ହେଡଲାଇନସ୍:

 ବିଶ୍ୱ ରେଡକ୍ରସ ଦିବସ : ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

14-05-18-bol-w.jpg - 66.72 kB

ବଲାଙ୍ଗିର (ନିରୋଜ ମିଶ୍ର )-   ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧି୍କାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜୁନିୟର ରେଡକ୍ରସ ପରାମର୍ଶଦାତା ମାନେ ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ରର ଆୟୋଜନ କରିଥିଲେ । ଏଥିରେ ରକ୍ତଦାନର ମହତ୍ୱ ଉପରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ରେଡକ୍ରସ ଭବନ ଠାରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଜୁନିୟର ରେଡକ୍ରସ ପରାମର୍ଶଦାତା ରଞ୍ଜିତ ମିଶ୍ର, ରାମ ନାରାୟଣ ଦାଶ, ଅନିଲ ନନ୍ଦ, ପ୍ରବିଣ କୁମାର ବେହେରା, ମିଲନ କୁମାର ବାରିକ, ଗୋପେଶ ପଣ୍ଡା, ଗୋପାଲ ଛୁରିଆ, ଦିନବନ୍ଧୁ ମେହେର  ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଅଶ୍ୱିନି ଷଡଙ୍ଗି, ବିଶ୍ୱଜିତ ପଧାନ, ହିରାଲାଲ ପଧାନ, ମନମୋହନ ମିଶ୍ର ସହଯୋଗ କରିଥିଲେ । 

 

0
0
0
s2sdefault