ହେଡଲାଇନସ୍:

ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ନିମନ୍ତେ  ମକ୍ ଡ୍ରିଲ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ନିମନ୍ତେ  ମକ୍ ଡ୍ରିଲ୍ 

 ରାୟଗଡା/ ସରୋଜ କୁମାର ସାହୁ :   ରାୟଗଡା ଜିଲ୍ଲାରେ ପ୍ରାକୃତିକ ବିର୍ପଯ୍ୟୟ ସମୟରେ ପ୍ରଭାବିତ ଅଂଚଳରେ ଆକସ୍ମିକ ଦୁର୍ଘଟଣାରେ ନଷ୍ଟ ହେଉଥିବା ଧନଜୀବନକୁ ରକ୍ଷା କରିବା ଓ ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ପାଇଁ ଅଗ୍ନିଶମ,ସ୍ୱାସ୍ଥ୍ୟ ବିଭାଗ ସମେତ ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପ ଉପରେ ଆଜି ସ୍ଥାନୀୟ ଜି.ସି.ଡି.ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ୨୦୧୮ବର୍ଷର ଜିଲ୍ଲାସ୍ତରୀୟ  ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମକ୍ ଡ୍ରିଲରେ ଡାକ୍ତର ଏଲ.ଏନ.ସାହୁ ସାପ କାମୁଡା, ଆକସ୍ମିକ ଦୁର୍ଘଟଣାରେ ପ୍ରାଥମିକ ଚିକିସ୍ଛା,ଅଗ୍ନିଶମ ବିଭାଗ ପକ୍ଷରୁ ଏଲପିଜି ଗ୍ୟାସ ସିଲିଣ୍ଡିରରେ ନିଆ ଲାଗିଲେ କିପରି ବନ୍ଦ କରିବା, ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ଇତ୍ୟାଦି ବିଷୟରେ ମକଡ୍ରିଲ ପ୍ରର୍ଦଶନ କରିଥିବା ବେଳେ ଏଡିଏମଓ ଡାକ୍ତର ବି.ଏଲ.ଏନ.ପୃଷ୍ଟି ଡେଙ୍ଗୁ ଜ୍ୱର ପ୍ରତି ସତର୍କ  ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ । ସେହିପରି ଜିଲ୍ଲାପାଳ  ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ ଆଜି ତିନୋଟି ବନ୍ୟାଞ୍ଚଳ ସ୍ଥାନରେ ମକ୍ ଡ୍ରିଲ କରାଯାଉଥିବା ବେଳେ ଏ ନେଇ ଲୋକଙ୍କୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ  ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ସହ ଅନ୍ୟଙ୍କୁ ସାହାର୍ଯ୍ୟ କରିପାରିବେ ସେଥିପାଇଁ ଏ ମକଡ୍ରିଲ୍ କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର,ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ,ଜରୁରୀକାଳୀନ ଅଧିକାରୀଣି  ବବିତାରାଣୀ ଦଳବେହେରା, ସିଡିଏମଓ ଡାକ୍ତର ଚନ୍ଦ୍ରିକାପ୍ରସାଦ ଦାଶ,ଅଗ୍ନିଶମ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ, ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

 

 

0
0
0
s2sdefault