ହେଡଲାଇନସ୍:

ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ 5T ଅଧିନରେ ଆସୁଥିବା ପିତୃମାତୃହୀନ ପିଲାଙ୍କୁ ଥଇଥାନ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହାଉପରେ କାର୍ଯ୍ୟ ଆରମ୍ଭ କରିଛି। 

ପ୍ରଥମେ ଅଙ୍ଗନବାଡି କର୍ମିଙ୍କ ଦ୍ବାରା ପ୍ରତି ପଞ୍ଚାୟତ ସମିତିରେ ସର୍ଭେ କରାଯାଥିଲା। ଯେଉଁଥିରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରୁ ୫୨୫ଜଣ ଶିଶୁ ଚିହ୍ନଟ ହୋଇଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତାଙ୍କ ଦ୍ବାରା ପ୍ରତି ପିଲାଙ୍କର ସାମାଜିକ ତଦନ୍ତ ବିବରଣୀ ସଂଗ୍ରହ କରାଯାଇଥିଲା। 

କିଶୋର ନ୍ୟାୟ ଅଧିନିୟମ ୨୦୧୫ ଅନୁସାରେ ପିତୃମାତୃହୀନ ଶିଶୁ ମାନଙ୍କର ଥଇଥାଏ ଶିଶୁ ମଙ୍ଗଳ ସମିତିର ନିଷ୍ପତ୍ତି କ୍ରମେ  ହୋଇଥାଏ। 

ଚିହ୍ନଟ ହୋଇଥିବା ପିଲାମାନଙ୍କ ମଧ୍ୟରୁ ସମସ୍ତେ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବାରୁ ସେମାନଙ୍କର ଉପସ୍ଥାପନ ଶିଶୁ ମଙ୍ଗଳ ସମିତି ଆଗରେ କରିବା ସହଜ ନଥିଲା। ତେଣୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଜିଲ୍ଲାର ୧୦ ଗୋଟି ସ୍ଥାନରେ ଶିଶୁ ମଙ୍ଗଳ ସମିତିର ଶିବିର ବୈଠକ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ସେଥିପାଇଁ ମଙ୍ଗଳବାର ଦିନ ଜିଲ୍ଲାରେ ଶିଶୁ ମଙ୍ଗଳ ସମିତିର ପ୍ରଥମ ବୈଠକ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ବୈଠକକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୀମାଞ୍ଚଳ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଆରମ୍ଭ କରିଥିଲେ। ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ଭିତରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତି ଅଳକା ସାହୁ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତି କନକଲତା ପୂଜାରୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଶ୍ରୀଯୁକ୍ତ ଡମ୍ବରୁଧର ବଳବନ୍ତ ପ୍ରମୁଖ ଯୋଗ ଦେଇଥିଲେ।

 ଏହି ବୈଠକରେ ୨୫ ଗୋଟି ପିତୃମାତୃହୀନ ଶିଶୁ ସେମାନଙ୍କର ଅଭିଭାବକଙ୍କ ସହ ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ ହୋଇଥିଲା ବେଳେ ସେମାନଙ୍କୁ କେଉଁ ପ୍ରକାର ଥଇଥାନ କରାଯିବ ତାହାରି ଉପରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଏବଂ ସଭ୍ୟା ନିଷ୍ପତ୍ତି ନେଇଛନ୍ତି। 

ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡଲାଇନ୍ (ପ୍ରଭା) ର ସଭ୍ୟମାନେ , ସଖୀ , ଗଜପତିର ସଭ୍ୟା ମାନେ , କାଶୀନଗର ବ୍ଲକର ସମସ୍ତ ସୁପରଭାଇଜର (ଆଇ୍ ସି ଡି ଏସ୍ ) ଏବଂ ସଂପୃକ୍ତ ଅଙ୍ଗନବାଡି କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

0
0
0
s2sdefault