ହେଡଲାଇନସ୍:

ଜିନା ଇସିକା ନାମ ହେ...

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରକ୍ତଦାନ ଏକ ମହତ ଦାନ, ଏହି ଉକ୍ତିର ଯଥାର୍ଥ ନିଦର୍ଶନ ଅମରେଶ

ଓଡ଼ିଶା-ମୋ ପରିବାର ପକ୍ଷରୁ  ଜୀବନବିନ୍ଦୁ ରକ୍ତଦାନ ଶିବିର 

ଭୁବନେଶ୍ୱର: ମଣିଷ ଜନ୍ମ ଦୁର୍ଲ୍ଲଭ | ଆଉ ମଣିଷ ଭଳି ଜିଇଁବା ବି ଗୋଟେ କଳା | ବାଧା ଓ ପ୍ରତିବନ୍ଧକରେ ହାର ମାନି ବସି ପଡିବା ଜୀବନ ନୁହେଁ | ପ୍ରତିକୂଳ ପରିସ୍ଥିତିର ସାମନା କରି ଆଗେଇ ଯିବା ବା ଅନ୍ୟ ପାଇଁ ଖୁସିର କାରଣ ପାଲଟିବା ବା ଅନ୍ୟର କାମରେ ଲାଗି ପାରିବା ହିଁ ଜୀବନ | ବାସ୍ତବିକ "ଜୀନା ଇସିକା ନାମ ହେ" | ସେହିଭଳି ଜଣେ ମଣିଷ ଅମରେଶ | ଅନ୍ୟକୁ ଭଲ  ପାଇବା ଆଗରେ ଆଉ ମଣିଷ ଜନ୍ମକୁ ସାର୍ଥକ କରିବାର ଅଦମ୍ୟ ଇଛା ଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା | 

 ଆଜି ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷ୍ମୀ ସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଜୁବ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଏକ ରକ୍ତଦାନ ଶିବରି ଆୟୋଜନ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ବିଜୁ ଜନତା ଦଳ ସଂପାଦକ ଶ୍ରୀ ଅମରେଶ ଜେନା ଓ ଯୁଗ୍ମ ସଂପାଦକ (ଓଡ଼ିଶା-ମୋପରିବାର) ସମୀର ପ୍ରଧାନ , ରୁଦ୍ର ନାରାୟଣ ସାମନ୍ତରାୟ ପରିଦର୍ଶନ  କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ  ।

ଶିବିରର ମୁଖ୍ୟ ଆକର୍ଷଣ ଥିଲେ ଅମରେଶ |  ଗ୍ଲୋବାଲ୍ ଆଇଟି ଚାଲେଞ୍ଜରେ ସ୍ବର୍ଣ୍ଣ ପଦକ ଜିତିଥିବା ୨୨ ବର୍ଷର ଦିବ୍ୟାଙ୍ଗ ଯୁବକ ଅମରେଶ ପ୍ରସାଦ  ଗୌଡ଼ । ସେ ନିଜେ ଏ ଶିବିରକୁ ଆସି ରକ୍ତଦାନ ଲରିଥିଲେ |  କ୍ୟାନ୍ସରରେ ଦୁଇଟି ଯାକ ଗୋଡ଼ ହରାଇ ମଧ୍ୟ ନିଜ ଦମରେ  ସମାଜ ପାଇଁ ଲମ୍ବା ରାସ୍ତା ଚାଲିବାର ଦୃଢ଼ ଇଚ୍ଛାଶକ୍ତି ରଖିଛନ୍ତି ଅମରେଶ । ସବୁଠାରୁ ବଡକଥା ହେଲା, ଯେଉଁଠି  ରକ୍ତଦାନ ଶିବିରର ଖବର ଅମରେଶ ପାଆନ୍ତି ନିଜ ଉଦ୍ୟମରେ ସେଠାକୁ ଯାଇ ରକ୍ତଦାନ କରନ୍ତି । ୧୦ ଥରରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ କଲେଣି |  ‘ରକ୍ତ ଦେଇ ଚାରି ଚାରିଟା ଜୀବନ ବଞ୍ଚେଇପାରୁଥିବାରୁ ମୁଁ ବହୁତ ଖୁସି’ ବୋଲି ଅମରେଶ କହିବା ସହ ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବାକୁ  ଅନୁରୋଧ କରିଥିଲେ  । ରକ୍ତଦାନ ଶିବିର  ଭଳି ମହତ୍ କାର୍ଯ୍ୟକୁ ଓଡିଶା ମୋ ପରିବାର ନିରବଛିନ୍ନ ଭାବେ କରିଆସୁଥିବାରୁ  ସେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।

 

 

 

 

 

 

0
0
0
s2sdefault