ହେଡଲାଇନସ୍:

ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା, ସମ୍ବଲପୁର ରେ ମଧ୍ୟ ବନ୍ଦ ର ପ୍ରଭାବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-- ଜିଏସଟି ଆଇନରେ ଜଟିଳତା ବିରୋଧରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦିନିକିଆ  ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟକୁ ସମ୍ବଲପୁର ଜିଲ୍ଲା  ଚାମ୍ଭର ଅପ କମର୍ସ ଏଣ୍ଡ  ଇଣ୍ଡଷ୍ଟ୍ରି ପକ୍ଷରୁ ସମର୍ଥନ କରାଯାଇଛି  । ତେବେ ସମ୍ବଲପୁର ଠାରେ ଜିଲ୍ଲା ଚାମ୍ଭର ଅପ କମର୍ସ ଏଣ୍ଡ  ଇଣ୍ଡଷ୍ଟ୍ରି ତରଫରୁ  ବନ୍ଦ କୁ ସମର୍ଥନ କରାଯାଇ ଆଜି ସମଗ୍ର ଜିଲ୍ଲା ରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ପ୍ରତିବାଦ କରାଯାଇଥିଲା । ଦିନିକିଆ ଭାରତ ବ୍ୟବସାୟ ବନ୍ଦ ମାଧ୍ୟମରେ ସମ୍ବଲପୁର ଜିଲ୍ଲା   ଚାମ୍ଭର ଅପ କମର୍ସ ଏଣ୍ଡ  ଇଣ୍ଡଷ୍ଟ୍ରି ପକ୍ଷରୁ 

ଅଭିଯୋଗ କରାଯାଇଛି ଯେ  ଗତ ୨୦୧୭ ଜୁଲାଇ ପହିଲାରୁ ଲାଗୁ ହୋଇଥିବା ଜିଏସଟି ଆଇନରେ ଇତି ମଧ୍ୟରେ ୯୫୦ରୁ ଅଧିକ ଥର ସଂଶୋଧନ ହୋଇସାରିଛି । ଫଳରେ ମୂଳ ଆଇନ ସଂପୂର୍ଣ୍ଣଭାବେ ବଦଳିଯାଇ ଏହା ଏକ ବ୍ୟୟସାୟୀ ଓ ଜନ ବିରୋଧୀ ଆଇନରେ ପରିଣତ ହୋଇଯାଇଛି । ଏହି ଆଇନ ଅଧିନରେ ଜଣେ ପଂଜୀକୃତ ବ୍ୟବସାୟୀ ଅନ୍ୟ ଜଣେ ପଂଜୀକୃତ ବ୍ୟବସାୟୀଙ୍କୁ ବସ୍ତୁ ବା ସେବା ଯୋଗାଇବା ବେଳେ ଧାର୍ଯ୍ୟ ଟିକସ ନେଇଥାନ୍ତି ମାତ୍ର ଯଦି ସେ ଉକ୍ତ ଟିକସକୁ ଠିକ ସମୟରେ ସରକାରଙ୍କ ପାଖରେ ପୈଠ କରନ୍ତି ନାହିଁ, ତେବେ ଦ୍ରବ୍ୟ ବା ସେବା କ୍ରୟ କରିଥିବା ବ୍ୟବସାୟୀ ଇନପୁଟ କ୍ରେଡିଟ ପାଇନଥାନ୍ତି ଓ ତାଙ୍କୁ ଦୁଇଥର ଟିକସ ଦେବାକୁ ପଡ଼େ । ଏହା ବ୍ୟବସାୟୀଙ୍କ ପ୍ରତି ଏକ ଅନ୍ୟାୟ ବୋଲି ସେ କହିଛନ୍ତି । ଏହି ଦିନିକିଆ ଭାରତ ବ୍ୟବସାୟ ବନ୍ଦ ପ୍ରଭାବରେ ଜିଲ୍ଲାର ସମସ୍ତ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ସହ ସମସ୍ତ  ଦୋକାନ ବଜାର ,ମଲ ଗୁଡିକ ବନ୍ଦ  ରହିଥିଲା । ତେବେ ଆଗକୁ ସରକାର ଜିଏସଟି ବ୍ୟବସ୍ଥାର ସରଲିକରଣ  ନକଲେ ବ୍ୟବସାୟୀ ସଂଘ ଆନ୍ଦୋଳନ କୁ ଯୋରଦାର କରିବା ନେଇ ଚେତାବନୀ ଦେଇଛି ।

0
0
0
s2sdefault