ହେଡଲାଇନସ୍:

ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ମକ୍  ଡ୍ରିଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

19-06-18-jajpur.jpg - 50.55 kB

ଯାଜପୁର/ଜୟଶଙ୍କର  ଦାଶ :   ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ ।  କିନ୍ତୁ ସମବଦ୍ଧ ଉଦ୍ୟମ ଓ ପରସ୍ପର ମଧ୍ୟରେ  ସମନ୍ୱୟ ଏବଂ ବ୍ୟାପକ ସଚେତନତା ଧନ ଜୀବନ ହାନୀକୁ ରୋକି ପାରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲା  ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକ ଡ୍ରିଲ୍  ଜିଲ୍ଲା ହୋଇଥିଲା ।   ଜିଲ୍ଲାଜରୁରୀ  ବିଭାଗ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ  ସାମୁହିକ ଅଭ୍ୟାସ ନାମରେ ଅନୁଷ୍ଠିତ  ଏହି ମକ୍ ଡ୍ରିଲ୍ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଯାଜପୁର  ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଚିତ ।  ସେହିପରି ଏକାଧିକ ଶିଳ୍ପ କାରଖାନା ଥିବାରୁ ଶିଳ୍ପ ଜନିତ ବିପର୍ଯ୍ୟୟର ମଧ୍ୟ ଆଶଙ୍କା ରହିଚ୍ଥି ବୋଲି କହିଥିଲେ ।  ସଂପ୍ରତ୍ତି ବୈଷୟିକ ଜ୍ଞାନର ବିକାଶ ଯୋଗୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଆମେ ଖୁବ୍ ପୂର୍ବରୁ ପାଇପାରୁଚ୍ଥେ ।  ଯେଉଁମାନେ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଅଚ୍ଥି ସେମାନଙ୍କୁ ସଚେତନ ଓ କୈାଶଳର ତାଲିମ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।  ସମସ୍ତେ ସଚେତନ ହେଲେ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ହୋଇପାରିବ ।  ଗୋଷ୍ଠୀ  ସ୍ତରୀୟ ତାଲିମ ଓ ଉଦ୍ୟମ ସବୁବେଳେ ସପଂଳ ହୋଇଥାଏ ବୋଲି ମତ ଦେଇ  ବିପର୍ଯ୍ୟୟର ମୁକାବିଲାରେ ଗଣମାଧ୍ୟମର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଲୋକ ମାନଙ୍କୁ ଅତ୍ୟାବଶ୍ୟକୀୟ ଓ ସଠିକ ସୂଚନା ଦେବା ଜରୁରୀ ବୋଲି ସେ କହିଥିଲେ ।   ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ସରକାର ଅନେକ ପଦକ୍ଷେପ ଗ୍ରହଣ କରି ବିବିଧ ବିପର୍ଯ୍ୟୟ ପାଇଁ ଆଗୁଆ ସତର୍କ ସୂଚନା ଦେବାର ବ୍ୟବସ୍ଥା କରିଚ୍ଥନ୍ତି ।  ଜୁନ୍ ୧୯ ତାରିଖରେ ୩୦ ଟି ଯାକ ଜିଲ୍ଲା  ଓ ୮ ଶହରୁ ଉର୍ଦ୍ଧ୍ୱ ଆଶ୍ରୟ ସ୍ଥଳୀରେ ଏକା ସମୟରେ ଏହି ଅଭ୍ୟାସ କାର୍ଯ୍ୟକ୍ରମ ଚାଲୁଚ୍ଥି ।  ତେଣୁ ଏଥିରେ ପ୍ରତ୍ୟେକ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ  ଓ ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ବିପର୍ଯ୍ୟୟର ସପଂଳ ମୁକାବିଲା ପାଇଁ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ  ପରର ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ ହୋଇଥାଏ ।  ତେଣୁ ପ୍ରତ୍ୟେକ ଏହି କୈାଶଳକୁ  ଜାଣିବା ଓ ସେହି ଅନୁସାରେ ପ୍ରସ୍ତୁତ ରହିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ ।    ଜିଲ୍ଲା ଜରୁରୀ ଅଧିକାରୀ ରାଜଲକ୍ଷ୍ମୀ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଆଲୋକପାତ କରିଥିଲେ ।   ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାରର ବିଭିନ୍ନ କୈାଶଳ ସଂପର୍କରେ ତାଲିମ ପ୍ରଦାନ କରିଥିଲେ ।  ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ, ଜିଲ୍ଲାସ୍କୁଲ ଚ୍ଥାତ୍ର ଚ୍ଥାତ୍ରୀ, ବାଳାଶ୍ରମର ଅନ୍ତେବାସୀ ପ୍ରମୁଖ ଯୋଗ ଦେଇଥିଲେ ।  ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।   ଜରୁରୀ ବିଭାଗର ମୁଖ୍ୟ କିରାଣୀ ନକୁଳ ମଲ୍ଲିକ, ଅରୁଣ  ସାହୁ, ତରୁଣ ପଣ୍ଡା, ସୁପ୍ରିୟ  ପଣ୍ଡା, ଲିଜାଲିନ ସ୍ୱାଇଁ ଓ ଦଶରଥ ଜେନା ପ୍ରମୁଖ ଏହି ମକ୍ ଡ୍ରିଲ୍ ପରିଚାଳନାରେ ସହଯୋଗ କରିଥିଲେ । 

 

0
0
0
s2sdefault