ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା: ହତ୍ୟା ନା ଆତ୍ମହତ୍ୟା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ସକାଳ ପ୍ରାୟ ୮ ଟାରୁ ୮:୩୦ ମିନିଟ ସମୟରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତା ରେ ଜଣେ ଯୁବକର ଝୁଲନ୍ତା ଶବ ଝାରସୁଗୁଡ଼ା ପୋଲିସ ପକ୍ଷରୁ ଜବତ୍ କରାଯାଇଛି। କିଏ ଓ କେଉଁଭଳି ସ୍ଥିତିରେ ଏହି ଶବ କୁ ଦେଖିଥିଲା ତାହା ଏ ଯାଏଁ ଜଣା ପଡିନଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଯୁବକର ପରିଚୟ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ପାଇ ପାରିନାହିଁ। ମୃତକ ଜଣକ ମାଟିଆ ରଙ୍ଗର ଟି ସାର୍ଟ ଓ ନୀଳ ରଙ୍ଗର ଟ୍ରାକ ପ୍ୟାଣ୍ଟ୍ ପିନ୍ଧିଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତ । ଏହି ଅଞ୍ଚଳଟି ଶୂନଶାନ ଥିବା ସହ ସହରଠୁ ଦୂରରେ ଥିବାରୁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ପଡିପାରେ । ଅନ୍ୟପଟରେ ଏହା ଏକ ସୁଚିନ୍ତିତ ହତ୍ୟା ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଧରିଛି।

0
0
0
s2sdefault