ମହାମାରୀ କରୋନା ଯୋଗୁଁ ବିପର୍ଯ୍ୟସ୍ତ ଲୋକଙ୍କ ଆର୍ଥିକ ସ୍ଥିତି ପରିପ୍ରେକ୍ଷୀରେ ମାନସ ମନ୍ଥନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ନେଇ ପ୍ରଶାସନର ଉଦ୍ୟମ ଆରମ୍ଭ

ଟିଟିଲାଗଡ,  ( ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ରଜକନ୍ଵର ପାର୍କରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ତରଫରୁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭୁ ପ୍ରସାଦ ଚୌଧୁରୀ, ଓମ୍ଫେଡ୍ ର ସାଧାରଣ ପରିଚାଳକ ସରୋଜ କୁମାର ସାହୁ,ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ସୁମନ୍ତ କୁମାର ଦାସ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ କୁମାର ଧାରୁଆ, ବିଦ୍ୟୁତ୍ ବିଭାଗ ର ଉପଖଣ୍ଡିୟ ଅଧିକାରୀ ଦିକ୍ଷୀତ,କୃଷି ବିଭାଗ ଅଧିକାରୀ ଅଶୋକ କୁମାର ମହାନ୍ତି   ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା ମଞ୍ଚାସୀନ ଥିଲେ। ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ବେହେରା କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ। ବଣିକ ସଂଗଠନ ର ସଭାପତି ସମ୍ଭୁ ଗୋୟଲ୍ ଅତିଥିଙ୍କୁ ଫୁଲ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଟିଟିଲାଗଡ ଉପଖଣ୍ଡ ର ଟିଟିଲାଗଡ, କଣ୍ଟାବାଞ୍ଜି, ସଇଁତଳା ର ୨୮ ଜଣ ଚାଟେର୍ଡ ଆକାଉଣ୍ଟାଣ୍ଟ , ଓ ୬୦ ଟି ପୁଞ୍ଜିପତି ଓ ଉଦ୍ୟୋଗ ପତି , ଗଣମାଧ୍ୟମ ପ୍ରତିନିଧି ନିମନ୍ତ୍ରିତ ଥିଲେ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭୁ ପ୍ରସାଦ ଚୌଦରୀ ପୁଞ୍ଜିନିବେଶ, ତା'ର ଲାଭ , ଜିଲ୍ଲା ସ୍ତର ରେ ଓ ରାଜ୍ୟ ସ୍ତରରେ ଉଦ୍ୟୋଗପତି ମାନଙ୍କୁ ଦିଆଯାଉଥିବା ସୁବିଧା, ବିଦ୍ୟୁତ୍ ଓ ଜଳ ଯୋଗାଣ ପ୍ରକଳ୍ପ ର ସୁବିଧା, ଏହି ସବୁ ସୁବିଧା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ସୁମନ୍ତ କୁମାର ଦାସ ଟିଟିଲାଗଡ ଅଞ୍ଚଳ ରେ ପଶୁ ଚାଷ, ଦୁଗ୍ଧ ଚାଷ , ଗାଈ ପାଳନ, ଘାସ ଚାଷ, ସମ୍ପର୍କରେ ଜଣାଇଥିଲେ।  ଓମ୍ଫେଡ୍ ର ସାଧାରଣ ପରିଚାଳକ ସରୋଜ କୁମାର ସାହୁ କହିଥିଲେ ଦୁଗ୍ଧ ରୁ ଦୁଗ୍ଧ ଜାତ ପଦାର୍ଥ ତିଆରି କରିବା ପାଇଁ ପୁଞ୍ଜିପତି ମାନେ ପୁଞ୍ଜି ବିନିଯୋଗ କରିବ ଉଚିତ୍। ଗୋପାଳନ କରି ସେଥିରୁ ଦୁଗ୍ଧ ବିକ୍ରି କରିବା ସହ ଦୁଗ୍ଧ ଜାତ ପଦାର୍ଥ କୁ ମଧ୍ୟ ବିକ୍ରି କରିହେବ ଓ ଏହା ସହ ଗୋବର ଗ୍ୟାସ୍ ପ୍ଲାଣ୍ଟ ବସାଇବା ସହ ଖତ ମଧ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ  ଉମେଶ କୁମାର ଧାରୁଆ କହିଥିଲେ ପାରମ୍ପରିକ ଉପାୟ ରେ ମତ୍ସ୍ୟଚାଷ କରିବା ବଦଳରେ ବୈଜ୍ଞାନିକ ପଦ୍ଧତି ରେ ମତ୍ସ୍ୟ ଚାଷ କଲେ ଅଧିକ ଲାଭବାନ ହୋଇ ପାରିବେ ବୋଲି ଜଣାଇଥିଲେ।  କୃଷି ବିଭାଗ ଅଧିକାରୀ ଅଶୋକ କୁମାର ମହାନ୍ତି ଟିଟିଲାଗଡ ରେ କପା କୁ ନେଇ ଉଦ୍ୟୋଗ ପ୍ରତିଷ୍ଠା କରାଗଲେ ଉଚିତ୍ ମୂଲ୍ୟ ରେ କପା ମିଳିବା ସହ ଲୋକେ ରୋଜଗାର ପାଇ ପାରିବେ ବୋଲି କହିଥିଲେ। ଏହା ସହ ବଲାଙ୍ଗୀର ଜିଲ୍ଲା ରେ କପା ର ସ୍ପିନିନିଂ ମିଲ ପ୍ରତିଷ୍ଠା ହେଲେ ଉପଯୁକ୍ତ ଉପନିବେଶ ହୋଇପାରିବ ବୋଲି କହିଥିଲେ। ଏହା ସହ କପା ଗଛରୁ ରୁ ତେଲ, କାର୍ଡ ବୋର୍ଡ, ପ୍ଲାଏ ଉଡ ଆଦି ପ୍ରସ୍ତୁତ କରିବାପାଇଁ ଉଦ୍ୟମ କରାଗଲେ ଉଚିତ୍ ହେବ ବୋଲି ଉଦ୍ୟୋଗ ପତି ମାନଙ୍କୁ ଜଣାଇଥିଲେ।  ଉଦ୍ୟାନ ବିଭାଗ ର ଅଧିକାରୀ ଛତୁ ଚାଷ ପାଇଁ ବ୍ୟବହାର ହେଉଥିବା ଛତୁ ମଞ୍ଜ ର ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ। ଏହା ସହ ସେଓ, ଆମ୍ବ, ପିଜୁଳି, ଓ ମସଲା ଜାତ ଦ୍ରବ୍ୟ  ର ଚାହିଦା ଥିବାରୁ ଏହି ସବୁ ଚାଷ କରିବା ପାଇଁ ଉଦ୍ୟୋଗ ପତି ମାନଙ୍କୁ ଅନୁରୋଧ କରିଥିଲେ।

ଉପସ୍ଥିତ ଉଦ୍ୟୋଗ ପତି ଓ ପୁଞ୍ଜି ପତି ମାନଙ୍କୁ ମଧ୍ୟରୁ ପ୍ରମୋଦ ପ୍ରଧାନ ଟିଟିଲାଗଡରେ ମିଳିପାରୁଥିବା ଟମାଟୋରୁ ଟମାଟୋ ସସ୍ ଉଦ୍ୟୋଗ,  ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଓ ପିଆଜ ପାଉଡର , ଆଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗୁଡିକ   ଅନୁଷ୍ଠିତ କରିବାପାଇଁ ଉଦ୍ୟମ କରାଯିବ ଉଚିତ ବୋଲି କହିଥିଲେ। ବିରେନ୍ଦ୍ର ବାଗ ଓମ୍ଫେଡ ର ଶୀତଳିକରଣ କେନ୍ଦ୍ର ର କ୍ଷମତା ବୃଦ୍ଧି କରିବା ପାଇଁ ନିବେଦନ କରାଇଥିଲେ। ମେହେର ଫୁଟ ଇଣ୍ଡଷ୍ଟ୍ରି ର ବିଜୟ ମେହେର ଟିଟିଲାଗଡ ରେ ଥିବା ବିଦ୍ୟୁତ୍ ବିଭାଗ ର ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହ ୧୩୨ କେଭି ଗ୍ରିଡ ଟ୍ରାନ୍ସଫର୍ମର ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ବିଦ୍ୟୁତ୍ ବିଭାଗ ଅଧିକାରୀ କହିଥିଲେ ବିଭାଗ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିବା ବେଳେ ଓପିଡିସିଏଲ  ର କାର୍ଯ୍ୟ ବଳକା ଥିବା କହିଛନ୍ତି। ଏହା ସହ ବାଳକୃଷ୍ଣ ଷଣ୍ଢ ଜଙ୍ଗଲ ଜାତ ଦ୍ରବ୍ଯ କୁ ନେଇ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ  ଓ ସରକାରୀ ସ୍ତରରେ ସୁବିଧା ପ୍ରଦାନ କରିବାପାଇଁ କହିଥିଲେ। ଏହା ସହ ଗ୍ରାମାଞ୍ଚଳ ରେ ଥିବା ଶିକ୍ଷିତ ବେକାରୀ ମାନଙ୍କୁ ଉଦ୍ୟୋଗ ମାନଙ୍କ ରେ ନିୟୋଜିତ କରିବାପାଇଁ ନିବେଦନ କରିଥିଲେ।

ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ  ଚାହିଦା ଥିବା ଉଦ୍ୟୋଗ ପ୍ରତିଷ୍ଠା କରିବା ଓ ପୁଞ୍ଜି ବିନିଯୋଗ କରିବାପାଇଁ ଉପସ୍ଥିତ ପୁଞ୍ଜିପତି ଓ ଉଦ୍ୟୋଗ ପତି ମାନଙ୍କୁ ଅନୁରୋଧ କରିଥିଲେ।

0
0
0
s2sdefault