ହେଡଲାଇନସ୍:

ପାନୀୟଜଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ସ୍ୱଚ୍ଛ ଓ ନିର୍ମଳ ପାନୀୟଜଳର ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଓ ଅନେକ ଯୋଜନାରେ  କ୍ରମାଗତ ଭାବରେ କାମ କରି ଆସୁଛନ୍ତି । ଏହିକ୍ରମରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ  ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ନିକଟସ୍ଥ ଇଚ୍ଛାପାଲି ଗ୍ରାମରେ ସାଢ଼େ ୫୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ  ଶିଳାନ୍ୟାସ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ଗ୍ରାମର ଗୁଣନିଧି ସେନାପତି,ଷଡାନନ ଭୋଇ,ମୋତି ଶେଖର ଭୋଇ,ଗୌର ପଧାନ,ଶ୍ରୀକାନ୍ତ ସେନାପତି,ବେଦବ୍ୟାସ ପଧାନ,ବିକ୍ରମ ଖୁଟଲା,ଉପେନ୍ଦ୍ର ମହାନନ୍ଦ ଓ କାଳିଆ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ କାର୍ଯକ୍ଷମ ହେଲେ ଅଂଚଳରେ ପନୀୟ ଜଳ ସଙ୍କଟ ଦୂରହେବ ବୋଲି ମତ ପ୍ରକାଶ ପାଇଛି ।

0
0
0
s2sdefault