ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ମୋ ପରିବାର ତରଫରୁ ଦୁଇ ଗୋଟି ଜୀବନବିନ୍ଦୁ ରକ୍ତଦାନ ଶିବର  ବରିମୁଣ୍ଡ ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୂଆବନ୍ତ ସରକାରୀ ଚିକିତ୍ସାଳୟରେ ଓ ଅନ୍ୟଟି ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ କାଳୀ ସିଂ ଙ୍କ ନେତୃତ୍ୱରେ ନିଳାଦ୍ରୀ ବିହାର ହରେକଷ୍ଣ ନଗରରେରେ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯକ୍ରମରେ ଓଡ଼ିଶା ମୋ ପରିବାର ସଂଯୋଜକ ଶ୍ରୀ ଅରୁପ ପଟ୍ଟନାୟକ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଓ ସମ୍ପାଦକ ସୁବାସ ପାତ୍ର, ରୁଦ୍ର ସାମନ୍ତରାୟ ଓ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁବାସ ସାହୁ, ମଧୁସ୍ମିତା ଦାଶ, ମାନସ ଦାସ, ଯୁବ ଜିଲ୍ଲା ଉପସଭାପତି ମାଧବ ସାହୁ , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରସନ୍ନ ସାହୁ, ନିର୍ମଳ ରାଉତ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ରକି ଦାସ , ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ୱାଇଁ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଦୁଇ ଗୋଟି ଶିବିରରେ ମୋଟ 230 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

0
0
0
s2sdefault