ଜିଏସଟି ସରଳୀକରଣ ଦାବିରେ ଫେବୃଆରୀ ୨୬ ବ୍ୟବସାୟୀ ସଂଘର ଭାରତ ବନ୍ଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଜିଏସଟି ସରଳୀକରଣ ଦାବିରେ ସାରାଦେଶରେ ବ୍ୟବସାୟୀ ଆସନ୍ତା ଫେବୃଆରୀ ୨୬ ତାରିଖରେ ଭାରତ ବ୍ୟବସାୟ ବନ୍ଦ ଡାକରା ଦିଆଯାଇଛି । ଏନେଇ ସମ୍ବଲପୁର ଠାରେ ମଧ୍ୟ ବ୍ୟବସାୟ ବନ୍ଦ କୁ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା ବ୍ୟବସାୟ ସଂଘ ପକ୍ଷରୁ ଲୋକଙ୍କୁ ଅପିଳ କରାଯାଇଛି । ସମ୍ବଲପୁର ଜିଲ୍ଲା ବ୍ୟବସାୟ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନି ରେ ଅଭିଯୋଗ କରାଯାଇଛି ଯେ ଦେଶରେ ସରକାର ଜିଏସଟି ଲାଗୁ କରିବା ପରେ ଏହାର ସଠିକ ଭାବରେ କାର୍ଯ୍ୟକାରି କରାଯାଉ ନଥିବାରୁ ବ୍ୟବସାୟୀ ମାନେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଜିଏସଟି ସରଲିକରଣ ପାଇଁ ବ୍ୟବସାୟୀ ମାନେ ବାରମ୍ବାର ଦାବି କରୁଥିବା ବେଳେ ସରକାର ଏଥିପ୍ରତି ଦୄଷ୍ଠି ଦେଉନାହାନ୍ତି । ତେଣେ ସରକାର ଜିଏସଟି କୁ ସାରା ଦେଶରେ କାର୍ଯ୍ୟକାରି କରିବା ପରେ ଜିଏସଟି କୁ ୯୬୦ ଥର  ସଂସୋଧନ କରାଯାଇଥିବା ବେଳେ ଏହାର କାର୍ଯ୍ୟକାରିତା  ନେଇ  ପ୍ରଶ୍ନ  ଉଠାଇଛନ୍ତି ସମ୍ବଲପୁର ଜିଲ୍ଲା ବ୍ୟବସାୟୀ ସଂଘ । ତେଣୁ ଆସନ୍ତା ୨୬ ତାରିଖ ଦିନ ସାରା ଦେଶରେ ଜିଏସଟି କୁ ସରଲିକରଣ ପାଇଁ ବ୍ୟବସାୟ  ବନ୍ଦ ଡାକରା କୁ ସଫଳ କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି । ଭାରତ ବ୍ୟବସାୟ ବନ୍ଦ ଦିନ   ଜରୁରୀକାଳୀନ ସେବା କୁ ଵାଦ ଦେଇ ସବୁ ଅନ୍ୟ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସମ୍ବଲପୁର ଜିଲ୍ଲା ବ୍ୟବସାୟି ସଂଘ ପକ୍ଷରୁ କୁହାଯାଇଛି ।

0
0
0
s2sdefault