ହେଡଲାଇନସ୍:

 କଣ୍ଟାମାଳ ଯୁକ୍ତ ତିନି କଳା ସିଟ୍ ସଂଖ୍ୟା ୧୯୨ ରୁ ୨୫୬କୁ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋସିଓଲୋଜି,ସଂସ୍କୃତ,ଇଂରାଜୀ ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି

15-06-18-Panchayat-Degree-C.jpg - 54.40 kB

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)  ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମ୍ବଲପୁର ବିଶ୍ୱବିଦ୍ୟାଳୟ  ତରଫରୁ ଚଳିତ ଶିକ୍ଷାବର୍ଷ-୨୦୧୮-୧୯ ଠାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି କଳା ବିଭାଗରେ ସିଟ୍ ସଂଖ୍ୟା  ୨୫୬କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ମହାବିଦ୍ୟାଳୟ ର ଯୁକ୍ତ ତିନି କଳା ରେ ସିଟ୍ ସଂଖ୍ୟା ୧୯୨ ଥିବା ବେଳେ ଚଳିତ ଶୂିକ୍ଷାବର୍ଷ ଠାରୁ ଆଉ ୬୪ଟି ଅଧିକ ସିଟ୍ ପାଇଁ ଅନୁମୋଦନ ମିଳିଛି । ଏହି ମହାବିଦ୍ୟାଳୟ ସମଗ୍ର ଜିଲ୍ଲାରେ ଏକମାତ୍ର ମହାବିଦ୍ୟାଳୟ ଭାବେ ନାକ୍ ର ମାନ୍ୟତା ପାଇଥିବା ହେତୁ ଚଳିତ ଶିକ୍ଷା ବର୍ଷ ଠାରୁ ସଂସ୍କୃତ,ସୋସିଓଲୋଜି ଓ ଇଂରାଜୀ ଆଦି ବିଷୟରେ ଅନର୍ସ ସିଟ୍ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ସ୍ୱୀକୃତି ମିଳିଛି ।  ଆବଶ୍ୟକତା  କମ ସିଟ୍ ଥିବା ହେତୁ ପ୍ରତିବର୍ଷ  ଅଂଚଳର ଛାତ୍ରଛାତ୍ରୀମାନେ ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି ପାଇଁ ଆବେଦନ କରି ସିଟ୍ ନ ପାଇ ନିରାଶ ହୋଇ ବହୁ କଷ୍ଟରେ ଅଧିକ ଖର୍ଚ୍ଚରେ ଦୂର ଦୂରାନ୍ତ କଲେଜରେ ଯାଇ ପଢୁଥିବା ବେଳେ ଅର୍ଥାଭାବରୁ କିଛି ଛାତ୍ରଛାତ୍ରୀ ପଢାରୁ ବଞ୍ଚିତ ହେଉଥିଲେ । ଚଳିତ ବର୍ଷ ଠାରୁ କଲେଜ ରେ ସିଟ୍ ସଂଖ୍ୟା ବୃଦ୍ଧି ଓ ସୋସିଓଲୋଜି,ସଂସ୍କୃତ,ଇଂରାଜୀ ବିଭାଗରେ ଅନର୍ସ ଖୋଲିଥିବା ହେତୁ ଛାତ୍ରଛାତ୍ରୀ  ତଥା ଅଭିଭାବକମାନେଙ୍କ ଖୂସି ହେବା ସହ ଉଚ୍ଚଶିକ୍ଷା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି । ଫଳରେ ଚଳିତ ଶିକ୍ଷାବର୍ଷଠାରୁ ଛାତ୍ରଛାତ୍ରୀମାନେ ଯୁକ୍ତ ତିନି କଳାର ସଂସ୍କୃତ,ସୋସିଓଲୋଜି ଓ ଇଂରାଜୀ ବିଭାଗରେ ଅନର୍ସ ପାଇଁ ଆବେଦନ କରିପାରିବେ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସାଗର ବଗର୍ତ୍ତୀ ପ୍ରକାଶ କରିଛନ୍ତି । 

0
0
0
s2sdefault