟାଏ ମାତ୍ର ସାନ୍ତାଳୀ ଫିଚର ଫିଲ୍ମ ଲକଡ଼ାଉନ କାରଣରୁ ରିଲିଜ ହୋଇ ପାରିନଥିଲା । ପିଙ୍କି ପ୍ରଡ଼କ୍ସନ ହାଉସର ପ୍ରଯୋଜକ ପିଙ୍କି ମାର୍ଣ୍ଡି ଗଣମାଧ୍ୟମକୁ ଦେଇଥିବା ସୂଚନା ଆଧାରରେ ଉକ୍ତ ଫିଚର ଫିଲ୍ମ ସମାଜକୁ ଅନେକ କିଛି ବାର୍ତ୍ତା ଦେଇଛି । ଫିଲ୍ମ ଜରିଆରେ ଜଣେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଝିଅ ବାହାମୋନି ପରିସ୍ଥିତିରେ ଛନ୍ଦି ହୋଇ ସମାଜର କିଛି କୁପ୍ରଥା କାରଣରୁ ନିର୍ଯ୍ୟାତନାର ଶିକାର ପାଲଟିଛନ୍ତି । ଏଥିରେ ଭାଙ୍ଗି ନ ପଡ଼ି  ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସର ସହିତ ପରିସ୍ଥିତିର ସମ୍ମୁଖୀନ ବା ମୁକାବିଲା କରିଛନ୍ତି ଏବଂ ଜଣେ ସାଧାରଣ ବ୍ୟକ୍ତିର ଅସାଧାରଣ ବ୍ୟକ୍ତିତ୍ୱ ସମାଜରେ ପୁନଃ ପ୍ରତିଷ୍ଠା  କରାଇ ପାରିଛି ସେହି ଦୃଶ୍ୟକୁ ଉକ୍ତ ଫିଚର ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିଛି । ଉକ୍ତ ଫିଲ୍ମ ଦର୍ଶକମାନଙ୍କୁ ଯେତିକି ମନୋରଞ୍ଜନ ଯୋଗାଇ ଦେବ ସେହି ଅନୁସାରେ ମଧ୍ୟ ଆଦିବାସୀ ନାରୀ ସମାଜକୁ ଅନୁପ୍ରାଣିତ କରାଇବ । ଏଥିରେ ମୁଖ୍ୟ ଭୂମିକାରେ ବହୁ ଚର୍ଚ୍ଚିତ ସାନ୍ତାଳୀ ଅଭିନେତ୍ରୀ ଦୋଗରା ଟୁଡ଼ୁ ଅଭିନୟ କରିଥିବା ବେଳେ ପ୍ରଥମ ଥର ନିମନ୍ତେ ଜୟପ୍ରକାଶ ମୁର୍ମୁ, ୱାରିସ ଦାସ, ମାର୍ଶାଲ ମାର୍ଣ୍ଡି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ  ଅଭିନୟ କରିଛନ୍ତି । ସେହିପରି ବିଶିଷ୍ଟ ସାନ୍ତାଳୀ କଳାକାରମାନଙ୍କ ମଧ୍ୟରେ ପ୍ରେମ ମାର୍ଣ୍ଡି, ଭାଗବତ ମୁର୍ମୁଙ୍କ ଅଭିନୟ ଦର୍ଶକମାନଙ୍କ ହୃଦୟକୁ ଛୁଇଁ ପାରିଛି । ଫିଛର ଫିଲ୍ମରେ ଚନ୍ଦନ ବାସ୍କେ, କେ. କେ. ମୁର୍ମୁୁ, ହିସି ମୁର୍ମୁ ଓ ଥୋମାସ ବାସ୍କେ ସଙ୍ଗୀତ ନିର୍ଦ୍ଦେଶନା  ଦେଇଥିବା ବେଳେ ପ୍ରଯୋଜକ ପିଙ୍କି, କୁମାର ସାୱନ ଓ ମଞ୍ଜୁଲତା ପ୍ରମୁଖ  କଣ୍ଠଦାନ, ସପନ ମୁର୍ମୁ କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ତୁଲାଇଥିବା ଜଣାପଡ଼ିଛି । 

 

 

0
0
0
s2sdefault