ହେଡଲାଇନସ୍:

ପୂର୍ବତନ ଡ଼ିଏଲଆରମାନଙ୍କୁ ମିଳିବ ବକେୟା ଇପିଏଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟର ୮୯ ଜଣ ପୂର୍ବତନ ଡ଼ିଏଲଆରମାନଙ୍କୁ  ସେମାନଙ୍କର ବକେୟା ଇପିଏଫ ଟଙ୍କା ମିଳିବ । ଡ଼ିଏଲଆର ସଙ୍ଗର ସଭାପତି ପ୍ରାଣବନ୍ଧୁ ଦଳାଇଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବାରିପଦା ଆରଡ଼ି କାର୍ଯ୍ୟାଳୟରେ ତକ୍ରାଳୀନ କାର୍ଯ୍ୟରତ ଡ଼ିଏଲଆରମାନଙ୍କର ଇପିଏଫ ଟଙ୍କା କଟାଯାଉ ନ ଥିବାରୁ ସେମାନେ ଭୂବନେଶ୍ୱର ରିଜିଓନାଲ ଇପିଏଫ କମିଶନଙ୍କ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ମାନ୍ୟବର ଅଦାଲତ ପକ୍ଷରୁ ବକେୟା ଇପିଏଫ ଟଙ୍କା କଟାଯିବା ନିମନ୍ତେ  ଏକ ଆଦେଶ ନାମା ଜାରି କରାଯାଇଥିଲା । ପରବର୍ତ୍ତି ସମୟରେ କେନ୍ଦୁଝର ଜିଲ୍ଲାରେ ଏକ ସବ୍-ରିଜିଓନାଲ ଇପିଏଫ କାର୍ଯ୍ୟାଳୟ କାର୍ଯ୍ୟ ଆରମ୍ଭ କରିବା ପରେ ମୟୂରଭଞ୍ଜ ଜିଲ୍ଲା ଉକ୍ତ କାର୍ଯ୍ୟାଳୟ ଅଧୀନରେ ରହିଲା । ଏହା ମଧ୍ୟରେ ବର୍ଷ ପରେ ବର୍ଷ ଅତୀତ ହୋଇଯାଇ ଥିଲେ ମଧ୍ୟ ଭୂବନେଶ୍ୱରସ୍ଥିତ  ରିଜିଓନାଲ କମିଶନରଙ୍କ କାର୍ଯ୍ୟାଳୟ ଅଥବା କେନ୍ଦୁଝରସ୍ଥିତ ସବ୍-ରିଜିଓନାଲ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ କିମ୍ବା ସାକାରାତ୍ମକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଫଳରେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀହରି ମହାନ୍ତ କମିଶନରଙ୍କ ବିରୋଧରେ ଅଦାଲତର ନିଦେ୍ର୍ଧଶକୁ ଅବମାନନା କରାଯାଇଥିବା ଦର୍ଶାଇ କୋର୍ଟରେ କେଶ ନଂ-୮୬୦/୨୦୧୧ରେ ଏକ ମାମଲା ରୁଜୁ କରିଥିଲେ । ଫଳରେ ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଜନର ତତକ୍ରାଳୀନ ନିର୍ବାହୀ ଯନ୍ତ୍ରୀଙ୍ଗକ ବିରୋଧରେ ୭(ଏ) ମାମଲାଟିକୁ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ କରିବା ପରେ  କେନ୍ଦୁଝର ସବ-ରିଜିଓନାଲ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୯.୦୭.୨୦୧୬ରେ  ୧୫ ଦିନ ମଧ୍ୟରେ ମୋଟ ୫୮ଲକ୍ଷ ୨୭ ହଜାର ୮୧୦ ଟଙ୍କା କର୍ମଚାରୀମାନଙ୍କ ଇପିଏଫ ଟଙ୍କା ବାବଦରେ ଜମା  କରିବା ନିମନ୍ତେ ଏକ ଆଦେଶ ନାମା ଜାରି କରିଥିଲେ । ମାତ୍ର ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରାଇବାରେ ବିଫଳ ହେବାରୁ କେନ୍ଦୁଝର ସବ-ରିଜିଓନାଲ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାଳୟର ସମସ୍ତ ସରକାରୀ ଜମାଖାତାଗୁଡ଼ିକୁ ସିଜ କରି ବଚ୍ଛିତ ଟଙ୍କାକୁ ରଦ୍ଧ କରାଇ ଦେଇଥିଲେ । ମାତ୍ର ଜମାଖାତାଗୁଡ଼ିକରେ ଆବଶ୍ୟକୀୟ ରାଶି ନ ଥିବାରୁ ସବରିଜିଓନାଲ କମିଶନଙ୍କ କାର୍ଯ୍ୟାଳୟର ରିକୋଭାରୀ ଅଫିସରଙ୍କ ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ସାର୍ଟିଫିକେଟ କେଶ ନଂ-୮୦୫/୨୦୧୭ରେ ଏକ ମାମଲା ରୁଜୁ କରି ଅଫିସର ଆସବାବପତ୍ର ଆଦି ନିଲାମ କରାଇ ପାଇଁ ନୋଟିସ ଜାରି କରିଥିଲେ । ଶେଷରେ ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଗର ପତ୍ର ସଂଖ୍ୟା- ୨୮୩୬୦୧୦୦୭୯୨୦୧୭/ଆରଡ଼ି୦୨.୦୬.୨୦୧୮ ଅନୁସାରେ ଡ଼ିଏଲଆରମାନଙ୍କର ୫୮ଲକ୍ଷ ୨୭ ହଜାର ୮୧୦ ଟଙ୍କା ପ୍ରଦାନ କରିଯାଇଥିବାରୁ  ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । 

 

0
0
0
s2sdefault