ହେଡଲାଇନସ୍:

ଆଧାର ପଂଜୀକରଣ ପାଇଁ ରୁମ ଦେଉନି ବ୍ଲକ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏପିଓଙ୍କ ବାରଣ୍ଡାରେ ଚାଲିଛି ଆଧାର ଏନରୋଲମେଣ୍ଟ

ବୌଦ୍ଧ (ସିମନ ନାଏକ)  ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଆଧାର କାର୍ଡ ପଂଜିକରଣ ଓ ସଂଶୋଧନ ପାଇଁ କୌଣସି ପ୍ରକାର ସୁବିଧା ନଥିବା ହେତୁ ନୂତନ ଭାବରେ ପଂଜିକରଣ ଏବଂ ସଂଶୋଧନ କରିବାକୁ ହେଲେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ହରଭଙ୍ଗା ବ୍ଲକରେ ୨୦୧୪ ମସିହାରେ ଆଧାର ପଂଜିକରଣ ପାଇଁ ଗାଁ ଗାଁ ରେ ୩ ଦିନିଆ କେନ୍ଦ୍ର କରି ଆଧାର କାର୍ଡ ପଂଜିକରଣ କରାଯଉଥିଲା । ହେଲେ ଏହି ୩ ଦିନ ପଂଜିକରଣ ପାଇଁ ଯଥେଷ୍ଟ ସମୟ ନଥିବାରୁ ବହୁ ଲୋକ ଆଧାର କାର୍ଡ ପଂଜିକରଣ କରିବାରୁ ବଂଚିତ ହୋଇଥିଲେ । ମାତ୍ର ପଂଜିକରଣ ଦାୟତ୍ୱରେ ଥିବା ଠିକାସଂସ୍ଥା କିଛି ଅଣଓଡିଆ ଆଧାର ଅପରେଟରଙ୍କୁ ନିଯୁକ୍ତ କରି କାମ କରୁଥିବା ହେତୁ ଭାଷାର ସମସ୍ୟା ପାଇଁ ଅନେକ ଲୋକଙ୍କ ବହତ ତୃଟି ଥିବା ଜଣାପଡିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗୋଟିଏ କେନ୍ଦ୍ରକୁ ଆବଶ୍ୟକ ସଂଖ୍ୟକ ପଂଜିକରଣ ମେସିନ ଯୋଗାଇନଥିବା ହେତୁ ବହୁ ଲୋକ ପଂଜିକରଣରୁ ବଂଚିତ ହୋଇଥିବା ଅଭିଯୋଗ ହେଉଛି । ପୁନର୍ବାର ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ଭିସ ପ୍ରୋଭାଇଡର ମାଧ୍ୟମରେ ପ୍ରତ୍ୟେକ ତହସିଲ କାର୍ଯ୍ୟଳୟରେ ୨ଟି ଲେଖାଏଁ ଅପରେଟରଙ୍କୁ ନିଯୁକ୍ତ କରାଯାଇଥିଲା । ମାତ୍ର ଏହାର ଅବଧି ବର୍ଷେ ୩ ମାସ ରହିଥିବା ବେଳେ ଏତେ ଅଳ୍ପ ସମୟରେ ଅଧାର କାର୍ଡ ପଂଜିକରଣ ଓ ସଂଶୋଧନ କରିବା ସମ୍ଭବ ନଥିଲା । ଫଳରେ ଏହି ତହସିଲ କାର୍ଯ୍ୟଳୟ ମାନଙ୍କରୁ ପ୍ରତ୍ୟେକ ଦିନ ବହୁ ଲୋକ ଫେରୁଥିବାର ଦେଖିବାକୁ ମିଳିଥିଲା । ପରେ ୨୦୧୭ ମସିହାରୁ ବ୍ଲକ କାର୍ଯ୍ୟଳୟ ସହ ଜନସେବା କେନ୍ଦ୍ର ମାନଙ୍କରେ ଆଧାର ପଂଜିକରଣ ପକ୍ରିୟା ଚାଲିଥିଲା । ହେଲେ ଏହା ୨୦୧୮ ଫେବୃଆରି ମାସରେ ବନ୍ଦ ହୋଇଯିବା ପରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏବେ ଆଧାର ପଂଜିକରଣ ବା ସଂଶୋଧନ କରିବାକୁ ଜିଲ୍ଲା ମୁଖ୍ୟାଳୟରେ ଥିବା ୨ କେନ୍ଦ୍ରକୁ ଯାଇ ପଂଜିକରଣ କରିବା ପଇଁ ବାଧ୍ୟ ହେଉଛନ୍ତି । ସେହିପରି ବୌଦ୍ଧ ବ୍ଲକ କାର୍ଯ୍ୟଳରେ ପଂଜିକରଣ ହେଉଥିବା ସତ୍ୱେ ସେଠାରେ ଅଳ୍ପ ସଂଖ୍ୟକ ଲୋକ ହେଉଥିବା ବେଳେ ଏନ୍ଏସି କାର୍ଯ୍ୟଳରେ ହେଉଥିବା ପଂଜିକରଣ କେନ୍ଦ୍ରରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ  ମିଳୁଛି । ଏନେଇ ହରଭଙ୍ଗା ବିଡିଓ ରବିନ୍ଦ୍ର କୁମାର ସତପଥିଙ୍କୁ ସମ୍ପର୍କ କରିବାରୁ ସେ ବ୍ଲକ କାର୍ଯ୍ୟଳୟରେ ଅଧାର ପଂଜିକରଣ ଚାଲିଥିବା କଥା କହିଥିଲେ । ଅନ୍ୟପଟେ ଆଧାର କାର୍ଡ ପଂଜିକରଣ ଦାୟିତ୍ୱ  ଥିବା ଏଜେନ୍ସି ର ଜିଲ୍ଲା ମୁଖ୍ୟ ସୁରେନ୍ଦ୍ର କୁମାର ଗାଇଗୌରିଆ ଙ୍କୁ ପଚାରିବାରୁ ଆମକୁ ବ୍ଲକରେ ଘର ଦେଉ ନଥିବା ଯୋଗୁଁ କିଛି ଦିନ ପଂଜିକରଣ କାର୍ଯ୍ୟ ବନ୍ଦଥିଲା । ହେଲେ ଏବେ ଅମକୁ ପଂଜିକରଣ ପାଇଁ ଏପିଓଙ୍କ କାର୍ଯ୍ୟଳୟ ବାରଣ୍ଡାରେ କାମ କରିବାକୁ ଦେଇଛନ୍ତି |  ତେଣୁ ବର୍ତମାନ ୧୦ ଦିନ ହେବ ପଂଜିକରଣ ଚାଲୁଥିବା ଓ ପ୍ରଚାର ପ୍ରଶାର ଠିକ୍ ଭାବରେ ହେଉନଥିବା ଯୋଗୁଁ ଲୋକେ ପଂଜିକରଣ କରିବାକୁ ଆସୁନଥିବା କହିଥିଲେ । । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି । 

 

0
0
0
s2sdefault