ହେଡଲାଇନସ୍:

ନୂଆପଡାରେ ପୁଣି ମାଓବାଦୀଙ୍କ ସକ୍ରିୟ ପଦଧ୍ୱନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୂନାବେଡା ଅଭୟାରଣ୍ୟର ଚେରେଚୁଆଁ ୨୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସ ଠାବ

ନୂଆପଡା(ଅମିତ ପୁରୋହିତ): ଅନେକ ଦିନର ନିରବତା ପରେ ପୁଣି ଥରେ ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । ମାଓବାଦୀ ମାନଙ୍କ ଏକ ବଡଧରଣର ବିସ୍ଫୋରଣ ଘଟାଇବାର ଯୋଜନା କୁ ପଣ୍ଡ କରିଛି ୨୧୬ ବାଟାଲିଆନ ଅର୍ଦ୍ଧସାମରିକ ବାହିନୀ । ନୂଆପଡା ଜିଲା କୋମନା ବ୍ଲକ ର ସୁନାବେଡା ଅଭୟାରଣ୍ୟର ପ୍ରବେଶ ପଥରେ ଚେରେଚୁଆଁ  ବନ୍ୟଜନ୍ତୁ ବିଭାଗ ଫାଟକ ନିକଟରେ ଏକ ଶକ୍ତିଶାଳି ଲ୍ୟାଣ୍ଡମାଇନ୍ସ କୁ ନୂଆପଡା୨୧୬ ବାଟାଲିଅନ ଅର୍ଦ୍ଧସାମରିକ ବାହିନୀ ନିଷ୍କ୍ରିୟ କରିବା ସହ ନଷ୍ଟକରିବାରେ ସଫଳ ହୋଇଛନ୍ତି ।

 ସୂଚନା ମୁତାବକ କୋମନା ବ୍ଲକର ସୁନାବେଡା ଅଭୟାରଣ୍ୟ କୁ ମାଓବାଦୀମାନଙ୍କ ଚରାଭୁଇଁ କୁହାଇଥାଏ । ୨୦୦୯ ମସିହାରେ ପ୍ରଥମ ଥର ପାଇଁ ମାଓବାଦୀ ମାନେ ଏହି ଅଞ୍ଚଳରେ ଜଣକୁ ହତ୍ୟା କରି ନିଜର ଉପସ୍ଥିତି ଜାହିର କରିଥିଲେ । ଏ ଭିତରେ ଅନେକ ସମୟରେ ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଜା ଲାଗି ରହିଥିଲାବେଳେ ମାଓବାଦି ମାନେ ଅନେକ ନିରିହ ଜନତା ଙ୍କୁ ପୁଲିସର ସହଯୋଗୀ  ଭାବରେ ହତ୍ୟା କରିଛନ୍ତି । ଅନେକ ମାଓବାଦୀ ପୁଲିସ ଆଗରେ ଆତ୍ମସମର୍ପଣ ମଧ୍ୟ କରିଛନ୍ତି । ଜିଲ୍ଲାରେ ମାଓ ଗତିବିଧି କୁ ଦେଖି ସିଆରପିଏଫ ବାହିନୀର ୨୧୬ ବାଟାଲିଆନ ଏଠାରେ କାର୍ଯ୍ୟକ୍ଷମ ମଧ୍ୟରହିଛି । ସୁନାବେଡା ଅଭୟାରଣ୍ୟର ପ୍ରବେଶ ପଥ ବାରକୋଟ ଗ୍ରାମ ନିକଟରେ ଓ ସୁନାବେଡା ଅବୟାରଣୟର ସୋସେଙ୍ଗ ଓ ସୁନାବେଡା ଠାରେ ସିଆରପିଏଫ ବାହିନୀର କ୍ୟାମ୍ପ ମଧ୍ୟରହିଛି । ନୂଆପଡା ଜିଲ୍ଲାରେ ଅନେକ ଦିନ ହେବ ସେପରି କୌଣସି ମାଓ ଗତିବିଧି ନଜରକୁ ଆସିନଥିଲାବେଳେ  ଶୁକ୍ରବାର ସକାଳୁ ସୁନାବେଡା ଅବୟାରଣ୍ୟର ପ୍ରବେଶ ପଥ ବାରକୋଟ ରୁ ଜାମଗାଁ ଜିବା ରାସ୍ତା ରେ ଚେରେଚୁଆଁ ଖୋଲ ନାଳା ର ଠିକ ନିକଟରେ ବନ୍ୟଜନ୍ତୁ ବିଭାଗର ବିଟହାଉସ ଫାଟକ ପାଖରେ ସନେ୍ଦହଜନକ ଭାବରେ କିଛି ତାର ଲମ୍ବିଥିବାର  ଚେରେଚୁଆଁ ଗ୍ରାମବାସୀ ଦେଖିବାକୁ ପାଇଥିଲେ ।  ଚେରେଚୁଆଁ ଗ୍ରାମବାସୀ ତୁରନ୍ତ ବାରକୋଟ୍ଥ ସିଆରପିଏଫ ବାହିନୀ କ୍ୟାମ୍ପରେ ଖବର ଦେଇଥିଲେ । ଖବର ପାଇ ସିଆରପିଏଫର ଦୁଇ କମ୍ପାନୀ ଘଟଣା ସ୍ଥଳକୁ ଯାଇ ସପୂର୍ଣ୍ଣ ଚେରେଚୁଆଁ ଗ୍ରାମକୁ ସିଲ କରିବା ସହ ସୂନାବେଡା ଅଭୟାରଣୟ ପ୍ରବେଶ ପଥକୁ ମଧ୍ୟ ସିଲ କରି ନିଜ ଅକ୍ତିଆରକୁ ନେଇଥିଲେ । ପରେ ୨୧୬ ବାଟାଲିଆନ ସିଆରପିଏଫ କମାଣ୍ଡୋଣ୍ଟ ରାଜେଶ କୁମାର ବତ୍ସ ଓ ତାଙ୍କ ଦଳ, , ଦୀର୍ଘ ୩ଘଣ୍ଡାର ପରିଶ୍ରମ ବା ଅପରେସନ ପରେ ବୋମାନିଷ୍କ୍ରିୟ କାରୀ ଦଳ ଉକ୍ତ ସ୍ଥାନକୁ ଖୋଳି ସେଠାରୁ ପ୍ରାୟ ସାଢେପାଞ୍ଚକିଲୋ ଓଜନର ଗୋଟିଏ ଜିବନ୍ତ ଲ୍ୟଣ୍ଡମାଇନ, ତିନିଗୋଟି ଡିଟୋନେଟର ଓ ପ୍ରାୟ ୧୦୦ ମିଟର ବିଜୁଳି ତାର ଉଦ୍ଧାର କରିଥିଲେ । ବୋମା ନିଷ୍କ୍ରିୟକାରୀ ସ୍କ୍ୱାର୍ଡ ମାନେ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ ହେଁ ତାକୁ ଅନ୍ୟତ୍ର  ସ୍ଥାନାନ୍ତର ନକରି ନିକଟସ୍ଥ ଏକ ନାଳରେ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲାଯେ କିଛି ସମୟ ପାଇଁ ସେ ଅଞ୍ଚଳ ଥରି ଉଠୀଥିବା ଦେଖଣାହାରୀ ଙ୍କଠାରୁ ପ୍ରକାଶ । 

ଏସମ୍ପର୍କରେ ୨୧୬ ବଟାଲିଆନ ର କମାଣ୍ଡାଣ୍ଟ ରାଜେଶକୁମାର ବତ୍ସଙ୍କୁ  ପଚାରିବାରୁ ନିଜ ପ୍ରତିକ୍ରିୟାରେ ଆମେ ଆଜି ସକାଳୁ କିଛି ସନେ୍ଦହାତ୍ମକ ଦ୍ରବ୍ୟର ଖବର ପାଇ ଆମର ଦୁଇ କମ୍ପାନୀ ବମ  ସ୍କ୍ୱାଡ଼, ଡଗ ସ୍କ୍ୱାଡ଼  କୁ ମୃତୟନ କରିଥିଲୁ ଓ ଆମକୁ ଏକ ବଡ ସଫଳତା ମିଳିଲା  । ମାଓବାଦୀ ମାନଙ୍କ  ସୂନାବେଡା ଅଭୟାରଣ୍ୟ ପ୍ରବେଶ ପଥରେ ଏକ ବଡଧରଣର ବିସ୍ଫୋରଣ କରିବାର ମସୁଧାକୁ ଆମେ ପଣ୍ଡ କରିଦେଇଛୁ । କିନ୍ତୁ ଏହା ସହ ମାଓବାଦୀ ମାନେ ପୁନଃ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁ ଥିବାରୁ  ଆମର କୁମ୍ବିଂ ଅପରେସନ ଜାରି ରହିବ ବୋଲି ସୂଚନାଦେଇଥିଲେ । ବର୍ତ୍ତମାନ ସମୟରେ ଉକ୍ତ ଅଞ୍ଚଳରେ ଯାତାୟତ ସାଧାରଣ ହୋଇ ଯାଇଥିଲା ବେଳେ କୁମ୍ବିଂ ଜାରି ରହିଛି ।

 

0
0
0
s2sdefault