ହେଡଲାଇନସ୍:

ବାମନଘାଟୀ ଉପଖଣ୍ଡ ପାଲଟିଛି ଚୋରା ଲୁହାପଥର ମାଫିଆଙ୍କ ଭୂସ୍ବର୍ଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ଚୋରା ଲୁହାପଥର ବୋଝେଇ ଟ୍ରେଲର ଜବତ ଏବଂ ଦୁଇ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଚୋରା ଲୁହାପଥର ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ଜିଲ୍ଲାରେ ବାଦାମ ପାହାଡ଼, ସୁଲାଇପାଟ ଏବଂ ଗୋରୁମହିଷାଣୀ ଆଦି ତିନୋଟି ଲୁହାପଥର ଖଣି ମଧ୍ୟରୁ ଗୋରୁମହିଷାଣୀ ଓ ବାଦାମ ପାହାଡ଼ରେ ଲୋହାପଥର ଖନନ ହେଉଛି । ଏହାର ସୁଯୋଗ ନେଇ ସ୍ଥାନୀୟ ଗ୍ରାମବାସୀଙ୍କୁ ଅର୍ଥରେ ପ୍ରଲୋଭିତ କରି ଲୁହାପଥର ମାଫିଆମାନେ ସେମାନଙ୍କ ଅବାଧ କରିବାର କିଛି ଦିନ ହେଲା ଆରମ୍ଭ କରି ଦେଇଥିବା ବେଳେ ଆନ୍ତଃ ରାଜ୍ୟ ଲୁହାପଥର ମାଫିଆମାନେ ଆସି ଆଡ଼ଡା ଜମେଇଲେଣି ।ଗତ କିଛି ଦିନ ତଳେ ଗୋରୁମହିଷାଣୀ ପୋଲିସ ଚୋରା ଲୁହାପଥର ଗାଡ଼ି ଜବତ କରିଥିଲା ।ମଧ୍ୟ ରାତ୍ରରେ ସୁଯୋଗ ନେଉଛନ୍ତି ମାଫିଆ ମାନେ ।ଏଭଳି ଏକ ଘଟଣା ମଙ୍ଗଳବାର ମଧ୍ୟରାତ୍ରରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏବଂ ତାଙ୍କ ଟିମ୍ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ କାରଗିଲ ଓ କାଦୁଆଣୀ ଛକରେ ଦୁଇଟି ଚୋରା ଲୁହାପଥର ବୋଝେଇ ଟ୍ରେଲର ପିବି ୧୩ ବିବି ୦୪୧୭ ଏବଂ ଓବି୧୩ ବିସି ୭୫୮୭ ଜବତ କରିବା ସହ ସେମାନଙ୍କ ନାମରେ ଥାନାରେ ୩୦/୨୧ ଏବଂ ୩୧/୨୧ ଅଲଗା ଅଲଗା ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଘର ଉତ୍ତରପ୍ରଦେଶ ମୁଜାଫରନଗରର ଜିଲ୍ଲାର କାକୁରୁଳି ଥାନା ଅନ୍ତର୍ଗତ ଖଇକେଡା ଗ୍ରାମର ହୁସେନ ଅହମ୍ମଦ ର ପୁଅ ମୁଦାସିର(୨୬) ଏବଂ ନଇମଣ୍ଡି ଥାନା ଅନ୍ତର୍ଗତ ମାଖିଆଳି ଗ୍ରାମର ମହମ୍ମଦ ଜବାନଙ୍କ ପୁଅ ମହମ୍ମଦ ମୁସଲିମ(୨୩) । ପୋଲିସ ଗାଡି ଦୁଇଟି ଜବତ କରିଛି ।ଗାଡ଼ି ଭିତରେ ଥିବା ଲୁହାପଥର ଆନୁମାନିକ ମୂଲ୍ୟ ୪ଲକ୍ଷର ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣା ପଡ଼ିଛି ।

 

0
0
0
s2sdefault