ହେଡଲାଇନସ୍:

   ସାହିତ୍ୟ ପତ୍ରିକା ନିମନ୍ତେ ଲେଖା ଆହ୍ୱାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଫଟାମୁଣ୍ଡା ଯୁବୋଦୟ ୟୁଥ କ୍ଲବଠାରେ ଏକ ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଭାପତି ପରମାନନ୍ଦ ଠେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ କ୍ଲବର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଚଳିତ ମାସ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ  ସଂଗୀତ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଉଭୟ କୋଶଲି ଓ ଓଡିଆ ଭାଷାର ଏକ ସାହିତ୍ୟ ପତ୍ରିକା ପ୍ରକାଶ କରିବାକୁ ମତପ୍ରକାଶ ପାଇଥିଲା । ପତ୍ରିକାର ସଂପାଦକ ଭାବେ ବଂଶୀଧର ମାଝୀ ଏବଂ ପ୍ରକାଶକ ଭାବେ ବିରେନ୍ଦ୍ର ମହାକୁଡଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ରାଜେଶ ଦଣ୍ଡସେନା, ରଞ୍ଜନ ପାତ୍ର, ଅଧିକାରି ସା ଏବଂ ଘନଶ୍ୟାମ ଭୋଇଙ୍କୁ ସଂପାଦନା ମଣ୍ଡଳୀ ନିମନ୍ତେ ଚୟନ କରାଯାଇଛି । ଆଲୋଚନାରେ ଜିତେନ୍ଦ୍ର ଭୋଇ, ନବିନ କୁମାର ଠେଲା, ମଧୁ ଭୋଇ, ସୁଗ୍ରେସନ ଭୋଇ, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ  । କ୍ଲବ ସଂପାଦକ ଯୁବରାଜ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପତ୍ରିକା ନିମନ୍ତେ କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, କବିତା ଇତ୍ୟାଦି ଲେଖା ଆହ୍ୱାନ କରାଯାଉଛି । ସଂପାଦକ “କହଁର” ବଂଶୀଧର ମାଝୀ, ସା: ଫଟାମୁଣ୍ଡା, ପୋ: ମସିଣାଗୋରା, ଭାୟା: ଘଣ୍ଟାପଡା, ଜି: ବୌଦ୍ଧ, ପିନ ନଂ:୭୬୨୦୧୮, ଦୂରଭାଷ-୯୧୭୮୮୦୩୩୮୮ ଉକ୍ତ ଠିକଣାରେ ଲେଖା ପଠାଇ ପାରିବେ ବୋଲି ପ୍ରକାଶକ ବିରେନ୍ଦ୍ର ମହାକୁଡ ସୂଚନା ଦେଇଛନ୍ତି ।

0
0
0
s2sdefault