ହେଡଲାଇନସ୍:

ଜିଲ୍ଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁବାବୁଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ସମସ୍ତ ନେତା ଓ କର୍ମୀଙ୍କ ଗହଣରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରବା ସହ ସ୍ମୃତି ଚାରଣ କରିଥିଲେ । 

ଏହା ପରେ ନବଜୀବନ ଅନାଥ ଆଶ୍ରମରେ କୁନିକୁନି ପିଲାମାନଙ୍କୁ ସାଂସଦ ଚନ୍ଦ୍ରଶେଖର ଭେଟି ବିସ୍କୁଟ, କେକ,ଚକଲେଟ ବଣ୍ଟନ କରିଥିଲେ। ପରେ କୁଷ୍ଠ ରୋଗୀ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ହେଇଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ଏହା ପରେ ନେତା ଓ କର୍ମୀ ଏକ ବିଶାଳ ବାଇକ ରାଲି ଗୁରାଣ୍ଡି ଅଭିମୁଖେ ଯାତ୍ରା କରିଥିଲା ।

0
0
0
s2sdefault