ହେଡଲାଇନସ୍:

ଛଟେଇ ୧୬୬ ଶିକ୍ଷା ସହାୟକମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଗଣଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-06-18-bar.jpg - 70.43 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୦୩-୦୪ ଆର୍ଥକ ବର୍ଷରେ ଓଡ଼ିଶାରେ ନିଯୁକ୍ତି ପାଇଥିବା ୧୦ ହଜାର ୬୮୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଉକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ ଓଡ଼ିଶାରେ ୧୦ ହଜାର ୭୬ ଜଣ ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଯାଇଥିବା ସମୟରେ ରହିଗଲେ ୫୦୬ ଜଣ । ଏମାନଙ୍କ ମଧ୍ୟରୁ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜରୁ ୧୬୬ ଜଣ ଶିକ୍ଷା ସହାୟକମାନଙ୍କୁ ଚାକିରୀରୁ ନିଯୁକ୍ତିର ୧୪ ବର୍ଷ ରେ ବେଆଇନ ନିଯୁକ୍ତି ଦର୍ଶାଇ ଛଟେଇ କରିଦିଆ ଯାଇଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ସହାୟକ ସଙ୍ଘ । ସଙ୍ଘ ସଭାପତି ସୂର୍ଯନାରାୟଣ ନାୟକଙ୍କ କହିବା ଅନୁସାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ବିଜ୍ଞପ୍ତି ପରେ ବିଭାଗ ପକ୍ଷରୁ ଏମାନଙ୍କୁ ଚାକିରୀ ମିଳିଥିଲା । ନିୟମିତ ଭାବେ ୧୪ ବର୍ଷ ଧରି ସରକାର ଏମାନଙ୍କୁ ଦରମା ଦେଇଆସୁଥିଲେ । ଏଥି ସହିତ ଇପିଏଫ ବାବଦକୁ ମଧ୍ୟ ଅର୍ଥ କଟାଯାଇ ଆସୁଥିଲା । ଚାକିରୀ କରିବାର ୧୪ ବର୍ଷ ପରେ ବର୍ତ୍ତମାନ ସେମାନଙ୍କୁ ବେଆଇନ ନିଯୁକ୍ତି ଦର୍ଶାଇ ଛଟେଇ କରାଗଲା କେଉଁ ଆଇନ ବଳରେ । ଓଡ଼ିଶା ସରକାର ଚାକିରୀ ହରାଇଥିବା ୧୬୬ ଜଣ ଶିକ୍ଷା ସହାୟକମାନଙ୍କର ୧୪ ବର୍ଷ ଫେରାଇ ଦେଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଚନ୍ଦ୍ରଲେଖା ମହାନ୍ତ ଓ ସୁଷମା ମଣି ବାରିକ ୨୦୧୮ ଅପ୍ରେଲ ୧୮ରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ନ୍ୟାୟାଳୟ ପକ୍ଷରୁ ଶିକ୍ଷା ସଚିବଙ୍କୁ ମାମଲାର ବିଚାର କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଶିକ୍ଷା ସଚିବ ଜିଲ୍ଲାପାଳଙ୍କୁ ଓ ଜିଲ୍ଲାପାଳ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥି ସହିତ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗତ ୦୭.୦୬.୨୦୧୮ରେ ମାମଲାର ଶୁଣାଣି କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ଚୁଡ଼ାନ୍ତ ରାୟ  ପ୍ରଦାନ କରିପାରି ନାହାନ୍ତି । ତେଣୁ ଆନେ୍ଦାଳନକୁ ଉହ୍ଲାଇବାକୁ ବାଧ୍ୟ ହୋଇଛୁ ବୋଲି କହିଛନ୍ତି ଅଜୟ ଭୂୟାଁ । ଆଜିର ଏହି ଆନ୍ଦୋଳନ  ଓ ଗଣଧାରଣାରେ ଚନ୍ଦ୍ରଲେଖା ମହାନ୍ତ, ଅଜିତ ଭୂୟାଁ, ସଂଧ୍ୟାରାଣୀ ମହାନ୍ତି, ପୁଷ୍ପଲତା ମହାନ୍ତି, କୁଞ୍ଜ ବିହାରୀ ମହାପାତ୍ର, ଅଜିତ କୁମାର ବେହେରା, ନରେନ୍ଦ୍ର ମଣ୍ଡଳ ପ୍ରମୁଖ ୧୬୬ ଜଣ ଛଟେଇ ଶିକ୍ଷା ସହାୟକ ସାମିଲ ହୋଇଥିଲେ । ଶେଷରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ଏବିଷୟରେ ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ନିଦେ୍ର୍ଧଶକ ବିବେକାନନ୍ଦ ସାହୁ କୁହନ୍ତି, ଆନେ୍ଦାଳନକାରୀ ଶିକ୍ଷା ସହାୟକମାନଙ୍କୁ ଛଟେଇ କରିବା ନିମନ୍ତେ ଉଚ୍ଚତମ ନ୍ୟାୟାଳୟର ନିଦେ୍ର୍ଧଶ ରହିଥିଲା । କାର୍ଯ୍ୟାଳୟରେ ଉକ୍ତ ଆଦେଶନାମାର ନକଲ ରହିଛି ବୋଲି କହିଥିଲେ । 

 

 

 

0
0
0
s2sdefault