ହେଡଲାଇନସ୍:

ସୀମାନ୍ତରେ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମର ରାଜ୍ୟର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ :- ଉପଜିଲ୍ଲାପାଳ

  • ସୀମାନ୍ତବର୍ତୀ ଗ୍ରାମ ଗୁଡିକରେ ଅନ୍ୟ ଗ୍ରାମ ଭଳି ଜାରି ରହିଛି ଉନ୍ନୟନ କାର୍ଯ୍ୟ :- ଝାରବନ୍ଧ ବିଡ଼ିଓ

  • ସୀମାନ୍ତରେ କୋଣସି ଗ୍ରାମରେ ପଡୋଶୀ ଛତିଶଗଡ଼ ରାଜ୍ୟର ଦଖଲ ନାହିଁ :-  ଝାରବନ୍ଧ ତହସିଲଦାର

  • ସୀମାନ୍ତ ଅଂଚଳରେ ଆଇନ ବ୍ୟବସ୍ଥା ସମ୍ପୁର୍ଣ୍ଣ ଠିକ ଅଛି :- ଜଗଦଲପୁର ଥାନା ଅଧିକାରୀ 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପାଖଣ୍ଡ ଝାରବନ୍ଧ ବ୍ଲକର ଜଗଦଲପୁର, ଲଉଡିଦର୍ହା, କୁର୍ଲୁପାଲି , ଡଭା ,ଭଣ୍ଡାରପୁରୀ ଓ ଛୋଟଅନକି ପଞ୍ଚାୟତ ର ପୁଟକା , ଧଉରାଭଟା , ଶିକାରୀପାଳି , ଜୋଧପୁର , କେଉଁଦାଦାର , ସୁକମାନିପୁର , ପଲସଦା , ଓ ବଡ଼ଅନକି ଗ୍ରାମ ପଡୋଶୀ ଛତିଶଗଡ଼ ସୀମାକୁ ଲାଗି ରହିଛି । ମୁଖ୍ୟତଃ  ଉପଖଣ୍ଡର ଝାରବନ୍ଧ, ପାଇକମାଲ ଓ ପଦ୍ମପୁର ବ୍ଲକର ଅନେକ ଲୋକଙ୍କର ସମ୍ପର୍କୀୟ ବନ୍ଧୁ ବାନ୍ଧବ ପଡୋଶୀ ଛତିଶଗଡ଼ର ବସନା, ସରେଇପାଳି, ବାଗବାହାରା ଓ ଆହୁରି ଭିତରେ ମଧ୍ୟ ରହିଥାନ୍ତି । ଏହି ଅଂଚଳର ବ୍ୟବସାୟୀମାନେ ମଧ୍ୟ ଅନେକାଂଶରେ ପଡୋଶୀ ରାଜ୍ୟର ବିଭିନ୍ନ ସହର ସହିତ ବ୍ୟବସାୟ କରିଥାନ୍ତି । କହିବାକୁ ଗଲେ ଉପଖଣ୍ଡର ଅଂଚଳ ବାସୀ ଓ ପଡୋଶୀ ଛତିଶଗଡ଼ ରାଜ୍ୟର ସୀମାନ୍ତ ରେ ଥିବା ଗ୍ରାମ ମାନଙ୍କର ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ରାଜ୍ୟ ଅଲଗା ହେଲେ ସୁଦ୍ଧା ସମ୍ପର୍କ ନିବିଡ଼ ରହିଛି । ଗୋଟେ ଛୋଟ ଉଦାହରଣ ଯେ ଲଉଡିଦର୍ହା ପଞ୍ଚାୟତର ଶିକାରୀ ପାଳି ଓ ଛତିଶଗଡ଼ ରାଜ୍ୟର ପରଗଲା ଗ୍ରାମର ଲୋକେ ଏକା ସାଙ୍ଗରେ ପ୍ରତେକ ବର୍ଷ ମିଳିତ ଭାବରେ ଚୈତ୍ର ମାସରେ ବାଲିଯାତ୍ରା ମହୋତ୍ସବ ପାଳନ କରନ୍ତି । 

 ଅନ୍ୟପଟେ ଝାରବନ୍ଧ ବ୍ଲକ ର ସୀମାନ୍ତରେ ରହିଥିବା ସବୁ ଗ୍ରାମରେ ରାଜ୍ୟ ସରକାରଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ସମସ୍ତ ଯୋଜନାରେ କାର୍ଯ୍ୟ  କରାଯାଉଛି । ପୁଟକାଢିପା ସୀମାନ୍ତରେ ଥିବା ଓଡ଼ିଶାର ଶେଷ ଗାଁ । ଏହି ଗାଁ ରେ ପ୍ରାୟ 20 ଟି ଆଦିବାସୀ ଓ ହରିଜନ ପରିବାର ବସବାସ କରନ୍ତି । ଗ୍ରାମରେ ରହିଛି ପାନୀୟ ଜଳ ପାଇଁ ତିନିଗୋଟି ନଳକୂପ । ଗାଁର ଦଶ ରୁ ଅଧିକ ଲୋକ ସରକାରଙ୍କର ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ବେଳେ ଗାଁର ସମସ୍ତେ ପିଡ଼ିଏସ ରେ ରାସନ ମଧ୍ୟ ପାଉଛନ୍ତି ଓ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ବିତରଣ କରାଯାଇଛି ।

ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ , ଝାରବନ୍ଧ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା , ଓ ଜଗଦଲପୁର ଥାନା ଅଧିକାରୀ ଏଲ ଏଲ ବାର୍ଲା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସୀମାନ୍ତର ଅନେକ ଗୁଡିଏ ଗ୍ରାମ ପରିଦର୍ଶନ କରିଥିଲେ | ସିଧାସଳଖ ଗ୍ରାମବାସୀମାନଙ୍କର ସହିତ ଆଲୋଚନା କରିଥିଲେ । ଗ୍ରାମବାସୀମାନେ ମଧ୍ୟ ଅଧିକାରୀ ମାନଙ୍କର ସହିତ ଖୋଲା ମନରେ ଆଲୋଚନା କରିଥିଲେ । ଅଧିକାରୀମାନେ ସମସ୍ୟା ଶୁଣିଥିଲେ ଓ ଅନେକ ସମସ୍ୟାର ସମାଧାନ ମଧ୍ୟ କରିଥିଲେ ।  ବିଗତ ଦିନରେ ଏହି ଅଂଚଳରକୁ କୋଟିଆ ସହିତ ତୁଳନାକରି ଯେଉଁ ଅପପ୍ରଚାର କରାଯାଉଥିଲା ବାସ୍ତବରେ ତୃଣମୂଳ ସ୍ଥରରେ ସେମିତି  କିଛି ଦେଖିବାକୁ ମିଳିନାହିଁ। ଛତିଶଗଡ଼ କୋଣସି ଗାଁ ଭିତରକୁ ପଶି ନାହିଁ କିମ୍ବା କୋଣସି ଗାଁ ଉପରେ ନିଜର ଅଧିକାର ଜାହିର କରୁଥିବା ଭଳି ଜଣାପଡିନାହିଁ | କିଛି ସ୍ୱାର୍ଥବାଦୀ ଲୋକ ସରକାର ଏବଂ ପ୍ରଶାସନକୁ ବଦନାମ କରିବା ପାଇଁ ତଥ୍ୟହୀନ ବିଭ୍ରାନ୍ତିକର ଅପପ୍ରଚାର କରୁଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଆମ ସୀମାନ୍ତ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଏଠାରେ ପଡୋଶୀ ରାଜ୍ୟ ସରକାର କିମ୍ବା ପ୍ରଶାସନ ର କୋଣସି କ୍ରିୟାକଳାପ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଅନ୍ୟ ଗ୍ରାମ ଭଳି ସୀମାନ୍ତରେ ଥିବା ସମସ୍ତ ଗ୍ରାମରେ ରାଜ୍ୟ ସରକାର ଙ୍କର ଦ୍ୱାରା କରା ଯାଉଥିବା ସମସ୍ତ ଉନ୍ନୟନ ମୂଳକ  କାର୍ଯ୍ୟ ସୁଚାରୁ ରୂପରେ କରାଯାଉଛି ଓ ସରକାରଙ୍କର ନିୟମ ମୁତାବକ ଆଗକୁ ଯାହାବି କରିବାକୁ ପଡିବ ନିଶ୍ଚିତ ଭାବରେ କରାଯିବ ବୋଲି କହିଛନ୍ତି ବିଡ଼ିଓ ଶ୍ରୀ ଲାକ୍ରା। ଆମ ରାଜ୍ୟ ସୀମା ଭିତରେ ପଡୋଶୀ ରାଜ୍ୟ ସରକାର ଙ୍କର କୋଣସି ବେଆଇନ ପଦକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ସୀମାନ୍ତରେ ଥିବା କରଣରୁ ଜଗଦଲପୁର ଥାନା ଓ ଏହାର କର୍ମଚାରୀମାନେ ସବୁବେଳେ ସତର୍କ ଥିବା କହିଛନ୍ତି ଥାନା ଅଧିକାରୀ ଶ୍ରୀମତୀ ବାର୍ଲା । 

       ଆଜି ଏହି ଗସ୍ତ ସମୟରେ ପୁଟକା ଛକ ଠାରେ ଏକ ଅର୍ଦ୍ଧନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର କାମ ବନ୍ଦ କରିବା ସହିତ ସରକାରୀ ପତିତ କିସମର ଜାଗାରେ ନିର୍ମାଣ କରାଯାଉଥିବା ଏହି କମ୍ପ୍ଲେକ୍ସ ଓ ଏହାର ମାଲିକ ଉପରେ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରାଯାଇ ସରିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ଦରୱାନ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault