ଉପଖଣ୍ଡର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଲକରେ ଆଜି ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ଉପଖଣ୍ଡ ର ଝାରବନ୍ଧ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ସମାରୋହରେ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ଙ୍କର ସହିତ ବ୍ଲକର ସମସ୍ତ ଅଧିକାରୀ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତି ଥିଲେ । ସେହିଭଳି ପାଇକମାଲ ପଞ୍ଚାୟତ ସମିତି ସଭାଗୃହ ରେ ଆୟୋଜିତ ସଭାରେ ପାଇକମାଲ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ଏବିଡ଼ିଓ ଶ୍ରୀ ଭୀଷ୍ମଦେଵ ମାଝୀ ଜିପିଓ ଶ୍ରୀ ଅନୀଲ କୁମାର ପାଣିଗ୍ରାହୀ , ଶ୍ରୀ ରମେଶ ସେଠି , ବ୍ଲକର ସମସ୍ତ ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ପଞ୍ଚାୟତିରାଜ ଦିବସ ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

0
0
0
s2sdefault