ଜାତୀୟ ରାଜପଥ ୪୯ ଅବରୋଧ କଲେ ଉତ୍ତ୍ୟକ୍ତ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା ଜିଲ୍ଲାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା: ଟାର୍ଗେଟ କୁ ନେଇ ଆଶା ଆଶଙ୍କାରେ ହଜାର ହଜାର ଚାଷୀ

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ  ଝାରସୁଗୁଡା ଜିଲ୍ଲାର ଚାଷୀ ।  ଗୋଟିଏ ପଟେ ଚଳିତ ବର୍ଷ ଟାର୍ଗେଟ କୁ ନେଇ ଚାଷୀ ମାନେ ଦ୍ଵନ୍ଦ ରେ ରହୁଥିବା ବେଳେ ଜିଲ୍ଲାର ପଞ୍ଜିକୃତ  ୨୬ ପ୍ରତିଶତ ଚାଷୀ ଆଶା ଓ ଆଶଙ୍କା ରେ । ଅନ୍ୟପଟେ ଜିଲ୍ଲାରେ  ବିଭିନ୍ନ ମଣ୍ଡି ରେ ହଜାର ହଜାର ଧାନ ବସ୍ତା ପଡିରହିଥିବା ବେଳେ  ତ୍ରୁଟି ପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁଁ ଜିଲ୍ଲାର ଅନେକ କୃଷକଙ୍କ ଟୋକେନ୍ ଲେପ୍ସ ହୋଇଯାଇଛି।ଲେପ୍ସ ଟୋକେନ୍ ର ନବୀକରଣ ଏବଂ ଝାରସୁଗୁଡାରେ ଧାନ କ୍ରୟ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ଦାବିରେ ଛତିଶଗଡ଼ ସୀମାନ୍ତ ରେମତା, ଚାରପାଲି ,ଭିଖମପାଲି, କନକତୋରା, ଅତାବିରା  ପ୍ୟାକ୍ସ ଅନ୍ତର୍ଗତ ଚାଷୀ ମାନେ ଜାତୀୟ ରାଜପଥ ୪୯ ଅବରୋଧ କରି ପ୍ରତିବାଦ କରୁଛନ୍ତି । ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବର ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସ ରେ ସମସ୍ୟା ଲାଗି ରହୁଛି । ଚଳିତ ବର୍ଷ ଜିଲ୍ଲାରେ ୧୮  ହଜାର ୫୧୫ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୩ ହଜାର ୭୬୦ ଜଣ ଚାଷୀ ୮ ଲକ୍ଷ ୧୫ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି ।

0
0
0
s2sdefault