ହେଡଲାଇନସ୍:

ବାବା ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟା ଧମକ : ଘର ଢ଼ିଙ୍କି କୁମ୍ଭୀର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାବାଙ୍କୁ ଫୋନକଲରେ ହତ୍ୟା ଧମକ ଦେଉ ଥିବା ବାବାଙ୍କୁ ଗିରଫ କଲା କନ୍ଧମାଳ ପୁଲିସ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):  କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ଜଳେଶ ପଟା କନ୍ୟାଶ୍ରମର ବାବା ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଫୋନ କଲ ଯୋଗେ ହତ୍ୟା କରାଯିବା ନେଇ ଦିଆଯାଇ ଫୋନ କଲ ଘଟଣାର ପର୍ଦ୍ଧାଫାସ କରିଛି କନ୍ଧମାଳ ପୁଲିସ I ଏ ନେଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ପ୍ରେସ ବିବୃତି ମାଧ୍ୟମରେ ଘଟଣାର ବିବରଣୀ ପ୍ରଦାନଛନ୍ତି I କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ଯେ ସୁନ୍ଦରଗଡ଼ ଟାଉନ ଥାନା ଅଧିନସ୍ଥ ରଙ୍ଗଡିମା ଗ୍ରାମର ମହାଦେବ ମହାରାଜା I ଏହି ବାବା ଜଣକ ୨୦୧୯ ମସିହାରେ ଚକାପାଦ ସ୍ଥିତ ଆଶ୍ରମରେ ରହୁଥିଲେ I ସେଠାରେ ରହିବା ପରେ ବାବା ଜୀବନା ମୁକ୍ତାନନ୍ଦ ପୁରୀଙ୍କ ସହ ମତାନ୍ତର ହୋଇଥିଲା I ସେଠାରୁ ବାବା ମହାଦେବ ମହାରାଜ ଜଳେଶପଟା ଆଶ୍ରମକୁ ଆସିଥିଲେ I ଏହି ଠାରେ ମଧ୍ୟ ବାବା ମହାଦେବ ମହାରାଜଙ୍କ ବାବା ଜୀବବାନନ୍ଦପୁରୀଙ୍କ ସହ ମତାନ୍ତର ହେବାରୁ ଜଳେଶପଟା ଛାଡ଼ି ରାୟଗଡ଼ା ଜିଲ୍ଲା ଚାଟିକଣାର ବିଷମକଟକକୁ ପଳାୟନ କରି ଥିଲେ I ସେଠାରେ ବାବା ମହାଦେବ ମହାରାଜ ଆଶ୍ରମ କରି ରହୁଥିଲେ I କନ୍ଧମାଳ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ସୂଚନା ମୁତାବକ ପ୍ରତିଶୋଧ ପରାୟଣ ହୋଇ ବାବା ମହାଦେବ ମହାରାଜ ଗତକାଲି ଠାରୁ ଜଲେଶପଟା ଆଶ୍ରମର ବାବା ଜୀବନ ମୁକ୍ତାନନ୍ଦପୁରୀଙ୍କୁ ଫୋନ କଲ ମାଧ୍ୟମରେ ବାରମ୍ବାର ହତ୍ୟା ଧମକ ଦେଉଥିଲେ I ବାବାଙ୍କୁ ହତ୍ୟା ଧମକ ଆସୁଥିବା ଫୋନକୁ ପୁଲିସ ଜବତ କରିଥିବା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷ ପ୍ରକାଶ କରିଛନ୍ତି I ଠିକ ଏହି ପରି ଭାବରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ପ୍ରଥମେ ଧମକ ଦିଆଯାଇ ଥିଲା I ତା ପରେ ଦୁର୍ବୃତ୍ତମାନେ ସ୍ୱାମୀଜୀଙ୍କୁ ହତ୍ୟା କରିଥିଲେ I ଯାହା ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ କନ୍ଧମାଳ ଜିଲ୍ଲାରେ ଅପ୍ରୀତିକର ଘଟଣା ଘଟିଥିଲା I ଗତକାଲି ବାବା ଜୀବନ ମୁକ୍ତାନନ୍ଦପୁରୀ ଦ୍ୱାରା ତୁମୁଡିବନ୍ଧ ଥାନାରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ଥିଲେ ଏବଂ ଧମକକାରୀଙ୍କୁ ଠାବ କରିବା ପାଇଁ ମିସନ ଆରମ୍ଭ କରିଥିଲେ I ଏଥିରେ କନ୍ଧମାଳ ପୁଲିସକୁ ସଫଳତା ମଧ୍ୟ ମିଳିଛି I କନ୍ଧମାଳ ପୁଲିସର ଏହି ସଫଳତାକୁ ଜିଲ୍ଲାବାସୀ ବେଶ ପ୍ରସଂଶା ମଧ୍ୟ କରିଛନ୍ତି I

0
0
0
s2sdefault