ହେଡଲାଇନସ୍:

ବିଶିଷ୍ଟ ଗାନ୍ଧିବାଦୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧିବାଦୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଗତକାଲି ବୁର୍ଲାସ୍ଥିତ ଭି.ଏସ.ଏସ.ମେଡଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସ୍ୱର୍ଗତଃ ଗୁପ୍ତାଙ୍କୁ ୯୫ ବର୍ଷ ହୋଇଥିଲା । ସ୍ୱର୍ଗତଃ ଗୁପ୍ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ନୂଆତିହୁରା ପଂଚାୟତ ଅନ୍ତର୍ଗତ ମୁରାକଲମୀ ଗ୍ରାମ ନିବାସୀ ସ୍ୱର୍ଗତଃ ଗୁପ୍ତା ହିରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ନୂଆଦିଲ୍ଲୀଠାରେ ୨୦୧୮ ମସିହା କ୍ରାନ୍ତିଦିବସରେ ସ୍ୱର୍ଗତଃ ଗୁପ୍ତାଙ୍କୁ ମହାମହିମ୍ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ୨୦୨୦ ମସିହାରେ ମଧ୍ୟ ଦ୍ୱିତୀୟ ଥର ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା । ମାତ୍ର ୧୬ ବର୍ଷ ବୟସରୁ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନରେ ସ୍ୱର୍ଗତଃ ଗୁପ୍ତା ଯୋଗଦାନ କରିଥିଲେ । ସ୍ୱର୍ଗତଃ ଗୁପ୍ତାଙ୍କ ବିୟୋଗରେ ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନ ହରାଇଲା ଏବଂ ତାଙ୍କ ବିୟୋଗ ସମଗ୍ର  ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ କହିଛନ୍ତି । ଏଥି ସହ ସ୍ୱର୍ଗତଃ ଗୁପ୍ତାଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

0
0
0
s2sdefault