ହେଡଲାଇନସ୍:

ବିଚରା ବର, କି ହଟହଟା ଯୋଗ ଥିଲା ଯେ ତାଙ୍କର !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନିଆଁ ଫେରାର ବୋଲି ଶାଳୀଙ୍କୁ ବାହା ହେଲେ, ହେଲେ ଶାଳୀ ବି ....

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଗତ ୧୬ ତାରିଖ ଦିନର ଘଟଣା। ୧୬ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳଖୁଣ୍ଟି ଗ୍ରାମର। ବର ଯାତ୍ରୀ ଯାଇଥିଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲା କୋଟ ର ମାଲଗୁଡା ଗ୍ରାମକୁ । ହେଲେ  କନ୍ୟା ଘର ର ଗ୍ରାମକୁ ବର ଯାତ୍ରୀ ପହଞ୍ଚିଲା ପରେ କୁଆଡେ ଫେରାର ହୋଇଗଲା କନ୍ୟା ।

କିନ୍ତୁ ଘରେ  ରହିଥିଲା  ବରର  ଶାଳୀ । ଉଭୟ ପକ୍ଷରୁ ବିଚାର କରି  ବରକୁ ସ୍ବାଗତ କରି ଥିଲେ କନ୍ୟା ପକ୍ଷ |  ଭେଣେଇ ସହ ଶାଳୀକୁ କରାଇଦେଲେ  ବାହା । କନ୍ୟାକୁ ଧରି ବର ଫେରିଥିଲା  ନିଜ ଘରକୁ | ବିଶେଷ ସୂତ୍ରରୁ ଖବରପାଇ ଜୟପାଟଣା ପୋଲିସ୍ ଏବଂ ସିଡିପିଓ ପହଞ୍ଚିଥିଲେ କନ୍ୟା ଘରକୁ । କନ୍ୟା ନାବାଳିକା ଥିବା କଥା କନ୍ୟାର ଭାଇ ଓ ଘର ଲୋକଙ୍କୁ ଜଣାଇଥିଲା ପୋଲିସ୍ । ପରେ କନ୍ୟାଙ୍କ ପରିବାର ଲୋକେ ଓ ପ୍ରଶାସନ ପହଞ୍ଚିଥିଲେ ବର ଘର କୁ ଲ ସେଯାଏଁ କନ୍ୟା ନାବାଳିକା ଥିବା ଜଣା ନ ଥିଲା ବର ପକ୍ଷ କୁ ।  ସିଡିପିଓ ଏବଂ ପୋଲିସ୍ ପ୍ରଶାସନ  ପହଞ୍ଚି  ନାବାଲିକାକୁ ବାହା   ନ କରିବା ସମ୍ବନ୍ଧରେ ଜଣାଇ ସଚେତନ କରିଥିଲେ  ଉଭୟ ପକ୍ଷକୁ । ସେଠାରେ ଉଭାୟ ପକ୍ଷ ସଚେତନ ହୋଇ ବରପକ୍ଷ  କନ୍ୟା ପକ୍ଷକୁ  ନାବାଳିକା କନ୍ୟାକୁ ଫେରାଇ ଦେଇଥିଲେ  |  ଉଭୟ ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ନ ନେବା ପାଇଁ ନିବେଦନ ସହ ଉଭୟ ପକ୍ଷକୁ ସଚେତନ କରିଥିବାରୁ  ଧନ୍ୟବାଦ ଦେଇଛନ୍ତି ପ୍ରଶାସନକୁ।

0
0
0
s2sdefault