ହେଡଲାଇନସ୍:

 କି ଖେଳ ମ, ସବୁ ମେନ ଖେଳାଳି ମୈଦାନରେ : ସବୁ ଓପିଏଲ ଖେଳାଳି ଏମପିଏଲରେ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ବବିଙ୍କ ଧୂଆଁଧାର ବ୍ୟାଟିଂ , ଜିତିଲା ବିଧାୟକ ଏକାଦଶ 

  • ସଞ୍ଜୟ ଓ ଅତନୁଙ୍କ ଦ୍ୱାରା ରୋଚକ ଧାରା ବିବରଣୀ 

ବାରିପଦା : ଏକୁ ଆରେକ ବଳି ଖେଳାଳିଙ୍କ ସମାଗମ |  ମାନେ ସବୁ ଇଣ୍ଟରନ୍ୟାସନାଲ ଖେଳାଳି ସତେ ଯେମିତି ପଂଚାୟତ ସ୍ତରରେ ମ୍ୟାଚ ଖେଳିବାକୁ ଆସିଛନ୍ତି | ଯେମିତି ତେନ୍ଦୁଲକର, ଧୋନି, ବିରାଟ, ପଂଥ, ରୋହିତ, ଅଶ୍ୱିନୀ, ଜାଡେଜା ଆସିଛନ୍ତି ବ୍ଲକ ପ୍ରିମିୟର ଲିଗ ଖେଳିବାକୁ |  ସେମିତି କିଛି ଦେଖିବାକୁ ମିଳିଥିଲା ବାରିପଦା ଷ୍ଟାଡିୟମ ଠାରେ | ସବୁ ଓପିଏଲ ଖେଳାଳି ଏମପିଏଲରେ !!!   ମାନେ ଓଡିଶା ପଲିଟିକାଲ ଲିଗ(ଓପିଏଲ)ର "ଟିମ ନବୀନ"ର ସବୁ ଷ୍ଟାର ଷ୍ଟ୍ରାଇକର, ଅଲରାଉଣ୍ଡର  ଓ ବୋଲରଙ୍କ ଭିଡ ମୟୁରଭଞ୍ଜ ପ୍ରିମିୟର ଲିଗ୍ (ଏମପିଏଲ)ରେ | ଖେଳ କଣ ହେଲା, କିଏ କେମିତି ଖେଳିଲା କିଏ ଜିତିଲା ବା କିଏ ହାରିଲା ତାହା ସେତେଟା ଗୁତୁତ୍ତ୍ୱପୁର୍ଣ ନୁହେ, ଗୁରୁତ୍ୱପୂର୍ଣ ହେଉଛି ଏକ ସାଙ୍ଗରେ ଏତେ ସଂଖ୍ୟାରେ ବଛା ବଛା ଷ୍ଟାର ଖେଳାଳିଙ୍କ ଉପସ୍ଥିତି | ଖେଳାଳିଙ୍କ ଖେଳ ସାଙ୍ଗକୁ ଅଭିଜ୍ଞ ଖେଳାଳି ସଞ୍ଜୟ ଦାସବର୍ମା ଓ  ଅତନୁ ସବ୍ୟସାଚୀ ନାୟକଙ୍କ ଦ୍ୱାରା ଖେଳର ଧାରା ବିବରଣୀ | ବେଶ ରୋମାଂଚିତ ହୋଇଥିଲେ ଦର୍ଶକ |  ଶିମିଳିପାଳ ନିଆଁର ଟେନ୍ସନ ଭିତରେ ବି ସହରରେ ଚର୍ଚ୍ଚା ଥିଲା ଏହି ମ୍ୟାଚର |

ବିଧାୟକ ଏକାଦଶରେ କ୍ୟାପଟେନ ଥିଲେ ଦଳର ଭରସାଯୋଗ୍ୟ ଅଲରାଉଣ୍ଡର ଡ଼ ଅରୁଣ ସାହୁ | ଟିମ ନବୀନର ଷ୍ଟାର ଷ୍ଟ୍ରାଇକର ତଥା କ୍ରାଇସିସ ମ୍ୟାନେଜର ପ୍ରଣବ ପ୍ରକାଶ ଦାସ (ବବି) ଥିଲେ ଓପନର | ଅନ୍ୟମାନଙ୍କ ଭିତରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର , ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା, ରାଜେନ୍ଦ୍ର ସାହୁ, ପ୍ରକାଶ ବେହେରା, ବାପି ରାୟ, ବାପି ରାଉତରାୟ ,ଦେବୀ ରଞ୍ଜନ, ସଂଜୀବ ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟଙ୍କ ଭଳି ଖେଳାଳି ସାମିଲ ଥିଲେ  | ଆଉ ବିଧାୟକ ଏକାଦଶ ପକ୍ଷରୁ ଉଇକେଟ କିପିଙ୍ଗ ଦାୟିତ୍ୱ ତୁଲାଇଥିଲେ ଅଭିନେତା ତଥା ଭାବି (ବିଧାୟକ/ସାଂସଦ) ନେତା ଅରିନ୍ଦମ | ଏମାନେ ସମସ୍ତେ ଜର୍ସିରେ ମୈଦାନରେ ଓହ୍ଲାଇ ଥିବା ବେଲେ ବିନା ଜର୍ସିରେ ଆବିର୍ଭାବ ହୋଇଥିଲେ ଅନ୍ୟତମ ଟାଣୁଆ ଅଭିଜ୍ଞ ଖେଲାଣି ମନ୍ତ୍ରୀ ପ୍ରତାପ ଜେନା ଓ ଜର୍ସିରେ ଖେଳମନ୍ତ୍ରୀ ମନ୍ତ୍ରୀ ତୁଷାରକାନ୍ତି (ନନପ୍ଲେୟିଙ୍ଗ ମେମ୍ବର ଭାବେ)  | ସେମାନେ ସାଜିଥିଲେ ଦର୍ଶକ |  ଅନ୍ୟ ଦୁଇ ଟାଣୁଆ ଖେଳାଳି ଜର୍ସିରେ ଥିଲେ ବି ନଖେଲି ସାଜିଥିଲେ କମେନଟେଟର | 

ଜିଲ୍ଲା ଏକାଦଶରେ ଥିଲେ ସୁଦାମ ମାରାଣ୍ଡି, ସାନନ୍ଦ ମାରାଣ୍ଡି , ଦେବାଶିଷ ମାରାଣ୍ଡି, ପର୍ଯ୍ୟବେକ୍ଷକ ଅମରେଶ ପତ୍ରୀ , ଚିନ୍ମୟ ସାହୁ, ଜନ୍ମେଜୟ ଲେଙ୍କା, ମାନସ ଦାସ ପଟ୍ଟନାୟକ, ସୁଭେନ୍ଦୁ ମଙ୍ଗରାଜ, ପ୍ରକାଶ ମହାନ୍ତି, ଜିତେନ୍ଦ୍ର ମହାନ୍ତି ଇତ୍ୟାଦି |  

 ହାରଜିତ କଥା  ଛାଡ ହୋ, ଏ ଟିମ ଦେଖିଲେ ମନ ତୋଷ ହୋଇଯିବ | ଭୋଟ ନଥିଲେ ଏକ ସାଙ୍ଗରେ ଏତେ ଟିମ ନବୀନର ଭେଟେରାନ ଓପିଏଲ ଖେଳାଳି ଏକାସାଙ୍ଗେ ଆବିର୍ଭାବ ହେବା କଥା ନୁହେ |  ରାଜନୀତି ପଡ଼ିଆର ଏତେ ଟାଣୁଆ ଖେଳାଳିମାନେ ପୁଣି ଏକ ସାଙ୍ଗରେ ! ଆଗକୁ ଭୋଟ ତ ନାହିଁ ! ଆଉ ଏଭଳି ବିରଳ ଦୃଶ୍ୟ ବାରିପଦା ଷ୍ଟାଡିୟମ ଠାରେ ଦେଖି  ଦର୍ଶକ ବି ରୋମାଂଚିତ ହେଉଥିଲେ | ଖେଳ ହେଲା | ବିଧାୟକ ଏକାଦଶ ପ୍ରଥମେ ବ୍ୟାଟିଂ | ଓପନର ବବି | ବବିଙ୍କ ପଂଚମରେ ବୃହସ୍ପତି | ମାଟି ଧଇଲେ ସୁନା, ଯୋଉ କାମରେ ହାତ ଦେଉଛନ୍ତି ସବୁ ସକ୍ସେସ | ଆଉ ଏ କ୍ରିକେଟ ଖେଳ ତାଙ୍କୁ କୋଉ ବଳେଇଯିବ | ବବି ବ୍ୟାଟ ଧରି ଓହ୍ଲାଇଥିଲେ ମଇଦାନକୁ | କି ଖେଳ, ପୁରା ଧୂଆଁଧାର ଇନିଂସ | ୧୨ ଓଭରରୁ ପ୍ରାୟ ୭ ଓଭର ପର୍ଯ୍ୟନ୍ତ ଖେଳିଲେ | ଭଲ ରନ  ବି କଲେ |  ସେପଟେ ଧାରା ବିବରଣୀ ଚାଲିଥାଏ ସଞ୍ଜୟ ଦାସବର୍ମା ଆଉ ଅତନୁ ସବ୍ୟସାଚୀଙ୍କ ଦ୍ୱାରା | ମୟୁରଭଞ୍ଜ ଏକାଦଶର ଜଣେ ଖେଳାଳି କୌଣସି କାରଣରୁ ବବିଙ୍କ କ୍ୟାଚ ମିସ କରିଦେଲେ |  ଆଉ ସେଠି ଧାରା ବିବରଣୀ ଦେଉଥିବା ସଞ୍ଜୟ ବାବୁ କହିବା ଶୁଣିବାକୁ ମିଳିଥିଲା " ଯାହା ଲାଗୁଛି ମ୍ୟାଚ ଫିକସିଂ ହୋଇଯାଇଛି | ତେଣୁ "ଅମୂକ"  କ୍ୟାଚକୁ ଗଳାଇ ଦେଇଛନ୍ତି | ତେଣୁ ତାଙ୍କ ଟିକଟ ପ୍ରାୟ ଫାଇନାଲ" | ସଞ୍ଜୟ ଏହା କହିବା ବେଳେ ପଡିଆରେ ଉପସ୍ଥିତ ଲୋକଙ୍କ ଭିତରେ ହାସ୍ୟ ରୋଲ ସୃଷ୍ଟି ହୋଇଥିଲା | ବହୁ ସଂମୟ ଧରି ଧୁଆଂଧାର ବ୍ୟାଟିଂ କରିବା ପରେ ଶେଷରେ ନିଜର ରାଜନୈତିକ ସହଯୋଗୀ ପ୍ରକାଶ ମହାନ୍ତିଙ୍କ ବଲରେ ଆଉଟ ହୋଇଥିଲେ ବବି | ଓଭର ସରିବା ଦେଖି ବିଧାୟକ ଦଳର କ୍ୟାପଟେନ ତଥା ଅଲରାଉଣ୍ଡର ଅରୁଣ ସାହୁ ପଡିଆକୁ ଯାଇ ବ୍ୟାଟିଂ କରୁଥିବା ବିଧାୟକ ଦେବୀ ରଞ୍ଜନଙ୍କୁ ବ୍ୟାଟ ଛାଡିବାକୁ କହି ନିଜେ ବ୍ୟାଟିଂ କରିଥିଲେ | ଖେଳ ଆରମ୍ଭ କରିବା ବେଳେକୁ ଓଭର ସରିଗଲା , ତଥାପି ଚଉକା ମାଡ କରି ଷ୍ଟାଇଲିଶ ଖେଳ ଆରମ୍ଭ କରିଦେଇଥିଲେ ଅରୁଣ | ଶେଷକୁ ରହିଲେ ନାଟ ଆଉଟ | ତାପରେ ବ୍ୟାଟିଂ କଲେ ମୟୁରଭଞ୍ଜ ଦଳ | କ୍ୟାପଟେନ ଅରୁଣ ଆଉ ବେବୀଙ୍କ ତେଜ ଆଗରେ ସେମାନେ କୋଉ ପାସଂଗ ପଡିବେ | ଓଭର ସରିଗଲା, ହେଲେ ଟାର୍ଗେଟରେ ପହଂଚି ପାରିଲେନି ମୟୁରଭଞ୍ଜ ଦଳ | ପ୍ରଥମରୁ କ୍ୟାପଟେନ ସୁଦାମ ମାରାଣ୍ଡି ଖାଲି ଠିଆ ହୋଇ ଓଭର ଗୁଡାଏ ସାରିଦେଲେ | ସୁଦାମଙ୍କ ପରେ ଯାଇଥିବା ଖେଳାଳି ମାନେ ଭଲ ଖେଳି ଟାର୍ଗେଟ ପାଖାପାଖି ପହଂଚିବାକୁ ଉଦ୍ୟମ କରିଥିଲେ ମଧ୍ୟ ଓଭର ନଥିଲା | କାରଣ ପ୍ରଥମରୁ ଅଧିନାୟକ ସୁଦାମ ଗୁଡାଏ ବଲ ଅନାବଶ୍ୟକ ଭାବେ ନଷ୍ଟ କରଦେଇଥିଲେ |  ହେଲେ ତା ଭିତରେ ବବି ଗୋଟେ ହିସାବ ନିକାସ କରିଦେଇଥିଲେ | ଯିଏ ତାଙ୍କୁ ଯେମିତି ଆଉଟ କରିଥିଲେ, ବବି ତାଙ୍କୁ ଅନୁରୂପ ଭାବେ ଆଉଟ କରି ହିସାବ ବରାବର କରିଦେଇଥିଲେ | ବିଧାୟକ ଦଳ ଜିତିଲେ, ହାରିଲେ ମୟୁରଭଞ୍ଜ ବିଜେଡି ଟିମ | ହାରଜିତ ଯାହା ହେଉ, ଖେଳ କିନ୍ତୁ ରୋମାଞ୍ଚକର ହୋଇଥିଲା | ଖେଳ ସରିଲା... ଅତନୁ ଅରୁଣ ଯୋଡି ଭୁବନେଶ୍ୱର ମୁହାଁ ହୋଇଥିବା ବେଳେ ଅନ୍ୟ ବିଧାୟକମାନେ ନାଇଟ ହଲଟପାଇଁ ଯାଇଥିଲେ ଶିମିଳିପାଳ ପାଦଦେଶରେ ଥିବା ଲୂଲୂଙ୍ଗକୁ |  

 

 

0
0
0
s2sdefault