ହେଡଲାଇନସ୍:

ତିନିଦିନିଆ ଜିଲ୍ଲା ଯୁବ ରେଡକ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା(ସୁବାସ ସାହାରେ):  ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଅନୁଷ୍ଠିତ ତିନିଦିନିଆ ଜିଲ୍ଲା ଯୁବ ରେଡକ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ପ୍ରଧ୍ୟାପକ ବିଭୂତି ଭୂଷଣ ଦାଶ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ପୂର୍ଣ୍ଣମାମୟୀ ଦାସ ଓ ଡ.ସ୍ବର୍ଣ୍ଣମୟୀ ପୁରୋହିତ ଯୋଗ ଦେଇଥିଲେ । କାର୍ଯକ୍ରମକୁ ଜିଲା ସଂଯୋଜକ ଅଧ୍ୟାପକ ସୁରେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ରେଡକ୍ରସ ଜିଲା ସମ୍ପାଦକ ଡ.ସରୋଜ କୁମାର କୁଅଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତାଲିମ ଶିବିରର ବିଭିନ୍ନ ପର୍ଯ୍ୟାୟରେ ଫାଷ୍ଟ ଏସ୍ ସମ୍ପର୍କରେ ଅଧ୍ୟାପକ ସୁମନ୍ତ କୁମାର ଦ୍ୱିବେଦୀ, ରକ୍ତଦାନ ଓ ଏଡ଼ସ ସଚେତନତା ବାବଦରେ ଡ.ପ୍ରୀତି ରଞ୍ଜନ ପାତ୍ର, ବିପର୍ଯ୍ୟୟ ପ୍ରଶମନ ଉପରେ ଝାରସୁଗୁଡ଼ାର ଅଗ୍ନିଶମ ବିଭାଗ ପକ୍ଷରୁ ରଞ୍ଜିତ ଲାକରା ଓ ସାଥୀ ତଥା ବ୍ୟକ୍ତିତ୍ବ ବିକାଶ ଉପରେ ପ୍ରଧ୍ୟାପକ ରୋହିତ ପଟେଲ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ପ୍ରଦାନ କରିଥିଲେ । ଏହି ଶିବିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ସ୍ୱରୂପ ପଟେଲ, ଅନିତା ଭୋଇ, ତିଳୋତ୍ତମା ପ୍ରଧାନ ଓ ମିନତି ପ୍ରଧାନ ବିଜୟୀ ହୋଇ ଥିଲେ ।

0
0
0
s2sdefault