ହେଡଲାଇନସ୍:

ଯୁବପିଢ଼ି ନୈରାଶ୍ୟ ଜର୍ଜରିତ ନ ହେଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବନୀତାର ପଲ୍ଲବନ କାର୍ଯ୍ୟକ୍ରମ ଅନୁଷ୍ଠିତ 

17-06-18-balangir.jpg - 97.33 kB

ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ତରଫରୁ  ଯୁବ ଲେଖକ ସମାବେଶ ‘ପଲ୍ଲବନ’ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମର  ତୃତୀୟ ସଂସ୍କରଣରେ ଉଦ୍ଘାଟକ ଭାବେ ଯୋଗଦେଇଥିଲେ ବିଶିଷ୍ଟ ଗାଳ୍ପିକ, ସ୍ତମ୍ଭକାର ତଥା ସମାଲୋଚକ ପ୍ରଫେସର ଆଦିକନ୍ଦ ସାହୁ । ଅତିଥିମାନେ ଗଛ କୁଣ୍ଡରେ ପାଣି ଢାଳି ଓ ପ୍ରାଚୀରରେ ଉକ୍ତି ଲେଖି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । କବି ପ୍ରହ୍ଲାଦ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ପ୍ରଥମ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ ଡକ୍ଟର ସଂତୋଷ କୁମାର ରଥ ଏବଂ କବି ଓ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁ । କାର୍ଯ୍ୟନିର୍ବାହୀ ସମ୍ପାଦକ ମୀନକେତନ ବାରଲେବଡ଼ିଆ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକୀୟ ବକ୍ତବ୍ୟ ଦେଇଥିଲେ କ୍ଷେତ୍ରବାସୀ ନାଏକ । କବି ସଂଜୟ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ପ୍ରକାଶକ ରାଜେଶ ଝାଙ୍କର । ଉଦ୍ଘାଟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ, ଯୁବପିଢ଼ି ନୈରାଶ୍ୟ ଜର୍ଜରିତ ନ ହେଉ । ପ୍ରେମ ବିନା ଜୀବନ ଅସମ୍ପୂର୍ଣ୍ଣ । ମଣିଷ କାହିଁକି ପ୍ରେମରେ ଜାଣେ ନାହିଁ ତାହା ମୁଁ ଜାଣିନି । ବଲାଙ୍ଗୀରର ସାଂସ୍କୃତିକ ବିଭବର ସେ ସ୍ମୃତିଚାରଣ କରିଥିଲେ । ତରୁଣ ପିଢ଼ିକୁ ତାଙ୍କ ବକ୍ତବ୍ୟ ଉଦ୍ବୁଦ୍ଧ କରିଥିଲା । ଏହି ଅବସରରେ ନବନୀତାର ଯୁବ ବିଶେଷାଙ୍କ, ନବନୀତା ପ୍ରକାଶନୀରେ ପ୍ରକାଶିତ କବି ଡାକ୍ତର ଜ୍ୟୋତି ସାହୁଙ୍କ ତୃତୀୟ କବିତା ସଙ୍କଳନ ‘ଅନ୍ୟ ଋତୁ’, ଡକ୍ଟର ଗୋବର୍ଦ୍ଧନ ସାହୁଙ୍କ କୋଶଲି ଗପ ବହି ‘କଥା କାଂଚନ’ ଓ ଦାଶରଥି ବିଶ୍ୱାଳଙ୍କ ‘ପଦ୍ମଜ ପାଳ-ଗଳ୍ପ ସୌରଭ’ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ତରୁଣ ପିଢ଼ିର ଲେଖକ ଅନନ୍ତ ବାଗ, ଆଶିଷ କୁମାର ମିଶ୍ର, ଜଗନ୍ନାଥ ସାହୁ, ଦାଶରଥି ବିଶ୍ୱାଳ, ଦିପୁନ ପୁହାଣ, ପ୍ରଶାନ୍ତ କୁମାର ଦାଶ, ଫିରୋଜ କୁମାର ପଟେଲ, ବିଶ୍ୱନାଥ ସାହୁ ଏବଂ ଶୁଭଲକ୍ଷ୍ମୀ ଦାସ ବିଶ୍ୱାଳ ସ୍ୱରଚିତ କବିତା ଓ ଗଳ୍ପ ପଢ଼ିଥିଲେ । ପଠିତ ଗଳ୍ପ ଓ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଡକ୍ଟର ଶ୍ୟାମ ଭୋଇ ଏବଂ କବି ତଥା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ହୋତା । ଅପରାହ୍ଣରେ ଅତିଥି ବଙ୍ଗଳା କବି ଦେବର୍ଷି ସରକାର ଏବଂ ଦୀପନ୍ୱିତା ସରକାର ସ୍ୱରଚିତ କବିତା ପଢ଼ିବା ସହିତ ଅଧ୍ୟାପିକା ବନ୍ଦନା କର ତାହାର ଓଡ଼ିଆ ଅନୁବାଦ ପାଠ କରିଥିଲେ । ପରବର୍ତ୍ତୀ ଅଧିବେଶନରେ ତିନିଟି ପ୍ରସଙ୍ଗରେ ଅତିଥି ଲେଖକ/ଲେଖିକା ମାନଙ୍କ ସହିତ ପ୍ରଶ୍ନୋତ୍ତର ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ପ୍ରସଙ୍ଗଗୁଡ଼ିକ ହେଉଛି, ଗପରେ କାହାଣୀଟିଏ ରହିବା ଜରୁରୀ କି, ଆଜିର କବିତା ବିଭିନ୍ନ ବାଦ ଦ୍ୱାରା ପ୍ରଭାବିତ ହେଉଛି କି ଏବଂ ମୁଁ କାହିଁକି ଲେଖେ । ଶଷରେ ବିଶିଷ୍ଟ ବ୍ୟଙ୍ଗ କବି ସୁଶୀଳ ମିଶ୍ର ଏବଂ ରସରାଜ ଅଚ୍ୟୁତ  ପୁରୋହିତଙ୍କ ବ୍ୟଙ୍ଗ କବିତା ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ପତ୍ରିକାର ପରିଚାଳନା ସମ୍ପାଦକ ଯୁଜେଷ୍ଟି ମେହେର । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବସୁଧା ଟ୍ରଷ୍ଟର ସୁଶାନ୍ତ ମେହେର, ରଂଜିତ ମିଶ୍ର, ରାମ ନାରାୟଣ ଦାଶ, ଶିବପ୍ରସାଦ ସା, କୌତୁକ ପନ୍ଦର, ସତ୍ୟାନନ୍ଦ ଭୋଇ, ପ୍ରଦୀପ ନାଏକ, ରମାକାନ୍ତ ନାଏକ, କୈଳାସ ଚନ୍ଦ୍ର ଭୋଇ, ସୁଜିତ ସତପଥି, ପଂଚାନନ ଭୋଇ ଏବଂ ଗୋପୀନାଥ ଦଣ୍ଡସେନା । ତରୁଣ, ଯୁବ ଓ ବରିଷ୍ଠ  ଲେଖକ ଲେଖିକାମାନଙ୍କ ମଧ୍ୟରେ ବିନିମୟ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ସାହିତି୍ୟକ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେଇଥିଲେ ।

 

0
0
0
s2sdefault