ହେଡଲାଇନସ୍:

ଭଟଲି ଓ ବିଜେପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ୧୦୫ତମ ବିଜୁ ଜୟନ୍ତୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଟଲି :- ( ସୁଧୀର ତ୍ରିପାଠୀ ) ବରଗଡ଼ ଜିଲ୍ଲା ଅମ୍ବାଭୋନା ଠାରେ ଭଟଲି ନିର୍ବାଚନମଣ୍ଡଳୀ ସ୍ତରୀୟ ୧୦୫ତମ ବିଜୁ ଜୟନ୍ତୀ ସମାରୋହର ପାଳିତ ହୋଇଯାଇଛି । ଏହି ସମାରୋହରେ  ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର  ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।  ବିଜୁ ବାବୁଙ୍କର ସହସିକତା , ଓ ଦେଶ ଭକ୍ତି ଆଜି ସମସ୍ତଙ୍କର ପାଇଁ ପ୍ରେରଣା , ମୁଖ୍ୟତଃ ଆଜିକାର ଯୁବ ସମାଜ ବିଜୁ ବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ତଥା ଅଞ୍ଚଳର ବିକାଶ ପାଇଁ ଚେଷ୍ଟା କରିବା ଆବଶ୍ୟକ । ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ ବିଜୁ ବାବୁ କେବଳ ରାଜ୍ୟର ନୁହେଁ ଦେଶ ତଥା ବିଶ୍ୱ ପାଇଁ ମଧ୍ୟ ତାଙ୍କର ଅବଦାନ ସବୁ ଦିନ ସ୍ମରଣୀୟ ହୋଇ ରହିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କର ମଧତାରେ ଆମ୍ବଭନା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ନୀଳ କୁମାରୀ ନାୟକ,ଯୁବ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ବ୍ଲକ୍ ବିଜେଡ଼ି ସଭାପତି ରଘୁ ପଟେଲ, ଭଟଲି ବିଜେଡି ସଭାପତି ଗୋବିନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା,ବରିଷ୍ଠ ନେତା ଶ୍ରୀ ଗଣତନ୍ତ୍ର ପ୍ରଧାନ,ଅଶୋକ ବାରିକ୍,ରବି ପ୍ରଧାନ,ଯୁବନେତା ସତ୍ୟ ଗରିଆ, ହେମନ୍ତ ପଣ୍ଡା,କୀର୍ତ୍ତି ଚନ୍ଦ୍ର ଦୁଆଁନ,ଦଳର ପଦାଧିକାରୀ ଓ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣ ଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

       ସେହିଭଳି ବରଗଡ଼ ଜିଲ୍ଲା ବିଜେପୁର ଠାରେ  ୧୦୫ତମ ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ଉପଲକ୍ଷେ କର୍ମୀ ସମ୍ମିଳନୀ ସମାରୋହର ମୁଖ୍ୟ ଅତିଥି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ସମ୍ମାନୀତ ଅତିଥି ବିଜେପୁର ବିଧାୟିକା ଶ୍ରୀମତି ରୀତା ସାହୁ  ଯୋଗ ଦେଇ ବିଜୁ ବାବୁଙ୍କ ଫୋଟୋ ଚିତ୍ରକୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ଯୁବ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ ଭୋଇ,ବିଜେଡି ଜିଲ୍ଲା ଉପସଭାପତି ଜନାର୍ଧନ ପାଣିଗ୍ରାହୀ,ଦଳର ପଦାଧିକାରୀ ଓ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault