ହେଡଲାଇନସ୍:

ସମ୍ବଲପୁର ଗ୍ରାମାଞ୍ଚଳରେ ପାନୀୟଜଳ ପାଇଁ ୧୮୮ କୋଟି ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ରାଜ୍ୟ ସରକାରଙ୍କ ଫୋକସରେ  ଏବେ ପଶ୍ଚିମ ଓଡିଶାର ବିକାଶ । ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲା ରେ ପିଇବା ପାଣି ସୁବିଧା ପାଇଁ ରାଜ୍ୟ ସରକାର ୧୮୮ କୋଟି ଟଙ୍କା ମଞ୍ଚୁର କରିଛନ୍ତି । ସମ୍ବଲପୁର ଜିଲ୍ଲାର ଧନକଉଡା ,ରେଙ୍ଗାଲୀ, ଜମନକିରା,ମାନେଶ୍ୱର , ଜୁଜୁମୁରା ବ୍ଳକ ସମେତ ସମ୍ବଲପୁର ମହାନଗର ନିଗମ ଅଞ୍ଚଲରେ ଲୋକଙ୍କ ପାଇଁ ପିଇବା ପାଣି ର ବ୍ୟବସ୍ଥା କରାଯିବ । ଜିଲ୍ଲା ର ୨୬ ଟି ପଞ୍ଚାୟତ ର ୧୩୮ ଟି ଗ୍ରାମରେ ଲୋକଙ୍କୁ ହୀରାକୁଦ ଜଳଭଣ୍ଡାରରୁ ସିଧାସଳଖ ପିଇବା ପାଣି ଯୋଗାଇବା ପାଇଁ ପ୍ରକଳ୍ପ ଆରମ୍ଭ ହେବ । ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ କ୍ୟାବିନେଟ ରେ ମଞ୍ଚୁର କରିଥିବା ରାଜ୍ୟ ସରକାର ମନ୍ତ୍ରୀ ସୁଶାନ୍ତ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରି ହେଲେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୫୦ ହଜାର ଲୋକ ଉପକୄତ ହୋଇପାରିବେ ବୋଲି  ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ବିଳନି ରେ ସରକାରୀ ଦଳର ଉପଯୁକ୍ତ ସଚେତକ ରୋହିତ ପୁଜାରୀ , ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ , ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପଧାନ ପ୍ରମୁଖ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ବିଶେଷ କରି ସମ୍ବଲପୁର ଜିଲ୍ଲାରେ ଲୋକଙ୍କ ପିଇବା ପାଣି ର ସୁବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରିଥିବା କହିଛନ୍ତି । ଏହି ବୄହତ ଜଳଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡର କାର୍ଯ୍ୟ ସରିଥିବା ବେଳେ ଆଗାମି ଦୁଇବର୍ଷ ମଧ୍ୟରେ  ପିଇବା ପାଣି ଯୋଗାଣ ପ୍ରକଳ୍ପ  ଶେଷ ହେବ ବୋଲି  ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୄହତ ପାନୀୟ ଜଳ ପ୍ରକଳ୍ପ ଘୋଷଣା ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ  ସାମ୍ବାଦିକ ସମ୍ବିଳନିରେ  ବିଜେଡି ତରଫରୁ ଧନ୍ୟବାଦ  ଜ୍ଞାପନ କରାଯାଇଥିଲା।

 ଏହା ଜାଣିଲା ପରେ ବିଜେଡି କର୍ମୀଙ୍କ ତଥା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଭିତରେ ନୂଆଁ ଉଦ୍ଦୀପନା ସୃଷ୍ଟି ହୋଇଛି। ଏହି ପରିପେକ୍ଷୀରେ ବିଜେଡିର କର୍ମୀ ମାନେ ସ୍ଥାନୀୟ ରେଙ୍ଗାଲି ବସଷ୍ଟାଣ୍ଡ ଠାରେ ଆତସବାଜି ଫୁଟାଇ ମୁଖ୍ୟମନ୍ତ୍ରୀ  ନବିନ ପଟ୍ଟନାୟକଙ୍କର ଏପରି ଜନହିତକର କାମକୁ ସ୍ବାଗତ କରିଥିଲେ | ସେହିପରି ଲପଙ୍ଗାରେ ମଧ୍ୟ  ଏହାକୁ ସ୍ୱାଗତ କରାଯାଇଥିଲା। ବରିଷ୍ଠ ବିଜେଡି ନେତା ଏମ.ବି. ସତ୍ୟମ  ଓ ପୂର୍ବତନ ବିଧାୟକ ରମେଶ ପାଟୁଆଙ୍କ ସହ ଶତାଧିକ ବିଜେଡି କର୍ମକର୍ତ୍ତା ଏହି ସ୍ବାଗତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 

 

0
0
0
s2sdefault