ହେଡଲାଇନସ୍:

ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାର୍ଣ୍ଡିଙ୍କୁ ଗାର୍ଡ ଅଫ୍ ଅନର ଓ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସାନପାଖଣା ମାଟିର ସନ୍ତାନ ତଥା ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାରାଣ୍ଡିଙ୍କୁ ତାଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତେଷ୍ଟୀକ୍ରିୟା ସମ୍ପନ୍ନ ହୋଇଛି । ସୂଚନାଯୋଗ୍ୟ ଯେ ମେଜର ଡାକ୍ତର ଫାଗୁରାମ ମାରାଣ୍ଡି କାର୍ଗିଲ ଯୁଦ୍ଧ ସମୟରେ କାର୍ଯ୍ୟରତ ଥିଲେ ।ପରେ କମାଣ୍ଡାଣ୍ଟ(ମେଡିକାଲ) ୨୪ ବାଟାଲିୟନ ସୀମା ସୁରକ୍ଷା ବଳର ପଦରେ ଆସାମ ରାଜ୍ୟର ରଙ୍ଗିଆରେ କାର୍ଯ୍ୟରତ

ରହିଥିଲେ । ଗତ ୧୧ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ମର ଶରୀରକୁ ସେନାବାହିନୀ ସ୍ବତନ୍ତ୍ର ଗାଡ଼ି ଯୋଗେ ଭୂବନେଶ୍ବରରୁ ରାଇରଙ୍ଗପୁର ଟାଉନ ଥାନାକୁ ଆଜି ଅଣା‌ଯାଇଥିଲା । ସେଠାରୁ ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କର ପୈତୃକ ମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତେଷ୍ଟୀକ୍ରିୟା ସମ୍ପନ୍ନ କରାଯାଇଥିଲା । ଏହିସମୟରେ ବିଜେଡି ମୟୂରଭଂଜ ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଶୋକ ପ୍ରକାଶ କରିଥିଲେ । ସେହିପରି ମୟୂରଭଂଜ ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ମେଜରଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଇରଙ୍ଗପୁର ଉଚ୍ଚ ବାଳକ ହାଇସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ତାଙ୍କର ପୁରାତନ ଛାତ୍ର ମେଜର ଫାଗୁରାମଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । 

0
0
0
s2sdefault