ହେଡଲାଇନସ୍:

ନୂଆପଡାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ଅମିତ ପୁରୋହିତ : ସ୍ଥାନୀୟ ସହର ତେଲିପଡା ପୋଖରୀ ହିଡରେ ଜିଲ୍ଲା ପ୍ରଶାସନ ତରଫରୁ  ଦେବା ସହ ଶୁକ୍ରବାର ଦିନ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ।  କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସହ କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖା ଯାଇଥିଲା ଓ ଲୋକେ ଜାତିୟ ରାଜପପଥ ୩୫୩ ର ତେଲିପଡା ଛକ ବ୍ୟାଙ୍କ ବରୋଦା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ ।  ପୁଲିସ ହସ୍ତକ୍ଷେପ ଫଳରେ ଉତ୍ତେଜନା କମିବାରୁ ଜବରଦଖଲ ଉଚ୍ଛେଦ ଜାରି ରହିଥିଲା । 

 ସୂଚନା ମୁତାବକ ନୂଆପଡା ସଦର ବିଜ୍ଞାପିତ ପରିଷଦର ୱର୍ଡ ନଂ ୩ ତେଲିପଡା ର ଜାତିୟ ରାଜପଥ ୩୫୩ ର ବ୍ୟାଙ୍କ ବରୋଦା ସମ୍ମୁଖ ବନଯଦର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ପାଣ୍ଠି ଉପଲବ୍ଧ ହୋଇଥିବାରୁ  ନୂଆପଡା ବିଜ୍ଞାପିତ ପରିଷଦ ପକ୍ଷରୁ ସେହି ବନ୍ଧ ହିଡରେ ବସବାସ କରୁଥିବା ଲୋକଙ୍କୁ ଜାଗା ଛାଡିଦେବାକୁ ନୂଆପଡା ତହସିଦାର ଙ୍କ ଜରିଆରେ ୨୪ ଘଣ୍ଟିଆ ନୋଟିସ ଜାରି କରାଯାଇଥିଲା । ଏହାର ପ୍ରତିବାଦରେ ଗୁରୁବାର ଦିନ  ବସବାସ କରୁଥିବା ଲୋକେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ଥଇତାନ କରେ ପରେ ଉଚ୍ଛେଦ କରିବା ବୋଲି ଦାବୀ କରିବା ସହ ହାତରେ ପେଟୋ୍ରଲ ଧରି ଆତ୍ମହୁତି ଧମକ ଦେଇଥିଲେ ।  ଆନେ୍ଦାଳନ କାରୀ ଙ୍କ ସହ ନୂଆପଡା ଅତିରିକ୍ତ ଜିଲାପାଳ ଅଗସ୍ତି ପ୍ରଧାନ ଆଲୋଚନା କରି  ହିତାଧିକାରୀ ମାନଙ୍କୁ ଘରଡିହ ଯୋଗଇଦେବା ସହ ସେମାନଙ୍କ ଗୃହ ଆସବା ପତ୍ର ସ୍ଥାନାନ୍ତରଣ ଓ ଥଇଥାନର ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ ।  ଏହି କ୍ରମରେ ତେଲିପଡା ସ୍କୁଲ ପଛପଟେଥିବା ସରକାରୀ ଜମି ଚିହ୍ନଟ କରି ଭୁମିହିନ ମାନଙ୍କୁ ୪ଡିସମିଲ ଲେଖାଏଁ ଘରଡିହ ପ୍ରଦାନ କରାଯାଇଥିଲା । ନୂଆପଡା ତହସିଲଦାର ରବିନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାର ଲୋଚନ ଶବର,ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବା ନନ୍ଦକିଶୋର ତାଣ୍ଡି , ସଦର ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ନୂଆପଡା ଉପଖଣ୍ଡିୟ ପୁଲିସ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ, ନୂଆପଡା ଥାନାଧିକାରୀ ସଂଯୁକ୍ତା ବାର୍ଲା, ଏସଆଇ ପୁଷ୍ପା ସୁନାନୀ ଓ ୨ପ୍ଲାଟୁନ ପୁଲିସ ବଳ ସହ ଘଟଣା ସ୍ଥଲରେ ଉପସ୍ଥିତ ରହି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରଶାସନ ପକ୍ଷରୁ ଜେସିବ ସହାୟତାରେ କଚ୍ଚାଘର ଗୁଡିକୁ ଭଙ୍ଗା ଯାଇଥିଲା । 

 

0
0
0
s2sdefault