ହେଡଲାଇନସ୍:

ମହିଳା ଦିବସ ସ୍ବତନ୍ତ୍ର : କୋଭିଡ ଯୋଦ୍ଧା ମନୋରମା, କର୍ତ୍ତବ୍ୟ ଆଗରେ ହାର ମାନିଥିଲା ଅସୁସ୍ଥତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାରୀ, ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ତା ସାମର୍ଥ୍ୟ ଓ ସୀମାରେଖା । ଦିନ ଥିଲା ନାରୀ ତା ପରିଚୟ ପାଇଁ ପ୍ରତିପାଦରେ ସଂଘର୍ଷ କରୁଥିଲା, ହେଲେ ଏବେ ସେ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇ ଆଗେଇ ଚାଲିଛି । ଏହାର ଜ୍ଜଳନ୍ତ ଉଦାହରଣ ହୋଇ ସମାଜ ପାଇଁ ପ୍ରେରଣା ଦେଉଛନ୍ତି ସମ୍ବଲପୁର ର କୋଭିଡ ଯୋଦ୍ଧା ମନୋରମା ଶତପଥୀ ।  ଅନ୍ୟପଟେ ମନୋରମାଙ୍କ ଏହିଭଳି କର୍ତ୍ତବ୍ୟନିଷ୍ଠାକୁ ଦେଖି ବୁର୍ଲାବାସୀ ଖୁସି ହେବା ସହ ସେ ବୁର୍ଲା ପାଇଁ ଗୌରବ ଆଣିଥିବା କହିଛନ୍ତି ।  ମନୋରମା ଶତପଥୀ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ପୋଲିସ ଡିଜି ଙ୍କ ଠାରୁ ସମ୍ମାନିତ  ହୋଇ ଅନେକ ମହିଳାଙ୍କ ପାଇଁ  ପ୍ରେରଣାର ଉତ୍ସ ହୋଇପାରିଛନ୍ତି।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ବିଗତ ବର୍ଷ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ କୋଭିଡ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ ଅନେକ ଯୋଦ୍ଧା । କେତେକ ଏହି ଯୁଦ୍ଧରେ ନିଜର ଜୀବନକୁ ବଳିଦାନ ମଧ୍ୟ ଦେଇଥିଲେ । ତେବେ ସମ୍ବଲପୁରର ଏମିତି ଜଣେ ମହିଳା ଯୋଦ୍ଧା ଅଛନ୍ତି ଯିଏ ଏକ ଗୁରୁତର ଦୁର୍ଘଟଣାରେ ଶିକାର ହୋଇ ମଧ୍ୟ ନିଜର କର୍ତ୍ତବ୍ୟକୁ ଭୁଲି ନଥିଲେ ଓ ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହୋଇଛନ୍ତି । ସେ ହେଉଛନ୍ତି ସମ୍ବଲପୁର ଟ୍ରାଫିକ କନେଷ୍ଟବଳ ମନୋରମା ଶତପଥୀ । 

ଏ ହେଉଛନ୍ତି ସମ୍ବଲପୁରର ଟ୍ରାଫିକ କନେଷ୍ଟବଳ ମନୋରମା ଶତପଥୀ । ମନୋରମା ବର୍ତ୍ତମାନ  ସମ୍ବଲପୁର ବୁର୍ଲାରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବିଗତ ବର୍ଷ ଜାନୁୟାରୀ ୧୧ ତାରିଖରେ ଡ୍ୟୁଟି କରୁଥିବା ବେଳେ ଏକ ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତଶ୍ରାବ ହୋଇଥିଲା । ବୁର୍ଲା ମେଡ଼ିକାଲରେ ତାଙ୍କୁ ଚିକତ୍ସା କରାଯାଇଥିଲା । ୨ ଦିନ ଯାଏ ତାଙ୍କୁ ହୋସ ଆସିନଥିଲା, ଏପରିକି ସେ କିଛିଦିନ କୋମାରେ ପଡିଥିଲେ। ତେବେ ମୁଣ୍ଡରେ ଆଘାତ ଲାଗିଥିବାରୁ ଆଖିରେ ପୀଡା ହୋଉଥିଲା । ବହୁତ ଦିନ ପର୍ଯ୍ୟନ୍ତ ବେଡ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ମନୋରମାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ତାଙ୍କ ଅସୁସ୍ଥତା ହାର ମାନି ଥିଲା । ଆଉ ମାର୍ଚ୍ଚ ୨୯ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ ସେ ବୁର୍ଲାରେ ଟ୍ରାଫିକ ଡ୍ୟୁଟି କରୁଥିଲେ। 

ମନୋରମାଙ୍କ ଏହି କର୍ତ୍ତବ୍ୟନିଷ୍ଠା ପାଇଁ ପୋଲିସ ଡିଜି ତାଙ୍କୁ ସମ୍ବଲପୁର ଗସ୍ତରେ ଯାଇ ସମ୍ମାନିତ କରିବା ସହ ବହୁତ ପ୍ରଶଂସା କରିଥିଲେ।

 

 

0
0
0
s2sdefault