ହେଡଲାଇନସ୍:

ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-06-18-kud.jpg - 75.81 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ କୁଡ଼ୁମାଲୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପରିଷଦର ସଭାପତି ଡ଼ଃ. ହୃଦାନନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ  ଗଣମାଧ୍ୟମର ପ୍ରତିନିଧି ଡ଼ଃ. ବିଜୟ ଅଗ୍ରୱାଲା, ସମ୍ମାନୀତ ଅତିଥି ଡ଼ଃ. ମାନିକଲାଲ ମହାନ୍ତ , ଡ଼ା. ପ୍ରଭାସ କୁମାର ମହାନ୍ତ ଏବଂ  ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ତୀଲୋଚନ ମହାନ୍ତ ଓ ସମ୍ମାନୀତ ବକ୍ତା ଭାବେ ପ୍ରଧ୍ୟାପକ ଗୋପବନ୍ଧୁ ମହାନ୍ତ ପ୍ରମୁଖ ଯୋଗ ଦେଇ  କୁଡ଼ୁମାଲୀ ସାଂସ୍କୃତିକ ପରିଷଦ ପକ୍ଷରୁ ଦୀର୍ଘ ବର୍ଷଧରି ଚାଲିଆସୁଥିବା ମେଧା ସମ୍ବର୍ଦ୍ଧନା ଉତ୍ସବକୁ ପ୍ରଶଂସା କରିବା ସଂଗେସଂଗେ ଜାତି ଓ ଦେଶର ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ଆୟୋଧ । କଠିନ ପରିଶ୍ରମ, ଗଭୀର ନିଷ୍ଠା , ଏକାଗ୍ରତା ଦ୍ୱାରା କିପରି ଛାତ୍ରଛାତ୍ରୀମାନଙ୍କୁ ସଫଳତାର ଶିଖରରେ ପହଁଞ୍ଚିପାରିବ ।  ତେଣୁ ସମସ୍ତେ କିପରି ଉଚ୍ଚ ଶିକ୍ଷିତ ହୋଇପାରିବେ ସେଥି ନିମନ୍ତେ ଅତିଥି ଓ ବକ୍ତାମାନେ ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ଡ଼ଃ. ଭକ୍ତହରି ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ କୃତ୍ତିତ୍ୱର ସହିତ ସଫଳତା ଅର୍ଜନ କରିଥିବା ହାଇସ୍କୁଲ ପରୀକ୍ଷାରେ ରାମକୃଷ୍ଣ ମହାନ୍ତ, ରାମକୃଷ୍ଣ ପ୍ରତାପସିଂ, ଉତ୍ତମ କୁମାର ମହାନ୍ତ ଓ ହିମାଦ୍ରିତନୟା ମହାନ୍ତ, +୨ ପରୀକ୍ଷାରେ ଇପସିତା ମହାନ୍ତ, ସୋନାଲୀ ମହାନ୍ତ, ହ୍ରିତିକ୍ ମହାନ୍ତ, ଗୋବିନ୍ଦ ମହାନ୍ତ, ଦୀପ୍ତିମୟୀ ମହାନ୍ତ, ମୋନାଲିସା ମହାନ୍ତ, ଉଦିତ କୁମାର ମହାନ୍ତ, ଗୁରୁ ଚରଣ ମହାନ୍ତ ଓ ହିଣ୍ମୟ ମହାନ୍ତଙ୍କୁ , +୩  ପରୀକ୍ଷାରେ କମ୍ପୁ୍ୟଟର ସାଇନ୍ସ ବିଭାଗରେ ଟପ୍ପର ହୋଇଥିବା ପୁଷ୍ପାଞ୍ଜଳୀ ମହାନ୍ତ, ରସାୟନ ବିଜ୍ଞାନରେ ଟପ୍ପର ହୋଇଥିବା ଭୂବନାନନ୍ଦ ମହାନ୍ତ, ତିରୁପତି ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ପିଏଚଡ଼ି କରିଥିବା ଛାତ୍ରୀ ତୃପ୍ତିମୟୀ ମହାନ୍ତ ପ୍ରମୁଖ କୁଡ଼ିମୀ ସମ୍ପ୍ରଦାୟର ଛାତ୍ରୀଛାତ୍ରମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଇନଜୀବୀ ପଦ୍ମଲୋଚନ ମହାନ୍ତ ସ୍ୱାଗତ ଭାଷଣ ଓ ଶେଷରେ କିଶୋର କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରିଚାଳନାରେ ଗୁରୁଚରଣ ମହାନ୍ତ, ଅଶୋକ କୁମାର ମହାନ୍ତ, ସତ୍ୟଜିତ୍ ମହାନ୍ତ, ଯଶୋଦା ମହାନ୍ତ, ମନୀନ୍ଦ୍ର କୁମାର ମହାନ୍ତ, ସତ୍ୟରଞ୍ଜନ ମହାନ୍ତ, ଇଂ. ପ୍ରଦୀପ କୁମାର ମହାନ୍ତ, ମନୋଜ କୁମାର ମହାନ୍ତ, କୃପାସିନ୍ଧୁ ମହାନ୍ତ, ବଙ୍କେଶ୍ୱର ମହାନ୍ତ, ଖଗେନ୍ ଚନ୍ଦ୍ର ମହାନ୍ତ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

 

0
0
0
s2sdefault