ରାଜ୍ୟରେ ଜଳସେଚନର ସୁପରିଚାଳନା ପାଇଁ ଜଳ ପ୍ରଭାରୀ ନିୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)- ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ  ରାଜ୍ୟ ଜଳ ସମ୍ପଦ  ବିଭାଗ ତରଫରୁ ପ୍ରତି ଜିଲ୍ଲା ପାଇଁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ  ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରଖାଯାଇ ଜଳ ପ୍ରଭାରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । 

ଏହି ପରିପ୍ରେକ୍ଷୀରେ  ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଜଳ ପ୍ରଭାରୀ ନିୟୋଜିତ କରିଛନ୍ତି । ଏହି ଜଳ ପ୍ରଭାରୀମାନେ  ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜିଲ୍ଲାରେ ଜଳ ସଂପଦର ସୁବିନିଯୋଗ  ଓ ଜଳ ସେଚନ ବ୍ୟବସ୍ଥା ବୁଝିବା ସହିତ ପ୍ରତି ମାସରେ ଥରେ ସଂପୃକ୍ତ  ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ କରିବେ । ସଂପୃକ୍ତ ଜିଲ୍ଲାରେ ଜଳ ସେଚନର ବ୍ୟବସ୍ଥା, ପ୍ରକଳ୍ପର ସ୍ଥିତି ଓ ଆଗକୁ କି କି କାର୍ଯ୍ୟ କରାଯିବାକୁ ଅଛି, ସେ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ଜଳର ସୁପରିଚାଳନା, ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବା ସଂପର୍କରେ ଜଳ ପ୍ରଭାରୀମାନେ କାର୍ଯ୍ୟ କରିବେ । ପ୍ରତି ୨ ମାସରେ ଥରେ  ନିର୍ଦ୍ଧିଷ୍ଟ ଦିନରେ ଜଳ ପ୍ରଭାରୀମାନଙ୍କର ବୈଠକ ଅନୁଷ୍ଠିତ ହେବ ଓ  ପ୍ରତି ୨ ମାସରେ ଥରେ ପ୍ରଭାରୀମାନେ ସେମାନଙ୍କ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟ ବିବରଣୀ ଜଳ ସଂପଦ ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରିବେ ବୋଲି ଏ ସଂପର୍କରେ ଆଜି ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ନିଷ୍ପତି ନିଆଯାଇଛି । 

0
0
0
s2sdefault