ବରଗଡ଼/ନୀଳ ଦୀପ -ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ ଏକ ଜେସିବି ସହ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆକାଶ କୁମ୍ଭାର, ବାସ୍ତୁଭ ଭୋଇ ଓ ସରୋଜ ପ୍ରଧାନ(୨୭)। ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ନବମ ଶ୍ରେଣୀର ଛାତ୍ର। ସରୋଜ ବାଇକ୍ ଚଲାଉ ଥିଲେ।ଆକାଶ ଓ ବାସ୍ତୁଭ ଘେଁସରୁ ଟ୍ୟୁସନ ସାରି ଫେରୁଥିଲେ। ଏହି ସମୟରେ କେରମାଲି ଗାଁର ସରୋଜଙ୍କ ସହ ଭେଟ ହୋଇଥିଲା। ସରୋଜଙ୍କ ସହ ବାଇକରେ ଆକାଶ ଓ ବାସ୍ତୁଭ ଘରକୁ ଫେରୁଥିଲେ। ପଟୁପାଲି ଛକଠାରେ ଏକ ଜେସିବି ସହ ସେମାନଙ୍କ ବାଇକ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଛାତ୍ରଙ୍କ ସହ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।