ହେଡଲାଇନସ୍:

ପୁଣି ବାହାହେଲେ ବିଧାୟକ ରାଜୁ ଢୋଲକିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦ ଯୋଡା  ବରବଧୁଙ୍କ ସାମୁହିକ ବିବାହ 

ନୂଆପଡା(ଅମିତ ପୁରୋହିତ ) : ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ କାଞ୍ଚନବେନ ରଷିକଲାଲ ଢୋଲକିଆ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ସଦରବ୍ଲକ ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମରେ  ସାମୁହିକ ବିବାହ ସମ୍ପର୍ନ୍ନ ହୋଇଛି । ଏହା ସହ ନିଜେ ବିଧାୟକ ଶ୍ରୀ ଢୋଲକିଆ ନିଜର ୩୮ ତମ ବିବାହ  ବାର୍ଷିକିରେ ନିଜ ଧର୍ମପତ୍ନୀଙ୍କ  ବରବଧୁ ଭାବରେ ପୁନଃ ବିବାହ ବନ୍ଧନରେ ଆବଦ୍ଧହେବା ସବୁଠାରୁ ଆକର୍ଷଣର ବିଷୟ ସାଜିଥିଲା । 

  ସୂଚନା ମୁତାବକ କାଞ୍ଚନବେନ ରଷିକଲାଲ ଢୋଲକିଆ ଚାରଟେବଲ ଟ୍ରଷ୍ଟ  ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ନିଜସ୍ୱ ପ୍ରଚେଷ୍ଟ ।ବଳରେ ଖରିଆରରୋଡ ଠାରେ ପ୍ରତିବର୍ଷ ସାମୁହିକ ବିବାହର ଆୟୋଜନ ହୋଇଆସୁଛି । ଏହି ବିବାହରେ ଗରିବ ଲୋକଙ୍କୁ ପୁର୍ନ ରିତିନିତିରେ ବିବାହ କରାଇବା ସହ ଯାବତିୟ ଉପହାର ପ୍ରଦାନ କରାଯାଇ ବିଦାୟ ଦିଆଯାଇଥାଏ । ଚଳିତ ବର୍ଷ ମଧ୍ୟ ପୁର୍ବ ବର୍ଷ ପରି ସାମୁହିକ ବିବାହର ଆୟୋଜନ କରାଯାଇଥିଲା | ଏହାର ପୌରହିତ୍ୟ ନିଜେ ବିଧାୟକ ରାଜୁଭାଇ କରିଥିଲେ । ଏହି ବିବାହରେ ଜିଲାତଥା ପଡୋଶୀ ରାଜ୍ୟର ମୋଟ ୨୦ ଜଣ ବରବଧୁ ସମ୍ମିଳିତ ହୋଇ ଅଗ୍ନୀ କୁ ସାକ୍ଷୀ ରଖି ବୈଦିକ ରିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ବିବାହ କାର୍ଯ୍ୟକ୍ରମରେ ଖରିଆରରୋଡ ସହରର ଅନେକ ମାନ୍ୟ ଗଣୟ ବ୍ୟକ୍ତି ମଧ୍ୟ ସମ୍ମିଳିତ ହୋଇ ନବ ବିବାହିତ ବରବଧୁଙ୍କୁ ଆର୍ଶିବାଦ ସହ ଅନେକ ଉପହାର ମାନ ପ୍ରଦାନ କରିଥିଲେ । ତେବେ ସବୁଠାରୁ ଆକର୍ଷଣର ବିଷୟ ଥିଲା ବିଧାୟକ ରାଜୁ ଭାଇ ଙ୍କ ୩୮ ତମ ବିବାହ ବାର୍ଷିକି  । ଏହି ଉପଲକ୍ଷେ ରାଜୁଭାଇ ତାଙ୍କ ଧର୍ମପତ୍ନୀ କୁମିଷା ଢୋଲକିଆ ନିଜେ ବରବଧୁ ଭାବରେ ଉପସ୍ଥିତ ରହି  ଅଗ୍ନୀ କୁ ସାକ୍ଷୀ ରଖି ପୁନଃ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉପସ୍ଥିତ ଘନମାନ୍ୟ ବ୍ୟକ୍ତି ବିଧାୟକ ଓ ତାଙ୍କ ଧର୍ମପତ୍ନୀ ଙ୍କୁ ସଫଳ ବୈବାହିକ ଜିବନର ଶୁଭେଚ୍ଛାପ୍ରଧାନ କରିଥିଲେ । ଏହି ଅବସରରେ  ଗୁରୁକୁଳ ଆଶ୍ରମର ପ୍ରତିଷ୍ଠାତା  ସ୍ୱାମୀ ଧର୍ମାନନ୍ଦ ସରସ୍ୱତୀ ଓ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ ଉପସ୍ଥିତ ରହି ନବ ବରବଧୁଙ୍କୁ ସେମାନଙ୍କ ସଫଳ ନିରାମୟ ବୈବାହିକ ଜିବନର ଆର୍ଶୀବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜନ କମିଟି ପକ୍ଷରୁ ସମସ୍ତ ନୂତନ ଯୋଡି ଙ୍କୁ ଅନେକ ପ୍ରକାର ଉପହାର ପ୍ରଦାନ କରାଯିବା ସହ ବିବାହ ସମ୍ପର୍ନ୍ନ କରାଇଥିବା ବ୍ରହ୍ମଚାରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

 

 

 

0
0
0
s2sdefault