ହେଡଲାଇନସ୍:

“କୋଶଲୀ ଭାଷାରେ ସାମୁହିକ ସୃଜନକର୍ମ ଭାଷାକୁ ଆହୁରି ବଳିଷ୍ଠତା  ପ୍ରଦାନ କରିବ”

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-06-18-koshal.jpg - 56.64 kB

କୋଶଲୀ ପତ୍ରିକା “ତହଁକ” ଉନ୍ମୋଚିତ 

ବଲାଙ୍ଗିର (ନିରୋଜ ମିଶ୍ର)-: ସ୍ଥାନୀୟ ସାମ୍ବାଦିକ ଭବନଠାରେ କୋଶଲୀ ପତ୍ରିକା  “ତହଁକ୍”ର ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ତହଁକ୍ ପତ୍ରିକା ସହ ‘ଭାବର୍ ପଦେ’ ଏବଂ ‘ଝାର’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।  ଏଥିରେ ସାହିତ୍ୟିକ  ଗୋପୀନାଥ ଦଣ୍ଡସେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ସମାଜସେବୀ ତପନ ପାଣିଗ୍ରାହୀ । ମୁଖ୍ୟବକ୍ତା ଭାବେ କୋଶଳ ପ୍ରବାହର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ଗୀତିକାର ତଥା ଗାଳ୍ପିକ କୃଷ୍ଣଚନ୍ଦ୍ର ବାରିକ ଓ କବି ନିରଂଜନ ପଣ୍ଡା ଯୋଗ ଦେଇଥିଲେ । କୋଶଲୀ ଭାଷାରେ ସାମୁହିକ ସୃଜନକର୍ମ ଭାଷାକୁ ଆହୁରି ବଳିଷ୍ଠତା  ପ୍ରଦାନ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ତହଁକr  ସଂପାଦକ ରାଜେଶ ଦଣ୍ଡସେନା । ଦ୍ୱିତୀୟ ଅଧିବେଶନରେ କବିତା ଆସର ଅନୁଷ୍ଠିତ  ହୋଇଥିଲା । ରସରାଜ ଅଚୁ୍ୟତ ପୁରୋହିତ ସଭାପତିତ୍ୱ କରିଥିବା ବେଳେ କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ସୁନୀଲ ଅଗସ୍ତି, ଦିଲୀପ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଶତାଧିକ କବି ସେମାନଙ୍କ କୋଶଲୀ କବିତା ପାଠ କରିଥିଲେ । ସଂଯୋଜନା କରିଥିଲେ  ଚନ୍ଦ୍ରାବତୀ ପାଣ୍ଡେ, ଅନୁପ୍ରିୟା ମିଶ୍ର ଏବଂ ଅଧିକାରୀ ସା । ଘନଶ୍ୟାମ ମେହେର, ନିତ୍ୟାନନ୍ଦ ଜୁଏଡ଼, ଶରତ କୁମାର ମିଶ୍ର, ଘନଶ୍ୟାମ ଭୋଇ, ଦୁର୍ବାଦଳ ସେଠୀ, ବଂଶୀଧର ମାଝୀ, ମଧୁମୟ ବିଶ୍ୱାଳ, ଭରତ ମେହେର, ବିବେକାନନ୍ଦ ଧରୁଆ ପ୍ରମୁଖ ଉତ୍ସବରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଦେବେନ୍ଦ୍ର କୁମାର ନାଏକ । 

 

0
0
0
s2sdefault