ଜିଲ୍ଲାରେ ଶୁଭାରମ୍ଭ ହେଲା ସଘନ ମିଶନ ଇନ୍ଦ୍ରଧନୁଷ୍ ୩.୦

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିଷ୍ପତି ଓ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଆଜି ୨୨ ଫେବୃଆରୀ ଦିନ ସଘନ ମିଶନ ଇନ୍ଦ୍ରଧନୁସ ୩.୦ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହା ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଫେବୃଆରୀର ୨୨, ୨୫, ୨୬ ଓ ମାର୍ଚ୍ଚର ୧,୪,୬,୮ ତାରିଖ ଦିନ ଏଭଳି ୭ ଦିନ ଧରି ଏହି ମିଶନ ଇନ୍ଦ୍ରଧନୁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଏହି ଅବସରରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବାଟଗୌଡ଼ ସାହି ମେଲା-ମଣ୍ଡପ ଠାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ସଭା ଅନୁଷ୍ଠିତ ହୋଇଥିଲା । 

ଏହି ଶୁଭାରମ୍ଭ ସଭା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ  ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ , ଜାତୀୟ ସାମଗ୍ରିକ ଟୀକାକରଣ କାର୍ଯ୍ୟକ୍ରମର ସୂଚୀ ଅନୁସାରେ ପ୍ରତ୍ୟେକ ଶିଶୁଙ୍କୁ ବୟସ ଉପଯୁକ୍ତ ଟୀକା ପ୍ରଦାନ କରି ଟୀକା ଦ୍ୱାରା ପ୍ରତିରୋଧ କରାଯାଇ ପାରୁଥିବା ରୋଗ ସମୂହରୁ ଶିଶୁ ମାନଙ୍କୁ ରକ୍ଷା କରା ଯାଇପାରିବ । ଏହା ଶିଶୁଟିର ଭବିଷ୍ୟତକୁ ସୁରକ୍ଷିତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ବିଶେଷ ସହାୟକ ହୋଇପାରିବ । 

ଏହି କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ଭାବେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ୱାରା ଟୀକାକରଣରୁ ବଞ୍ଚିତ ହୋଇଥିବା ବା କୌଣସି ନିର୍ଦ୍ଧିଷ୍ଟ ଟୀକା ପାଇବାରୁ ବଞ୍ଚିତ ହୋଇଥିବା ସର୍ବମୋଟ ୧୭୫ ଜଣ ଶିଶୁ ଓ ୨୧ ଜଣ ଗର୍ଭବତୀ ମହିଳାଙ୍କୁ ସମଗ୍ର ଜିଲ୍ଲାରେ ପଞ୍ଜିକୃତ କରାଯାଇଅଛି । ଏହି ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ପୂର୍ବରୁ ନିରୁପିତ ସ୍ଥାନ ମାନଙ୍କରେ ନିର୍ଦ୍ଧିଷ୍ଟ ଦିନ ସମୂହରେ ଟୀକା ଦିଆଯିବ । ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଇଅଛି । ଏତଦ ବ୍ୟତୀତ , କୌଣସି ଶିଶୁ ଟୀକା ପାଇବାରୁ ବଞ୍ଚିତ ହୋଇଥିଲେ ନିକଟରେ ଥିବା ଆଶା ଦିଦି , ଅଙ୍ଗନବାଡି ଦିଦି କିମ୍ବା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ଜଣାଇବା ପାଇଁ ଅନୁରୋଧ କରାଯାଇଛି । ଏହାଦ୍ୱାରା ଆମେ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟିକାକରଣ ସୁନିଶ୍ଚିତ କରି ପାରିବା , ଏଥିପାଇଁ ଜନସାଧାରଣ ଓ ସମସ୍ତ ବର୍ଗର ହିତାଧିକାରୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରିହେବ ବୋଲି କହିଥିଲେ ।

 ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ:-ଡାଃ ମହମ୍ମଦ ସିରାଜଉଦ୍ଦିନ ମୁନିର , ଅର୍ବାନ ମେଡିକାଲ ଅଫିସର ଡାଃ ଏନ:- ରବିବାବୁ ଏବଂ ଡିଏମଆରସିଏଚ:-ହରି ଶୁସାନ୍ତ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।   ଡବ୍ଲ୍ୟୁଏଚଓ "ହ୍ୟୁ"ର ଗଂଜାମ ଜିଲ୍ଲା ସର୍ଭିଳିଆନ୍ସ ମେଡିକାଲ ଅଫିସର ଡାଃ ବିଜୟ କୁମାର ସାହୁ ଉପସ୍ଥିତ ରହି ସମସ୍ତ ମିଶନ ଟୀକାକରଣ କାର୍ଯ୍ୟକ୍ରମ  ବୁଲି ଦେଖିଥିଲେ ।  ପ୍ରଥମେ ଶିଶୁ ମାନଙ୍କୁ ପୋଲିଓ ଓ ରୋଟା   ଡ୍ରାପ ଖୁଆଇଲା ପରେ ସେମାନଙ୍କୁ ହାତ ଓ ଗୋଡ-ଜଙ୍ଘରେ ପେଣ୍ଟା , ଆଇପିଭି , ଏମଆର ଓ ଡ଼ିପିଟି ମିଶ୍ରଣ ଯୁକ୍ତ ୨ ଟି ଲେଖାଏଁ ଟୀକା ଦିଆଯାଇଥିଲା । 

ଏଏନଏମ ଦିଦି ଲକ୍ଷ୍ମୀପ୍ରିୟା ସାହୁ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟୀକା ପ୍ରଦାନ କରିଥିବା ବେଳେ ଏଥିରେ  ଆଶାଦିଦି ସୁଜାତା ପାଢ଼ୀ ଏବଂ ଅଙ୍ଗନବାଡି ଦିଦି  ସସ୍ମିତା ଅଧିକାରୀ ସହଯୋଗ କରିଥିଲେ ।  ସମସ୍ତ କାର୍ଯ୍ୟକ୍ରମକୁ ଅର୍ବାନ ସ୍ୱାସ୍ଥ୍ୟକେନ୍ଦ୍ରର ଏକାଉଣ୍ଟାଣ୍ଟ ତଥା ଡାଟା ମ୍ୟାନେଜର ଶ୍ରୀ ଜିତେନ୍ଦ୍ର କରାଡ଼ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଆଇପିଏ:-ଶ୍ରୀ ଶୁରେଶ କୁମାର ଜେନା ପରିଚାଳନା କରିଥିଲେ ।

0
0
0
s2sdefault