ଅଟା କେଜି ୪୦୦, ହଳଦୀ କେଜି ୪୦୦୦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଓଡିଶାରେ ପ୍ରଥମ ଥର ପାଇଁ ଉତ୍ପାଦନ ହେଲା କଳା ରଙ୍ଗର ହଲଦି ଓ ଗହମ ।

  • ଚାଷ କରି ସଫଳ ହେଲେ ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟରାଜ

  • ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟରୁ ଆସିଥିଲା ବିହନ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ- ଅଟା କେଜି ୪୦୦, ହଳଦୀ କେଜି ୪୦୦୦ ଟଙ୍କା | ଟିକେ  ଅଖାଡୁଆ ଲାଗୁଥିବା ଶୁଣିବାକୁ ନା ! ଆଜ୍ଞା ହଁ, ଏହା ସତ୍ୟ | ଏହା ଏମିତି ସେମିତି ହଳଦୀ ବା ଗହମ ନୁହେ | କଳା ଗହମ ଓ କଳା ହଲଦି । ଗହମ ତ କଳା ହେଲା, ହେଲେ ହଳଦୀ ପୁଣି କଳା !! ହଁ, ଏମିତି ହଳଦୀ ଓ ଗହମ ଚାଷ ହେଉଛି ଓଡ଼ିଶାରେ ଆଉ ସମ୍ବଲପୁର ସହରର ଜଣେ ଉଚ୍ଚ ଶିକ୍ଷିତ କରୁଛନ୍ତି ଏହି ଚାଷ । ରାଜ୍ୟରେ ପ୍ରଥମ ଥର ପାଇ ଏହା ସମ୍ବଲପୁର ମାଟିରେ ଚାଷ କରି ସଫଳ ହୋଇଛି। 

ସମ୍ବଲପୁର  ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟରାଜ ବେରିହା ନିଜ ଫାର୍ମ ହାଉସରେ ଏଭଲି ହଲଦି ଓ ଗହମ ଚାଷ କରି ସଫଳ ହୋଇଛନ୍ତି । ଯାହାର ଗଛ ପତ୍ର ରୁ କଳା ରହିବା ସହ ହଲଦି ଓ ଗହମ ଗୁଣ୍ତ ମଧ୍ୟ କଳା ରହିଥାଏ । ପଞାବର ଏକ କୃଷି ବିଶ୍ବବିଦ୍ୟାଳୟର ସାହାଯ୍ୟରେ ଚାରା ଆଣି ଦିବ୍ୟ ନିଜ ଫାର୍ମ ହାଉସରେ ପ୍ରଥମେ ଏହାକୁ ପରୀକ୍ଷା ପାଇଁ ଚାଷ କରିଛନ୍ତି । ବର୍ତ୍ତମାନ ସମୟରେ ଏହାର ଫଳ ଭଲ ଆସିଛି । ଏହାର ଚାହିଦା ବର୍ତ୍ତମାନ ଭଲ ଥିବା ବେଳେ କିଲୋପ୍ରତି ସାଢେ ୪ ହଜାରୁ ଉର୍ଧ୍ଵ ଟଙ୍କାରେ ମିଲିଥାଏ ।ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ପୁର୍ବରୁ ଏହା ଜଙ୍ଗଲରେ ଦେଖିବାକୁ ମିଲୁଥିଲା ଏହାର ସୁରକ୍ଷା ନହେବାରୁ ଲୋପ ପାଇଥିଲା। ଠିକ ସେହି ପରି କଲା ରଙ୍ଗର ଗହମ ଚାରା ମଧ୍ୟ  ପଞାବରୁ ଆଣିଥିବା ବେଳେ ଚଳିତ ବର୍ଷ ଏହାକୁ ପରୀକ୍ଷା ପାଇଁ ଚାଷ କରାଯାଇଛି । ଏହାର ମଧ୍ୟ ବର୍ତ୍ତମାନ ସମୟରେ ଚାଷ କରି ଫଳ ଭଲ ଆସିଛି । ଚାହିଦା ଭଲ ଥିବାରୁ କଲା ରଙ୍ଗର ଗହମ ବିହନ ୧୫ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ ରହିଥାଏ ।  ଅଟା ଗୁଣ୍ତ ମଧ୍ୟ କିଲୋ ପ୍ରତି  ୪ ଶହ ଅଧିକ ଟଙ୍କା  ରହିଛି ଓ ଔଷଧିୟ ଗୁଣ ଭରି ରହିଛି । ଚଳିତ ବର୍ଷ ଏହି କଲା ରଙ୍ଗର ହଲଦି ଓ ଗହମ ଭଲ ଚାଷ ହେବାରୁ  ଆସନ୍ତା ବର୍ଷ ଏହି ଅଂଚଳରେ ଚାଷୀ ଙ୍କ ମଧ୍ୟ ଚାଷ କରିବା ପାଇଁ ବିହନ ବଣ୍ଟାଯିବ ବୋଲି କହିଛନ୍ତି ।

 ସେପଟେ ଦିବ୍ୟରାଜ ବେରିହା ଙ୍କ ଏପରି ନିଆରା ଉଦ୍ୟମ କୁ ସମ୍ବଲପୁର ଜିଲ୍ଲା ବାସିନ୍ଦା ପ୍ରଂସଶା କରିଛନ୍ତି । ସମ୍ବଲପୁର ରେ ଏପରି କଳା ଗହମ ସହ କଳା ହଳଦି ଚାଷ ସଫଳ କରି ବେସ ସଫଳତା ପାଇ ଥିବା ଦିବ୍ୟରାଜ ଙ୍କ ଠାରୁ ଅନ୍ୟ ଚାଷୀ ମାନେ ପ୍ରେରଣା ପାଇଁ ଏପରି ଚାଷ କରିବା ପାଇଁ ଉତ୍ସାହିତ ହେବେ ବୋଳି କହିଛନ୍ତି । ଏଥିସହ ଏପରି ଚାଷ କରିବା ପାଇଁ ସରକାରୀ  ସ୍ତର ରେ ଅଧିକ ପ୍ରୋତ୍ସାହନ ଦେବାପାଇଁ ଲୋକେ କହିଛନ୍ତି ।

 ତେବେ ଏହା ଓଡିଶା ପ୍ରଥମେ ଦିବ୍ୟରାଜ ବେରିହା ଏଭଲି ପ୍ରୟାସ କରି କଲା ହଲଦି, କଲା ଗହମ ଓ ଷ୍ଟ୍ରବେରି ଚାଷ କରିଛନ୍ତିି । ଏହାକୁ ଅନୁସରଣ କରି ଅନେକ ଚାଷୀ ଙ୍କ ନିଜେ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି । ତେଵେ ଦିବ୍ୟାଙ୍କ ଏଭଲି ଉଦ୍ୟମକୁ ଅଂଚଳରେ ଵେଶ ପ୍ରଂଶସା ମିଲିଛି ।

 

 

0
0
0
s2sdefault