ରାଜ୍ୟ ସୀମା ସୁରକ୍ଷା ବାହିନୀ ମୁତୟନ କରାଯାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶା ଭାଷା ଓ ରାଜ୍ୟସୁରକ୍ଷା ପାଇଁ ଦାବି ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ଓଡିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ମାଲକାନଗିରି ଜିଲ୍ଲାର କୋଟିଆ ଅଞ୍ଚଳରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସରକାର ଅନୁପ୍ରବେଶ କରି ନିର୍ବାଚନ କରିବା ଦ୍ବାରା ରାଜ୍ୟର କିଛି ଅଂଶ ଆନ୍ଧ୍ରପ୍ରଦେଶକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି । ଏହାଦ୍ବାରା ଆମ ରାଜ୍ୟର ଭାଷା ମଧ୍ୟ ବିପନ୍ନ ହୋଇପାରେ | ଏହି ପରିପ୍ରେକ୍ଷୀରେ ଦେଶ ସୀମାନ୍ତରେ ସୀମା ସୁରକ୍ଷା ବାହିନୀ ଭଳି ରାଜ୍ୟ ସୀମା ସୁରକ୍ଷା ବାହିନୀ ମୁତୟନ କରାଯାଉ ବୋଲି ରେଗାଂଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦାବି କରାଯାଇଛି । ସୋମବାର ରେଗାଂଲି ତହସିଲଦାର ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ତହସିଲ ଅଫିସ ସମ୍ମୁଖରେ ବରିଷ୍ଠ ନାଗରିକ ପରିଷଦର ସଭ୍ୟମାନେ ଆନ୍ଧ୍ର ଅନୁପ୍ରବେଶର ପ୍ରତିବାଦ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ କାର୍ଯ୍ୟକ୍ରମରେ ପରିଷଦର ସଭାପତି ବସନ୍ତ କୁମାର ନାୟକ,ସଂପାଦକ ଅନ୍ତର୍ଯ୍ୟାମୀ ପାଣି , ଉପ - ସଭାପତି ତଥା ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ିଆ, ବିନୋଦବିହାରୀ ନନ୍ଦ , ଜଙ୍ଗଳା ସରପଞ୍ଚ ଇଂ ଗାନ୍ଧି ବେହେରା ,ସୁବାଷ ବିଶ୍ବାଳ , ଉଦୟଚନ୍ଦ୍ର ସାହୁ ,ଲକ୍ଷ୍ମୀନାରାୟଣ ସାହୁ, କିଶୋର କୁମାର ସାହୁ, ଗୋବର୍ଦ୍ଧନ ବାରିକ , ବାବୁଲାଲ ଅଗ୍ରଞ୍ବାଲ ,ସାଲେଗ୍ରାମ ସାହୁ , ସନ୍ତୋଷ ମେହେର,  ସୁବନଚାନ୍ଦ ସାହୁ , ପ୍ରଶାନ୍ତ ପଣ୍ଡା ,ଅଚ୍ୟୁତାନନ୍ଦ ପାଢୀ ପ୍ରମୁଖ ବହୁ ସଚେତନ ନାଗରିକ ସାମିଲ ହୋଇଥିଲେ।

0
0
0
s2sdefault